1. କୃଷି ଖବର

ରାଷ୍ଟ୍ରପତି ପଦରେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ । ସଂସଦ ଭବନର ସେଣ୍ଟ୍ରାଲ ହଲରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଶପଥ ନେଇଛନ୍ତି ମୁର୍ମୁ ।

Shuvanshu Kar
Shuvanshu Kar
Droupadi Murmu Takes Oath As India’s 15th President

Droupadi Murmu Takes Oath As India’s 15th President

ଦେଶର 15 ତମ ରାଷ୍ଟ୍ରପତି(President Of India) ରୂପେ ଶପଥ ଗ୍ରହଣ କରିଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ(Droupadi Murmu) । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ । ସଂସଦ ଭବନର ସେଣ୍ଟ୍ରାଲ ହଲରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଶପଥ ନେଇଛନ୍ତି ମୁର୍ମୁ । ଭାରତର ପ୍ରଧାନ ବିଚାରପତି ଏନ.ଭି ରାମଣା ଦ୍ରୌପଦୀ ମୁର୍ମୁ(Droupadi Murmu)ଙ୍କୁ ଶପଥ ପାଠ କରାଇଛନ୍ତି ।

ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ । ଅତ୍ୟନ୍ତ ଗରିବ ସାଧାରଣ ଆଦିବାସୀ ପରିବାରର ଝିଅ ସେ । ଦ୍ରୌପଦୀ ରାଷ୍ଟ୍ରପତି ପଦରେ ଶପଥ ଗ୍ରହଣକୁ ନେଇ ଓଡିଶା ସମେତ ସାରା ଦେଶରେ ଖୁସିର ମାହୋଲ । ଏହାପୂର୍ବରୁ ମୁର୍ମୁ ଝାଡଖଣ୍ଡର ରାଜ୍ୟପାଳ ମଧ୍ୟ ରହିସାରିଛନ୍ତି ।

20 ଜୁନ 1958 ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ବାଇଦପୋଶୀ ଗାଁରେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ । 64 ବର୍ଷୀୟ ଦ୍ରୌପଦୀ ମୁର୍ମୁ ରମାଦେବୀ ବିଶ୍ବବିଦ୍ୟାଳୟରୁ ଅଧ୍ୟୟନ କରିବା ପରେ ଶିକ୍ଷୟିତ୍ରୀ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଜନସେବାରେ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ।

୧୯୯୭ ମସିହାରେ ରାଜନୀତିରେ ପାଦ ଥାପିଥିଲେ ଦ୍ରୌପଦୀ ମୁର୍ମୁ । ଜଣେ ସାଧାରଣ କର୍ମୀ ଭାବରେ ସେ ବିଜେପିରେ ଯୋଗ ଦେଇଥିଲେ । ଆଦିବାସୀ ଚେହେରା ଭାବରେ ରାଜନୀତିରେ ଏକ ଲମ୍ବା ଇନିଙ୍ଗ୍ସ ଖେଳିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ହେବା ପରେ ପ୍ରଥମ ଥର କାଉନସିଲର ନିର୍ବାଚିତ ହୋଇଥିଲେ ଦ୍ରୌପଦୀ ।

2000ରୁ 2009 ପର୍ଯ୍ୟନ୍ତ ରାଇରଙ୍ଗପୁର ଆସନରୁ ବିଧାୟିକା ଭାବରେ ପ୍ରତିନିଧିତ୍ବ କରୁଥିଲେ । 2007ରେ ଶ୍ରେଷ୍ଠ ବିଧାୟିକା ସମ୍ମାନଲାଭ କରିଥିଲେ ଦ୍ରୌପଦୀ । ବିଜେପି ଓ ବିଜେଡି ମେଣ୍ଟ ସରକାର ସମୟରେ ସେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଭାବରେ ନିଜର ଦାୟିତ୍ବ ତୁଲାଇଛନ୍ତି । ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ହୋଇଥିଲେ ମୁର୍ମୁ ।

2015ରେ ଝାଡଖଣ୍ଡର ପ୍ରଥମ ଆଦିବାସୀ ମହିଳା ଭାବରେ ରାଜ୍ୟପାଳ ଦାୟିତ୍ବ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଦୀର୍ଘ 6 ବର୍ଷ ସେ ଝାଡଖଣ୍ଡର ରାଜ୍ୟପାଳ ରହିଛନ୍ତି । ରାଜ୍ୟପାଳ ପଦରୁ ଅବସର ପରେ ନିଜକୁ ରାଜନୀତିରୁ ଦୂରରେ ରଖି ଜନସେବା କରୁଥିଲେ ଦ୍ରୌପଦୀ ।

ମୋଦିଙ୍କ ମୁହଁରେ ଦ୍ରୌପଦୀଙ୍କ ପ୍ରଶଂସା, ଜାଣନ୍ତୁ କଣ କହିଲେ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments