1. କୃଷି ଖବର

PM Modi Varanasi Visit: ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ

ଆଜି ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବାରଣାସୀ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର | ଅପରାହ୍ନ ୨ ଟା ସମୟରେରେ ପ୍ରଧାନମନ୍ତ୍ରୀ ବାରଣାସୀର ଏଲଟି କଲେଜରେ ଅକ୍ଷୟ ପାତ୍ର ମଧ୍ୟାହ୍ନ ଭୋଜନ ରୋଷେଇର ଉଦଘାଟନ କରିବେ ।

Rajashree
Rajashree
Today PM Modi will visit varanasi

Today PM Modi will visit varanasi

ଆଜି ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( PM Modi) | ବାରଣାସୀ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର | ଅପରାହ୍ନ ୨ ଟାରେ ପ୍ରଧାନମନ୍ତ୍ରୀ ବାରଣାସୀର ଏଲଟି କଲେଜରେ ଅକ୍ଷୟ ପାତ୍ର ମଧ୍ୟାହ୍ନ ଭୋଜନ ରୋଷେଇ(Akshay Patra Mid Day Meal Kitchen)ର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି | ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେବାର ସୂଚନା ମିଳିଛି |

ଆଜି ଗୁରୁବାର ଅପରାହ୍ନ ପ୍ରାୟ ୨.୪୫ରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ ସହଯୋଗ ଏବଂ ସମ୍ମିଳନୀ କେନ୍ଦ୍ର-ରୁଦ୍ରାକ୍ଷ ପରିଦର୍ଶନ କରିବେ ଏଥିସହିତ କେନ୍ଦ୍ର-ରୁଦ୍ରାକ୍ଷରେ ସେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଉପରେ ଅଖିଳ ଭାରତୀୟ ଶିକ୍ଷା ସମାଗାମର ଉଦଘାଟନ କରିବାର ସମୟ ନିର୍ଘଣ୍ଟ କରାଯାଇଛି |

ଅପରାହ୍ନ ପ୍ରାୟ ୪ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( PM Modi) ସିଗ୍ରା ସ୍ଥିତ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ ଷ୍ଟାଡିୟମ (Dr. Sampurnanand Sports Stadium) ଯାଇ ହିଁ ୧୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି | ବିଗତ ଆଠ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ବାରଣାସୀରେ ଭିତ୍ତିଭୂମି ବିକାଶ ଉପରେ ଏକାଧିକ ପ୍ରକଳ୍ପର ଶୁଭ ଆରମ୍ଭ କରିଛନ୍ତି ଯାହାଫଳରେ ନିଜ ସଂସଦୀୟ କ୍ଷେତ୍ରର ସାଧାରଣ ଲୋକଙ୍କ ସହଜ ଜୀବନ ଯାତ୍ରା ସୁଗମ ହୋଇଛି | ଆଜି ସିଗ୍ରା ସ୍ଥିତ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ ଷ୍ଟାଡିୟମରେ (Dr. Sampurnanand Sports Stadium) କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ୫୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କରିବେ | ଉଦଘାଟିତ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି ବାରଣାସୀ ସ୍ମାର୍ଟ ସିଟି ଏବଂ ସହରାଞ୍ଚଳ ପ୍ରକଳ୍ପ ଅଧୀନରେ ଏକାଧିକ ପ୍ରକଳ୍ପ ରହିଛି |

ପ୍ରଥମ ପର୍ଯ୍ୟାୟରେ ନମୋ ଘାଟର (Namo ghat) ପୁନଃ ବିକାଶ ସହିତ ଜେଟି ର୍ନିମାଣ, ୫୦୦ଟି ଡଙ୍ଗାର ଡିଜେଲ ଏବଂ ପେଟ୍ରୋଲ ଇଞ୍ଜିନକୁ ସିଏନଜିରେ(CNG) ରୂପାନ୍ତରଣ, ପୁରୁଣା କାଶୀର କାମେଶ୍ୱର ମହାଦେବ ୱାର୍ଡର ପୁନଃ ବିକାଶ ଏବଂ ଦଶପୁରର ହରହୁଆ ଗ୍ରାମରେ ର୍ନିମିତ ୬୦୦ ରୁ ଅଧିକ ହିଁ ଇଡବ୍ଲ୍ୟୁଏସ ଫ୍ଲାଟ, ଲହରତାରା-ଚୌକା ଘାଟ ଫ୍ଲାଏଓଭର ଅଧୀନରେ ପ୍ରସ୍ତୁତ ନୂତନ ଭେଣ୍ଡିଂ ଜୋନ ଏବଂ ସହରାଞ୍ଚଳ ସ୍ଥାନ, ଦଶାଶ୍ୱମେଧ ଘାଟରେ ପର୍ଯ୍ୟଟନ ସୁବିଧା ଏବଂ Market complex, ଏବଂ ଆଇପିଡିଏସ କାର୍ଯ୍ୟ ତୃତୀୟ ପର୍ଯ୍ୟାୟ ଅଧୀନରେ ନାଗୱା ଠାରେ ୩୩/୧୧ କେଭି ସବଷ୍ଟେସନ ଆଦି ରହିଛି | ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଜିଲ୍ଲାର ଜଳ ନିଷ୍କାସନ ଏବଂ ଜଳ ଯୋଗାଣର ଉନ୍ନତି ସହ ଜଡିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ | ଏଥିରେ ଟ୍ରେଞ୍ଚଞ୍ଚଲେସ ଜ୍ଞାନକୌଶଳ ମାଧ୍ୟମରେ ବାରାଣାସୀ (varanasi)ସହରର ପୁରୁଣା ସ୍ୱେରେଜ ଲାଇନର ପୁନରୁଦ୍ଧାର ମଧ୍ୟ ସାମିଲ ହୋଇଛି |

ସେହିପରି ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ଲାଇନ ସ୍ଥାପନ, ଟ୍ରାନ୍ସ ଭାରୁନା ଅଞ୍ଚଳରେ ୨୫୦୦୦ ରୁ ଅଧିକ ସ୍ୱରେଜ ସଂଯୋଗ, ତାତେପୁର ଗ୍ରାମରେ(tatarpur village) ଗ୍ରାମୀଣ ପାନୀୟ ଜଳ ଯୋଜନା ରହିଛି | ଏହାବାଦ ସାମାଜିକ ତଥା ଶିକ୍ଷା କ୍ଷେତ୍ର ସମ୍ବନ୍ଧୀୟ ପ୍ରକଳ୍ପ ଗୁଡିକ ମଧ୍ୟରେ ମହଗାଓଁ ଗ୍ରାମରେ ଥିବା ଆଇଟିଆଇ,ବେଦିକ ବିଜ୍ଞାନ କେନ୍ଦ୍ରର ଦ୍ୱିତୀୟ ପର୍ଯ୍ୟାୟ, ରାମନଗରରେ ସରକାରୀ ବାଳିକା ଘର, ଦୁର୍ଗାକୁଣ୍ଡରେ ଥିବା ସରକାରୀ ମହିଳା ବୃଦ୍ଧାଶ୍ରମ ଘର ଇଲାକରେ ଥମ ପାର୍କ ଆଦି ରହିଛି |

ମୋଦି ସରକାରଙ୍କ ବଡ ଘୋଷଣା; ୧୦ ଲକ୍ଷ ଲୋକଙ୍କ ପାଇଁ ଚାକିରି ଘୋଷଣା

ମୋଦି ସରକାରଙ୍କ କୃଷି ଯୋଜନା ପାଲଟିଛି ଚାଷୀଙ୍କ ପ୍ରକୃତ ଶକ୍ତି: ଶାହ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments