1. କୃଷି ଖବର

କାଶୀକୁ 1800 କୋଟି ଟଙ୍କାର ଭେଟି ଦେଲେ ପ୍ରଧାନମନ୍ତ୍ରୀ

ଗତ ଆଠ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ବାରାଣାସୀରେ ଭିତ୍ତିଭୂମି ବିକାଶ ଉପରେ ଅନେକ ଧ୍ୟାନ ଦେଇଛନ୍ତି । ଏହି କ୍ରମରେ କାଶୀକୁ 1800 କୋଟି ଟଙ୍କାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Shuvanshu Kar
Shuvanshu Kar
PM inaugurates and lays the foundation stone of multiple development initiatives worth over Rs. 1800 crores in kashi

PM inaugurates and lays the foundation stone of multiple development initiatives worth over Rs. 1800 crores in kashi

ଗତ ଆଠ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ(pm modi) ବାରାଣାସୀ(varanashi)ରେ ଭିତ୍ତିଭୂମି ବିକାଶ ଉପରେ ଅନେକ ଧ୍ୟାନ ଦେଇଛନ୍ତି । ଏହାଦ୍ୱାରା ସହରର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆସିଛି । ଏହି ପ୍ରୟାସର ପ୍ରାଥମିକ ଧ୍ୟାନ ଲୋକଙ୍କ ସହଜ ଜୀବନ ଯାପନକୁ ବଢାଇଛି । ଏହି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରି ସିଗ୍ରା ସ୍ଥିତ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ ଷ୍ଟାଡିୟମରେ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ(pm modi) ଅନେକ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏଥି ମଧ୍ୟରେ ବାରାଣାସୀ ସ୍ମାର୍ଟ ସିଟି ଏବଂ ସହରାଞ୍ଚଳ ପ୍ରକଳ୍ପ ଅଧୀନରେ ଏକାଧିକ ପଦକ୍ଷେପ ଅଛି, ପ୍ରଥମ ପର୍ଯ୍ୟାୟରେ ନମୋ ଘାଟର ପୁନଃ ବିକାଶ ସହିତ ଗାଧୋଇବା ଜେଟି ର୍ନିମାଣ; ୫୦୦ଟି ଡଙ୍ଗାର ଡିଜେଲ ଏବଂ ପେଟ୍ରୋଲ ଇଞ୍ଜିନକୁ ସିଏନ୍‍ଜି ରେ ରୂପାନ୍ତରଣ; ପୁରୁଣା କାଶୀର କାମେଶ୍ୱର ମହାଦେବ ୱାର୍ଡର ପୁନଃ ବିକାଶ ଏବଂ ଦଶପୁରର ହରହୁଆ ଗ୍ରାମରେ ର୍ନିମିତ ୬୦୦ ରୁ ଅଧିକ ଇଡବ୍ଲ୍ୟୁଏସ୍‍ ଫ୍ଲାଟ; ଲହରତାରା-ଚୌକା ଘାଟ ଫ୍ଲାଏଓଭର ଅଧୀନରେ ପ୍ରସ୍ତୁତ ନୂତନ ଭେଣ୍ଡିଂ ଜୋନ୍ ଏବଂ ସହରାଞ୍ଚଳ ସ୍ଥାନ; ଦଶାଶ୍ୱମେଧ ଘାଟରେ ପର୍ଯ୍ୟଟନ ସୁବିଧା ଏବଂ ମାର୍କେଟ କମ୍ପେ୍ଲକ୍ସ; ଏବଂ ଆଇପିଡିଏସ୍‍ କାର୍ଯ୍ୟ ତୃତୀୟ ପର୍ଯ୍ୟାୟ ଅଧୀନରେ ନାଗୱା ଠାରେ ୩୩/୧୧ କେଭି ସବଷ୍ଟେସନ୍ ଆଦି ରହିଛି ।

ବାବତପୁର-କାପସେଥୀ-ଭଦୋହି ରୋଡରେ ଚାରି ଲେନ୍ ରୋଡ୍ ଓଭର ବ୍ରିଜ୍ (ଆରଓବି) ର୍ନିମାଣ ସହିତ ପ୍ରଧାନମନ୍ତ୍ରୀ ବିଭିନ୍ନ ସଡ଼କ ପ୍ରକଳ୍ପର ଉଦଘାଟନ କରିଛନ୍ତି; କେନ୍ଦ୍ରୀୟ ଜେଲ ରାସ୍ତାରେ ଭରୁନା ନଦୀ ଉପରେ ପୋଲ; ପିଣ୍ଡ୍ରା-କାଥିରାଓନ୍ ରାସ୍ତାର ପ୍ରଶସ୍ତିକରଣ; ଫୁଲପୁର-ସିନ୍ଧାଉରା ଲିଙ୍କ୍ ରୋଡର ସମ୍ପ୍ରସାରଣ; ୮ ଟି ଗ୍ରାମ ସଡକକୁ ମଜବୁତ ଏବଂ ର୍ନିମାଣ; ୭ ପିଏମ୍ଜିଏସ୍ୱାଇ ରାସ୍ତା ର୍ନିମାଣ ଏବଂ ଧର୍ସାଉନା-ସିନ୍ଧାଉରା ରାସ୍ତାର ପ୍ରଶସ୍ତିକରଣ ଆଦି ଏଥିରେ ରହିଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଜିଲ୍ଲାର ଜଳ ନିଷ୍କାସନ ଏବଂ ଜଳ ଯୋଗାଣର ଉନ୍ନତି ସହ ଜଡିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିରେ ଟ୍ରେଞ୍ଚଞ୍ଚଲେସ୍ ଜ୍ଞାନକୌଶଳ ମାଧ୍ୟମରେ ବାରାଣାସୀ ସହରର ପୁରୁଣା ସ୍ୱେରେଜ ଲାଇନର ପୁନରୁଦ୍ଧାର ଅନ୍ତର୍ଭୁକ୍ତ; ସ୍ୱେରେଜ୍ ଲାଇନ ସ୍ଥାପନ; ଟ୍ରାନ୍ସ ଭାରୁନା ଅଞ୍ଚଳରେ ୨୫୦୦୦ ରୁ ଅଧିକ ସ୍ୱରେଜ ସଂଯୋଗ; ସହରର ସିସ୍ ଭାରୁନା ଅଞ୍ଚଳରେ ଲିକେଜ୍ ମରାମତି କାର‌୍ୟ୍ୟ; ତାତେପୁର ଗ୍ରାମରେ ଗ୍ରାମୀଣ ପାନୀୟ ଜଳ ଯୋଜନା ଇତ୍ୟାଦି । ଏଥିରେ ବିଭିନ୍ନ ସାମାଜିକ ତଥା ଶିକ୍ଷା କ୍ଷେତ୍ର ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମହଗାଓଁ ଗ୍ରାମରେ ଥିବା ଆଇଟିଆଇ, ବିଏଚୟୁରେ ବେଦିକ ବିଜ୍ଞାନ କେନ୍ଦ୍ରର ଦ୍ୱିତୀୟ ପର‌୍ୟ୍ୟାୟ, ରାମନଗରରେ ସରକାରୀ ବାଳିକା ଘର, ଦୁର୍ଗାକୁଣ୍ଡରେ ଥିବା ସରକାରୀ ମହିଳା ବୃଦ୍ଧାଶ୍ରମ ଘର ଇଲାକରେ ଥମ୍ ପାର୍କ ଆଦି ଅର୍ନ୍ତଭୁକ୍ତ ।

ପ୍ରଧାନମନ୍ତ୍ରୀ ବଡ ଲାଲପୁରରେ ଥିବା ଡକ୍ଟର ଭୀମ ରାଓ ଆମ୍ବେଦକର ସ୍ପୋର୍ଟସ କମ୍ପେ୍ଲକ୍ସରେ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ଏବଂ ସିନ୍ଥେଟିକ୍ ବାସ୍କେଟବଲ୍ କୋର୍ଟର ଉଦଘାଟନ କରିଛନ୍ତି ଏବଂ ସିନ୍ଧାଉରା ଠାରେ ଅଣ-ଆବାସିକ ପୋଲିସ୍ ଷ୍ଟେସନ୍ କୋଠା, ହଷ୍ଟେଲ ରୁମ୍ ର୍ନିମାଣ, ମିର୍ଜାମୁରାଦ୍, ଚୋଲାପୁର, ଜନସା ଏବଂ କାପସେଥୀ ପୋଲିସ୍ ଷ୍ଟେସନ୍ ଏବଂ ପିଣ୍ଡ୍ରାରେ ଅଗ୍ନି ର୍ନିବାପକ କେନ୍ଦ୍ର ର୍ନିମାଣକୁ ଉଦ୍ଘାଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧୨୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିମଧ୍ୟରେ ଲହରତାରା – ବିଏଚୟୁ ରୁ ବିଜୟ ସିନେମା ପର୍ଯ୍ୟନ୍ତ ରାସ୍ତାର ଛଅ ଲେନ୍‍ ପ୍ରଶସ୍ତିକରଣ ସହିତ ଏକାଧିକ ସଡକ ଭିତ୍ତିଭୂମି ପ୍ରକଳ୍ପ ରହିଛି; ପାଣ୍ଡେପୁର ଫ୍ଲାଏଓଭରରୁ ରିଙ୍ଗ ରୋଡ ପର୍ଯ୍ୟନ୍ତ ରାସ୍ତାର ଚାରି ଲେନ ପ୍ରଶସ୍ତିକରଣ; କୁଚେହେରୀରୁ ସାନ୍ଦହା ପର୍ଯ୍ୟନ୍ତ ଚାରି ଲେନ ରାସ୍ତା; ବାରାଣାସୀ ଭଦୋହି ଗ୍ରାମୀଣ ରାସ୍ତାର ସମ୍ପ୍ରସାରଣ ଏବଂ ମଜବୁତିକରଣ; ବାରାଣାସୀ ଗ୍ରାମାଞ୍ଚଳରେ ପାଞ୍ଚଟି ନୂତନ ରାସ୍ତା ଏବଂ ଚାରିଟି ସିସି ରାସ୍ତା ର୍ନିମାଣ; ବାବତପୁର-ଚୌବେପୁର ରାସ୍ତାରେ ବାବତପୁର ରେଳ ଷ୍ଟେସନ ନିକଟରେ ଆରଓବି ର୍ନିମାଣ । ଏହି ପ୍ରକଳ୍ପଗୁଡିକ ସହର ଏବଂ ଗ୍ରାମାଞ୍ଚଳ ରାସ୍ତାରେ ଯାତାୟାତ ଭିଡ ହ୍ରାସ କରିବାରେ ଯଥେଷ୍ଟ ସାହାଯ୍ୟ କରିବ ।

ଏହି ଅଞ୍ଚଳର ପର୍ଯ୍ୟଟନକୁ ପୂର୍ଣ୍ଣ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱ ବ୍ୟାଙ୍କ ସହାୟତା ପ୍ରାପ୍ତ ୟୁପି ପ୍ରୋ-ପୁଓର ପର୍ଯ୍ୟଟନ ବିକାଶ ପ୍ରକଳ୍ପ ଅନ୍ତର୍ଗତ ସାରନାଥ ବୌଦ୍ଧ ସର୍କିଟର ବିକାଶ କାର୍ଯ୍ୟ, ଅଷ୍ଟ ବିନାୟକ, ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଯାତ୍ରା ଅଷ୍ଟ ଭୈରବ, ନଭ ଗୌରୀ ଯାତ୍ରା, ପଞ୍ଚକୋସି ପରିକ୍ରମା ଯାତ୍ରା ମାର୍ଗରେ ପର୍ଯ୍ୟଟନ ବିକାଶ କାର୍ଯ୍ୟ ଏବଂ ପୁରାତନ କାଶୀରେ ବିଭିନ୍ନ ୱାର୍ଡର ପର୍ଯ୍ୟଟନ ବିକାଶ କାର୍ଯ୍ୟ ପାଇଁ ପବନ ପଥ ର୍ନିମାଣ ଏବଂ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

PM Modi Varanasi Visit: ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ

ବେଙ୍ଗାଲୁରୁରେ ଟଙ୍କା ବର୍ଷା କଲେ ମୋଦି, କୃଷି କ୍ଷେତ୍ରକୁ ହେବ ବଡ ଲାଭ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments