1. କୃଷି ଖବର

ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଜାନୁଆରୀ ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଗସ୍ତ । ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଓଡ଼ିଶାକୁ ପୂର୍ବୋଦୟ ପରିକଳ୍ପନାର ଆଧାର, ଭାରତର ଅଗ୍ରଣୀ ନିବେଶ ସ୍ଥଳୀ ଏବଂ ଶିଳ୍ପ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା। ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଜାତୀୟ କ୍ରୀଡ଼ାର ବିଷୟବସ୍ତୁ: ସବୁଜ କ୍ରୀଡ଼ା।

Sudesna Nayak
Sudesna Nayak
PM to inaugurate the Utkarsh Odisha – Make in Odisha Conclave 2025 in Bhubaneswar,pic credit-@MohanMOdisha

PM to inaugurate the Utkarsh Odisha – Make in Odisha Conclave 2025 in Bhubaneswar,pic credit-@MohanMOdisha

ଜାନୁଆରୀ ୨୮ ତାରିଖରେ ପ୍ରଧାନମନ୍ତ୍ରୀ(PM)ଙ୍କ ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଗସ୍ତ । ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଓଡ଼ିଶାକୁ ପୂର୍ବୋଦୟ ପରିକଳ୍ପନାର ଆଧାର, ଭାରତର ଅଗ୍ରଣୀ ନିବେଶ ସ୍ଥଳୀ ଏବଂ ଶିଳ୍ପ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା। ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଜାତୀୟ କ୍ରୀଡ଼ାର ବିଷୟବସ୍ତୁ: ସବୁଜ କ୍ରୀଡ଼ା।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, ଜାନୁଆରୀ ୨୮ ତାରିଖରେ ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଗସ୍ତ କରିବେ। ୨୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ। ଏହା ପରେ ସେ ଉତ୍ତରାଖଣ୍ଡର ଡେରାଡୁନ ଗସ୍ତ କରିବେ ଏବଂ ସନ୍ଧ୍ୟା ପ୍ରାୟ ୬ଟାରେ ସେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

ପ୍ରଧାନମନ୍ତ୍ରୀ (PM) ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ। ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏହି ପ୍ରମୁଖ ବିଶ୍ୱସ୍ତରୀୟ ନିବେଶ ସମ୍ମିଳନୀର ଲକ୍ଷ୍ୟ ହେଉଛି ରାଜ୍ୟକୁ ପୂର୍ବୋଦୟ ପରିକଳ୍ପନାର ଆଧାର ଏବଂ ଭାରତର ଏକ ଅଗ୍ରଣୀ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳୀ ତଥା ଶିଳ୍ପ କେନ୍ଦ୍ର ଭାବରେ ଅବସ୍ଥାପିତ କରିବା।

ପ୍ରଧାନମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିବେ ଯାହା ଏକ ସକ୍ରିୟ ଶିଳ୍ପ ଇକୋସିଷ୍ଟମ୍ ବିକାଶରେ ରାଜ୍ୟର ସଫଳତା ଉପରେ ଆଧାରିତ । ଏହି ଦୁଇ ଦିନିଆ ସମ୍ମିଳନୀ ଜାନୁଆରୀ ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ଶିଳ୍ପପତି, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିବ, ଯେଉଁଠି ସେମାନେ ଏକ ପସନ୍ଦଯୋଗ୍ୟ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଓଡ଼ିଶା ପ୍ରଦାନ କରୁଥିବା ସୁଯୋଗଗୁଡ଼ିକ ଉପରେ ଆଲୋଚନା କରିପାରିବେ। ଏହି ସମ୍ମିଳନୀରେ ବିଭିନ୍ନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ନେତାମାନଙ୍କ ମଧ୍ୟରେ ଗୋଲଟେବୁଲ ବୈଠକ, କ୍ଷେତ୍ରୀୟ ଅଧିବେଶନ, ବ୍ୟବସାୟିକ ବୈଠକ ଏବଂ ନୀତିଗତ ଆଲୋଚନା ଆୟୋଜନ କରାଯିବ, ଯାହା ସାରା ବିଶ୍ୱରେ ନିବେଶକମାନଙ୍କ ସହିତ ଲକ୍ଷ୍ୟବଦ୍ଧ ସମ୍ପର୍କ ସୁନିଶ୍ଚିତ କରିବ।

ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ (PM) ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିବେ। ଚଳିତ ଥର ଏହି ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ ସଂସ୍କରଣ ଉତ୍ତରାଖଣ୍ଡରେ ଆୟୋଜିତ ହେଉଛି ଏବଂ ଜାନୁଆରୀ ୨୮ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ୮ଟି ଜିଲ୍ଲାର ୧୧ଟି ସହରରେ ଅନୁଷ୍ଠିତ ହେବ।

୩୬ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଏହି ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ୧୭ ଦିନ ଧରି ୩୫ଟି କ୍ରୀଡା ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିମଧ୍ୟରୁ ୩୩ଟି କ୍ରୀଡ଼ା ପାଇଁ ପଦକ ପ୍ରଦାନ କରାଯିବ ଏବଂ ଦୁଇଟି ପ୍ରଦର୍ଶନୀ କ୍ରୀଡ଼ା ହେବ। ଯୋଗ ଏବଂ ମଲ୍ଲଖମ୍ବକୁ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡ଼ାରେ ସାମିଲ କରାଯାଇଛି। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ୧୦ ହଜାରରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ।

ଦୀର୍ଘସ୍ଥାୟିତ୍ୱ ଉପରେ ଧ୍ୟାନ ଦେଇ, ଚଳିତ ବର୍ଷ ଜାତୀୟ କ୍ରୀଡ଼ାର ବିଷୟବସ୍ତୁ ‘‘ସବୁଜ କ୍ରୀଡ଼ା’’ ରଖାଯାଇଛି। ଏହି ସ୍ଥାନ ନିକଟରେ ଏକ ସ୍ୱତନ୍ତ୍ର ପାର୍କ, ଯାହାକୁ ସ୍ପୋର୍ଟସ୍ ଫରେଷ୍ଟ କୁହାଯାଏ, ବିକଶିତ କରାଯିବ, ଯେଉଁଠାରେ ଆଥଲେଟ୍ ଏବଂ ଅତିଥିମାନଙ୍କ ଦ୍ୱାରା 10,000 ରୁ ଅଧିକ ଚାରା ରୋପଣ କରାଯିବ। କ୍ରୀଡ଼ାବିତମାନଙ୍କ ପାଇଁ ପଦକ ଏବଂ ପ୍ରମାଣପତ୍ର ପରିବେଶ ଅନୁକୂଳ ଏବଂ ଜୈବ ବିଘଟନଶୀଳ ସାମଗ୍ରୀରୁ ପ୍ରସ୍ତୁତ କରାଯିବ।

pib.gov.in

ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୮ ଓ ୯ ତାରିଖରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ