News

ସାରା ଦେଶ ଜାଣିବ ପାଇକ ବିଦ୍ରୋହର ମହାନ ଗାଥା, ମୋଦି କରୁଛନ୍ତି ପ୍ରୟାସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ତରଫରୁ ଇତିହାସର ଅତଳ ଗର୍ଭରୁ ଓଡ଼ିଶାର ବୀରତ୍ୱ ମହାନ ଗାଥା ପାଇକ ବିଦ୍ରୋହକୁ ଦେଶ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ନିଷ୍ଠାପର ଉଦ୍ୟମ କରାଯାଉଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ।

19 July, 2022 5:28 PM IST By: Shuvanshu Kar

ଓଡ଼ିଶାର ବୀରତ୍ୱ ମହାନ ଗାଥା ପାଇକ ବିଦ୍ରୋହ(Paika Rebellion)କୁ ଦେଶ ସାମ୍ନାରେ ଉପସ୍ଥାପିତ କରିବା ଦିଗରେ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ତରଫରୁ ଇତିହାସର ଅତଳ ଗର୍ଭରୁ ଓଡ଼ିଶାର ବୀରତ୍ୱ ମହାନ ଗାଥା ପାଇକ ବିଦ୍ରୋହ(Paika Rebellion)କୁ ଦେଶ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ନିଷ୍ଠାପର ଉଦ୍ୟମ କରାଯାଉଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର(Dharmendra Pradhan) ।

ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ବରୁଣେଇ ଠାରେ ଓଡ଼ିଶାର ବୀରତ୍ୱ, ସ୍ୱାଭିମାନ ଓ ସଂଗ୍ରାମର ପ୍ରତୀକ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ସହଯୋଗ ପ୍ରଦାନ କରୁଛନ୍ତି । 2017-18 ମସିହାରେ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ପାଇକ ବିଦ୍ରୋହର 200 ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ବରାଦ କରିବା ସହ ଓଡ଼ିଆ ଜାତିର ବୀରତ୍ୱକୁ ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ ।

ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର 9.685 ଏକର ପରିମିତ ଜମି ଭାରତ ସରକାରଙ୍କ ସଂସ୍କୃତି ବିଭାଗକୁକ ପ୍ରଦାନ କରିବା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ନିକଟରେ ମୁଁ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସାଙ୍ଗରେ ଆଲୋଚନା କରିଥିଲି । ଓଡ଼ିଆ ଜାତିର ଅଦମ୍ୟ ସାହସ, ବୀରତ୍ୱର ପ୍ରତୀକ ହୋଇ ପାଇକ ସ୍ମାରକୀ ସର୍ବଦା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

୧୮୧୭ ମସିହାରେ ଇଂରେଜ ସରକାର ବିରୁଦ୍ଧରେ ଓଡ଼ିଶାରେ ପ୍ରଥମ ବିଦ୍ରୋହ ହୋଇଥିଲା , ଯାହାର ନାମ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ । ଏହାକୁ ପାଇକ ବିଦ୍ରୋହ କୁହାଯାଉଥିଲେହେଁ ପ୍ରକୃତରେ ଏହା ଥିଲା ଭାରତର ପହିଲି ସ୍ୱାଧୀନତା ଲଢ଼େଇ । ଏହାର ନେତୃତ୍ୱ ନେଇଥିଲେ ସଂଗ୍ରାମ ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ । ନିଜର ଯୋଗ୍ୟତା ବଳରେ ସେ ଖୋର୍ଦ୍ଧା ରାଜାଙ୍କର ସେନାପତି ହୋଇପାରିଥିଲେ । ପାଇକ ସର୍ଦାରମାନଙ୍କର ସମ୍ମିଳିତ ସହଯୋଗରେ ୧୮୧୭ ମସିହାରେ ସେ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିଲେ ।

ଅନୁଗୋଳରେ ESIC ହସ୍‌ପିଟାଲ୍‌ ଶୁଭାରମ୍ଭ

Agnipath Scheme : ସେନାରେ ଭର୍ତ୍ତି ହେବା ପାଇଁ ସମୟ ସୀମା ବୃଦ୍ଧି କରିଲେ ସରକାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)