News

ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଚହୁଞ୍ଚନ୍ତି କି ? ଡିଜିଟାଲ ଜ୍ୟୋତିରେ ଜଳାନ୍ତୁ ଆଲୋକ

ଡିଜିଟାଲ ଜ୍ୟୋତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

24 July, 2022 10:11 AM IST By: Shuvanshu Kar

ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଡିଜିଟାଲ ଜ୍ୟୋତ(Digital Jyot)ରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(Narendra Modi) ଦେଶବାସୀଙ୍କୁ ଆହ୍ୱାନ ଦେବା ସହ ଆଜାଦୀ କା ଅମୃତ ମହୋତ୍ସବ(Azadi Ka Amrit Mahotsav)କୁ ସଶକ୍ତ କରିବାକୁ କହିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସ୍ୱାଧୀନତା ସଂଗ୍ରାମର ନାୟକମାନଙ୍କୁ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ! ଡିଜିଟାଲ ଜ୍ୟୋତରେ ପ୍ରଯୁକ୍ତି ବ୍ୟବହାର ହୋଇଛି ଓ ଆପଣମାନଙ୍କୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ହୃଦୟସ୍ପର୍ଶୀ ବାର୍ତ୍ତା ପ୍ରଦାନ କରିବାରେ ସାହାଯ୍ୟ କରିବ ।

ଦିଲ୍ଲୀର ସେଣ୍ଟ୍ରାଲ ପାର୍କରେ ଏକ ସ୍କାଏ ବିମ ଲାଇଟ ସ୍ଥାପିତ ହୋଇଛି । ଜ୍ଞାପିତ ପ୍ରତ୍ୟେକ ଶ୍ରଦ୍ଧାଞ୍ଜଳି ଡିଜିଟାଲ ଜ୍ୟୋତର ଆଲୋକକୁ ପ୍ରତିଭାତ କରିବ । ଏହି ନିଆରା ପ୍ରୟାସରେ ଭାଗ ନିଅନ୍ତୁ ଓ ଆଜାଦିର ଅମୃତ ମହୋତ୍ସବକୁ ସଶକ୍ତ କରନ୍ତୁ ।

ସେପଟେ ହର ଘର ତିରଙ୍ଗା ଆନ୍ଦୋଳନକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କ ଅଦମ୍ୟ ସାହସ ଓ ପ୍ରୟାସକୁ ସ୍ମରଣ କରିଛନ୍ତି । ଆମ ତିରଙ୍ଗା ସହିତ ଜଡିତ କମିଟି ଓ ପଣ୍ଡିତ ନେହରୁ ଉତ୍ତୋଳନ କରିଥିବା ପ୍ରଥମ ତିରଙ୍ଗା ସମ୍ପର୍କରେ ସେ କିଛି ମଜାଦାର କଥା ମଧ୍ୟ ଜଣାଇଛନ୍ତି ।

ଆମ ଇତିହାସରେ ଜୁଲାଇ ୨୨ର ସ୍ୱତନ୍ତ୍ର ତାତ୍ପର୍ଯ୍ୟ ରହିଛି କାରଣ, ୧୯୪୭ର ଆଜିର ଦିନରେ ଆମେ ଜାତୀୟ ପତାକା ଆପଣାଇଥିଲୁ ବୋଲି ସେ କହିଛନ୍ତି । ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ଆମେ ଯେତେବେଳେ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଛୁ, ଆସନ୍ତୁ ହର ଘର ତିରଙ୍ଗା ଆନ୍ଦୋଳନକୁ ମଜବୁତ କରିବା ।

ଅଗଷ୍ଟ ୧୩ ଓ ୧୫ ମଧ୍ୟରେ ନିଜ ଘରେ ତିରଙ୍ଗା ଉତ୍ତୋଳନ କରନ୍ତୁ ବା ପ୍ରଦର୍ଶିତ କରନ୍ତୁ । ଏହି ଆନ୍ଦୋଳନ ଜାତୀୟ ପତାକା ସହ ଆମ ସମ୍ପର୍କକୁ ମଜବୁତ କରିବ ।ଆଜିର ଦିନ, ଜୁଲାଇ ୨୨ର ଆମ ଇତିହାସରେ ସ୍ୱତନ୍ତ୍ର ତାତ୍ପର୍ଯ୍ୟ ରହିଛି । ୧୯୪୭ର ଆଜିର ଦିନରେ ଆମେ ଜାତୀୟ ପତାକା ଆପଣାଇଥିଲୁ । ଆମ ତିରଙ୍ଗା ସହିତ ଜଡିତ କମିଟି ଓ ପଣ୍ଡିତ ନେହରୁ ଉତ୍ତୋଳନ କରିଥିବା ପ୍ରଥମ ତିରଙ୍ଗା ସମ୍ପର୍କରେ କିଛି ମଜାଦାର କଥା ଶେୟାର କରୁଛି ।

ଆଜି ଆମେ ଔପନିବେଶିକ ଶାସନ ବିରୋଧରେ ଲଢେଇ ବେଳେ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କର ଅଦମ୍ୟ ସାହସ ଓ ପ୍ରୟାସକୁ ସ୍ମରଣ କରିବା । ସେମାନଙ୍କ କଳ୍ପନା ପୂରଣ କରିବା ସହ ସ୍ୱପ୍ନର ଭାରତ ଗଢିବାକୁ ନିଜ ପ୍ରତିବଦ୍ଧତାକୁ ଦୋହରାଇବା ।

କାଶୀକୁ 1800 କୋଟି ଟଙ୍କାର ଭେଟି ଦେଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁରେ ଟଙ୍କା ବର୍ଷା କଲେ ମୋଦି, କୃଷି କ୍ଷେତ୍ରକୁ ହେବ ବଡ ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)