1. କୃଷି ଖବର

ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ମୁକାବିଲା ସମୀକ୍ଷା

ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରାର ସମ୍ଭାବନା.....

Tanushree Mahapatra
Tanushree Mahapatra
PM reviews preparedness for heat wave related situation

PM reviews preparedness for heat wave related situation

ଆଗାମୀ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଗରମ ପାଣିପାଗ ଋତୁ (ଏପ୍ରିଲରୁ ଜୁନ୍) ପାଇଁ ପୂର୍ବାନୁମାନ ତଥ୍ୟ, ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରାର ସମ୍ଭାବନା, ବିଶେଷକରି ମଧ୍ୟ ଭାରତ ଓ ପଶ୍ଚିମ ଭାରତରେ ଅଧିକ ଗ୍ରୀଷ୍ମ ପ୍ରବାହ ଆଶଙ୍କା ସହିତ ଏପ୍ରିଲରୁ ଜୁନ୍, ୨୦୨୪ ପର୍ଯ୍ୟନ୍ତ ତାପମାତ୍ରାର ସମ୍ଭାବ୍ୟ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ଅତ୍ୟାବଶ୍ୟକ ଔଷଧ, ସାଲାଇନ୍‌, ଆଇସ୍ ପ୍ୟାକ୍, ଓଆରଏସ୍ ଏବଂ ପାନୀୟ ଜଳ ଆଦିକୁ ନେଇ ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା।

ବିଶେଷ କରି ଆଞ୍ଚଳିକ ଭାଷାରେ ଟେଲିଭିଜନ, ରେଡିଓ ଏବଂ ସୋସିଆଲ ମିଡିଆ ଭଳି ସମସ୍ତ ପ୍ଲାଟଫର୍ମ ମାଧ୍ୟମରେ ଅତ୍ୟାବଶ୍ୟକ ସୂଚନା ଶିକ୍ଷା ଯୋଗାଯୋଗ (ଆଇଇସି)/ସଚେତନତା ସାମଗ୍ରୀର ଠିକ୍ ସମୟରେ ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଯେହେତୁ ସାଧାରଣ ନିର୍ବାଚନ ସହିତ ମେଳ ଖାଉଥିବା ୨୦୨୪ରେ ସ୍ୱାଭାବିକ ଗ୍ରୀଷ୍ମ ଋତୁ ଠାରୁ ଅଧିକ ଗରମ ହେବାର ସମ୍ଭାବନା ରହିଛି, ତେଣୁ ଏହା ଅନୁଭବ କରାଯାଇଥିଲା ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଏନଡିଏମଏ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାଗୁଡ଼ିକ ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଇ ବ୍ୟାପକ ଭାବରେ ପ୍ରସାରିତ କରାଯିବ ।

ପ୍ରଧାନମନ୍ତ୍ରୀ ସାମଗ୍ରିକ ସରକାରୀ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ସ୍ତରରେ ସରକାରଙ୍କ ସମସ୍ତ ବିଭାଗ ଏବଂ ବିଭିନ୍ନ ମନ୍ତ୍ରଣାଳୟ ସମନ୍ୱୟ ରକ୍ଷା କରି ଏ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଡାକ୍ତରଖାନାରେ ପର୍ଯ୍ୟାପ୍ତ ପ୍ରସ୍ତୁତି ସହିତ ସଚେତନତା ସୃଷ୍ଟି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜଙ୍ଗଲରେ ଲାଗିଥିବା ନିଆଁକୁ ତୁରନ୍ତ ଚିହ୍ନଟ କରି ଆୟତ୍ତ କରିବାର ଆବଶ୍ୟକତା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଅଧିକ ପଢ଼ନ୍ତୁ

ମହଜୁଦ ଡାଲି ଯାଞ୍ଚ କରାଯାଉ: ଖାଉଟି ବ୍ୟାପାର ବିଭାଗ

OSSC CGL: ଓଡ଼ିଶାରେ ସରକାରୀ ଚାକିରୀ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments