1. କୃଷି ଖବର

ମୃତ୍ତିକା ସଂରକ୍ଷଣ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

"ମୃତ୍ତିକା ସଂରକ୍ଷଣ ଅଭିଯାନ” କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

Shuvanshu Kar
Shuvanshu Kar
PM to attend programme on  ‘Save Soil Movement’ on 5th June

PM to attend programme on ‘Save Soil Movement’ on 5th June

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ଜୁନ୍ ୫ ତାରିଖ ପୂର୍ବାହ୍ନ ୧୧ ଟା ସମୟରେ ବିଜ୍ଞାନ ଭବନରେ "ମୃତ୍ତିକା ସଂରକ୍ଷଣ ଅଭିଯାନ”(Save Soil Movement) କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

‘ମୃତ୍ତିକା ସଂରକ୍ଷଣ ଅଭିଯାନ’(Save Soil Movement) ହେଉଛି ଏକ ବିଶ୍ୱ ସ୍ତରୀୟ ଆନ୍ଦୋଳନ ଯେଉଁଥିରେ ମୃତ୍ତିକାର ଅବନତି ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଉନ୍ନତି ପାଇଁ ଏକ ସଚେତନ ପ୍ରତିକ୍ରିୟା ଆଣିବା । ମାର୍ଚ୍ଚ ୨୦୨୨ରେ ସଦଗୁରୁ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ, ଯିଏ କି ୨୭ଟି ଦେଶ ଦେଇ ୧୦୦ ଦିନିଆ ମୋଟରସାଇକେଲ ଯାତ୍ରା କରିଥିଲେ ।

ବିଶ୍ଵ ମୃତ୍ତିକା ଦିବସ"ମୃତ୍ତିକା ପ୍ରଦୂଷଣ ର ସମାଧାନ ହୁଅ"

ଓଡ଼ିଶାର ମାଟି, ଆମରି ମାଟି

୫ ଜୁନରେ ୧୦୦ ଦିନ ଯାତ୍ରାର ୭୫ତମ ଦିନ ଅଟେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ଭାରତରେ ମୃତ୍ତିକାର ଗୁଣମାନରେ ଉନ୍ନତି ଆଣିବା ପାଇଁ ଅଂଶୀଦାରିତ ଚିନ୍ତାଧାରା ଏବଂ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।

ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ମୃତ୍ତିକା ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଲଣ୍ଡନର ଟ୍ରାଫାଲଗଡ ସ୍କୋୟାରରୁ ସେ ୧୦୦ ଦିନିଆ ବାଇକ୍ ଯାତ୍ରା ଆରମ୍ଭ କରିଥିଲେ । ଏହି ଯାତ୍ରା ସମୟରେ ୨୬ଟି ଦେଶ ଓ ୩୦ ହଜାର କିଲୋମିଟର ଦୂରତା ଅତିକ୍ରମ କରିବେ ସଦଗୁରୁ। ତାଙ୍କ ଗସ୍ତର ମୂଳ ଉଦ୍ଦେଶ୍ୟ ମୃତ୍ତିକା କ୍ଷୟକୁ ରୋକିବା ଏବଂ ମୃତ୍ତିକାର ଉର୍ବରତା ରକ୍ଷା କରିବା ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments