1. କୃଷି ଖବର

ବୁଧବାର 2G ଇଥାନଲ ପ୍ଲାଣ୍ଟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ପାନିପତ, ହରିଆନାଠାରେ (2G)ଇଥାନଲ ପ୍ଲାଣ୍ଟ(Ethanol Plant)ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Shuvanshu Kar
Shuvanshu Kar
PM to dedicate 2G Ethanol Plant in Panipat on 10th August

PM to dedicate 2G Ethanol Plant in Panipat on 10th August

ବିଶ୍ୱ ଜୈବ ଇନ୍ଧନ ଦିବସ(World Biofuel Day) ଅବସରରେ ପାନିପତ, ହରିଆନାଠାରେ (2G)ଇଥାନଲ ପ୍ଲାଣ୍ଟ(Ethanol Plant)ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗଷ୍ଟ ୧୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଦ୍ୱିତୀୟ ପୀଢିର ୨ଜି ଇଥାନଲ ପ୍ଲାଣ୍ଟ(Ethanol Plant) ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଦେଶରେ ଜୈବ ଇନ୍ଧନ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ସରକାର ଦୀର୍ଘ ବର୍ଷ ଧରି ପ୍ରୟାସର ଅଂଶବିଶେଷ ଭାବେ ଏହି ପ୍ଲାଣ୍ଟ ସମର୍ପିତ ହେବ । ଶକ୍ତି କ୍ଷେତ୍ରକୁ ସୁଲଭ, ସହଜଲଭ୍ୟ, ଦକ୍ଷ ଓ ନିରନ୍ତର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ।

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଦ୍ୱାରା ଆନୁମାନିକ ୯୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ପାନିପତ ବିଶୋଧନାଗାର ନିକଟରେ ୨ଜି ଇଥାନଲ ପ୍ଲାଣ୍ଟ ନିର୍ମିତ ହୋଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ପ୍ରକଳ୍ପରୁ ପ୍ରାୟ ଦୁଇ ଲକ୍ଷ ଟନ ନଡା ବ୍ୟବହାର କରି ବାର୍ଷିକ ତିନି କୋଟି ଲିଟର ଇଥାନଲ ଉତ୍ପାଦିତ ହେବା ସହ ଭାରତର ବର୍ଜ୍ୟରୁ ସମ୍ପଦ ସୃଷ୍ଟି ପ୍ରୟାସରେ ନୂତନ ଅଧ୍ୟାୟ ଯୋଡିବ ।

କୃଷି-ଫସଲର ଅବଶେଷ ଉପଯୋଗ ମାଧ୍ୟମରେ କୃଷକ ସଶକ୍ତିକରଣ ସହ ସେମାନଙ୍କୁ ଅତିରିକ୍ତ ରୋଜଗାରର ସୁଯୋଗ ପ୍ରଦାନ କରିବ । ପ୍ଲାଣ୍ଟ ପରିଚାଳନାରେ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବା ସହ ନଡା କଟା, ବନ୍ଧା, ସଂରକ୍ଷଣ ଆଦି ପାଇଁ ଯୋଗାଣ ଶୃଙ୍ଖଳରେ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ।

ପ୍ରକଳ୍ପରୁ କୌଣସି ତରଳ ନିଷ୍କାସିତ ହେବ ନାହିଁ । ନଡା ପୋଡିବା ହ୍ରାସ ମାଧ୍ୟମରେ ବର୍ଷକୁ ପ୍ରାୟ ୩ ଲକ୍ଷ ଟନ ଅଙ୍ଗାରକାମ୍ଳ ବା ସମପରିମାଣର ଗ୍ରୀନହାଉସ ଗ୍ୟାସ ନିର୍ଗମନ ଆଶଙ୍କା କମିବ । ଯାହା ଦେଶର ରାସ୍ତାରୁ ବାର୍ଷିକ ୬୩ ହଜାର କାର ହଟାଇବା ସହ ସମାନ ବୋଲି କୁହାଯାଇପାରିବ ।

ନିକଟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପେଟ୍ରୋଲରେ 10% ଇଥାନଲ ମିଶ୍ରଣ ଲକ୍ଷ ପୂରଣ କରିଛି ଭାରତ । ଭାରତ ସରକାର ପେଟ୍ରୋଲରେ ଇଥାନଲ(Ethanol) ମିଶ୍ରଣ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି । ସେଥିପାଇଁ ଏକ ‘ଜାତୀୟ ଜୈବ ଇନ୍ଧନ ନୀତି’୨୦୧୮ରେ ପ୍ରସ୍ତୁତ କରାଯାଇ ଏ ଦିଗରେ କାର୍ଯ୍ୟ ଚାଲିଛି । ଏହି ନୀତି ଅନୁସାରେ ୨୦୩୦ ସୁଦ୍ଧା ଦେଶରେ ପେଟ୍ରୋଲରେ ୨୦ଶତାଂଶ ଇଥାନଲ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି ।

ନିର୍ଦ୍ଧାରିତ ସମୟ ପୂର୍ବରୁ ପେଟ୍ରୋଲରେ 10% ଇଥାନଲ ମିଶ୍ରଣ ଲକ୍ଷ ପୂରଣ କଲା ଭାରତ

କୃଷି ଉପକରଣରେ ଭାରତ ବ୍ୟବହାର କରିବ ଇଥାନଲ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments