News

National Labour Conference: ଗୁରୁବାର ସମସ୍ତ ରାଜ୍ୟର ଶ୍ରମମନ୍ତ୍ରୀଙ୍କ ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି(ଗୁରୁବାର) ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଜାତୀୟ ଶ୍ରମ ସମ୍ମେଳନରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

24 August, 2022 12:24 PM IST By: Shuvanshu Kar

ଆସନ୍ତାକାଲି(ଗୁରୁବାର) ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଜାତୀୟ ଶ୍ରମ ସମ୍ମେଳନ(National Labour Conference)ରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଅଗଷ୍ଟ୨୫ ଓ ୨୬ ଦୁଇଦିନିଆ ସମ୍ମିଳନୀ(National Labour Conference) ଆୟୋଜିତ ହେବ ।

ସହଭାଗୀ ସଂଘୀୟ ବ୍ୟବସ୍ଥା ଭାବନା ଆଧାରରେ ଗୁରୁତ୍ୱପୂର୍ଣ୍ଣ ଶ୍ରମ ସମ୍ପର୍କିତ ପ୍ରସଙ୍ଗଗୁଡିକ ସମ୍ପର୍କରେ ଆଲୋଚନା ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ଶ୍ରମିକ କଲ୍ୟାଣ ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାଳମେଳ ସୃଷ୍ଟି କରି ସଫଳ ନୀତି ପ୍ରଣୟନ ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଯୋଜନାଗୁଡିକର ସଫଳ ରୂପାୟନ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ ।

ଏହି ସମ୍ମିଳନୀରେ ଚାରିଟି ବିଷୟ ଆଧାରିତ ଅଧିବେଶନ ରହିବ । ସାମାଜିକ ସୁରକ୍ଷା ଯୋଜନାଗୁଡିକର ପଞ୍ଜିକରଣ ଇ-ଶ୍ରମ ପୋର୍ଟାଲରେ ଉପଲବ୍ଧ କରାଇ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ କରିବା, ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଇଏସଆଇ ଡାକ୍ତରଖାନାର ସ୍ୱାସ୍ଥ୍ୟ ସେ ସମୃଦ୍ଧି ଯୋଜନା ଏହି ସମ୍ମିଳନୀର କେନ୍ଦ୍ରବିନ୍ଦୁ ରହିଛି ।

ସେହିପରି ପିଏମଜେଏୱାଇ ସହ ମିଶ୍ରଣ, ଚାରିଟି ଶ୍ରମ ସଂହିତା ଅନ୍ତର୍ଗତ ନିୟମ ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନର ପଦ୍ଧତି, ସମାନ ଓ ଉପଯୁକ୍ତ କାମ କରିବାର ସ୍ଥିତି, ଭିଜନ ସତ୍ୟମେବ ଜୟତେ @ 2047ରେ ସମସ୍ତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ତଥା ଅସଂଗଠିତ ଓ ପ୍ଲାଟଫର୍ମ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା, କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା ଆଦି ପ୍ରସଙ୍ଗରେ ଆଲୋଚନା ହେବ ।

ଇ- ଶ୍ରମ ପୋର୍ଟାଲରେ କେତେ ଅଣସଂଗଠିତ ଶ୍ରମିକମାନଙ୍କ ନାମ ହୋଇଛି ପଞ୍ଜୀକରଣ ?

ବଦଳିବ ଅଫିସ ଟାଇମ, ସପ୍ତାହକୁ 3 ଦିନ ଛୁଟି !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)