1. କୃଷି ଖବର

Agnipath Scheme : ସେନାରେ ଭର୍ତ୍ତି ହେବା ପାଇଁ ସମୟ ସୀମା ବୃଦ୍ଧି କରିଲେ ସରକାର

ସେନାରେ ଭର୍ତ୍ତି ହେବା ପାଇଁ ବୟସ ସୀମା ବୃଦ୍ଧି କରିଲେ ସରକାର | ସେନାର ଅଗ୍ନିପଥ ଯୋଜନା ପାଇଁ ପ୍ରାର୍ଥୀଙ୍କ ବୟସ ୨୧ରୁ ୨୩ ବର୍ଷ ବୃଦ୍ଧି କରିଛନ୍ତି ସରକାର | ଏହା ଏକ ସାମୟିକ ନିଯୁକ୍ତି ସ୍କିମ |

Rajashree
Rajashree
Agnipath Scheme Age Limit increase

Agnipath Scheme Age Limit increase

ସେନାରେ ଭର୍ତ୍ତି ହେବାକୁ ଚାହୁଁଥିବା ଯୁବ ପିଢ଼ିଙ୍କ ପାଇଁ କେନ୍ଦ୍ର ସରକାର ଆଣିଲେ ସୁବର୍ଣ୍ଣ ସୁଯୋଗ | ସେନାରେ ଭର୍ତ୍ତି ହେବା ପାଇଁ ବୟସ ସୀମା ବୃଦ୍ଧି କରିଲେ ସରକାର | ସେନାର ଅଗ୍ନିପଥ ଯୋଜନା ପାଇଁ ପ୍ରାର୍ଥୀଙ୍କ ବୟସ ୨୧ରୁ ୨୩ ବର୍ଷ ବୃଦ୍ଧି କରିଛନ୍ତି ସରକାର |

ଏହା ଏକ ସାମୟିକ ନିଯୁକ୍ତି ସ୍କିମ (Agneepath Scheme ) | ପ୍ରାଥିମିକ ପର୍ଯ୍ୟାୟରେ ଚାକିରିର ବୈଧତା ୪ ବର୍ଷ ପାଇଁ ରଖାଯାଇଛି | ପୂର୍ବରୁ ସେନାରେ ପ୍ରବେଶ ପାଇଁ ବୟସ ସୀମା ୧୭.୫ରୁ ୨୧ ବର୍ଷ ପର୍ଯ୍ୟନ୍ତ ରଖାଯାଇଥିଲା |

ସୂଚନାଅନୁଯାୟୀ , ସରକାର ବୟସ ସୀମାକୁ କେବଳ ଚଳିତ ବର୍ଷ ପାଇଁ ଲାଗୁ କରିବେ | ବିଗତ ୨ ବର୍ଷ ହେବ କରୋନା କାରଣରୁ ସେନାରେ ଭର୍ତ୍ତି ହେବା କାର୍ଯ୍ୟକ୍ରମ ବନ୍ଦ ରଖିଥିଲେ ସରକାର , ବର୍ତମାନ ଏହାର ବୟସ ସୀମା ବୃଦ୍ଧି କରାଯାଇଛି | ସେନାରେ ଭର୍ତ୍ତି (Scheme for army)ହେବା ପାଇଁ ନିର୍ଦ୍ଧାରିତ ଶୈକ୍ଷଣିକ ଯୋଗ୍ୟତା ପୂର୍ବଭଳି ବଳବତ୍ତ ରହିବ | ଦ୍ୱାଦଶ ପାସ ପ୍ରାର୍ଥୀ ଭର୍ତ୍ତି ପାଇଁ ଯୋଗ୍ୟ ହୋଇପାରିବେ | ଫିଜିକାଲ ଷ୍ଟାଣ୍ଡାର୍ଡ ଓ ଫିଜିକାଲ ଏଫିସିଏନ୍ସି ଟେଷ୍ଟ ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ |

ଯୁବଗୋଷ୍ଠୀ ୪ ବର୍ଷ ପାଇଁ ଅଗ୍ନିବୀର ଭାବେ ସେନାରେ ଯୋଗ ଦେଇପାରିବେ | ଏହି ଯୋଜନା (Agneepath Scheme )ମାଧ୍ୟମରେ ୪୫ ହଜାର ଯୁବକଙ୍କୁ ସେନାରେ ସାମିଲ କରାଯିବାର କାର୍ଯ୍ୟକ୍ରମ ରହିଛି | ଏହି ସମୟରେ ପାର୍ଥିଙ୍କୁ ୬ ଥର ମିଲିଟାରୀ ତାଲିମ ଦିଆଯିବ | ଅଗ୍ନିବୀରଙ୍କୁ ୩୦ରୁ ୪୦ ହଜାର ଟଙ୍କା ଦରମା ସହ ଅନ୍ୟ ସମସ୍ତ ସୁବିଧା ଉପଲବ୍ଧ ରହିବ |

ସରକାରଙ୍କର ଅଗ୍ନିପଥ ଯୋଜନା ଯୁବପିଢିଙ୍କ ହିତ ପାଇଁ ରହିଥିଲେ ବି ଏହି ଯୋଜନାକୁ(Agneepath Scheme) ନେଇ ଯୁବପିଢ଼ି ଅସନ୍ତୁଷ୍ଟ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି | ଏହି ଯୋଜନାକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଥିବା ଦେଖିବାକୁ ମିଳୁଛି |

ଅଗ୍ନିପଥ ଯୋଜନା (Agneepath Scheme) ରେ ୪ ବର୍ଷିଆ ସ୍କିମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି | ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଦେଖାଯାଉଛି | ସେନାର ଆଶାୟୀମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଗତକାଲି ଏହି ଯୋଜନାକୁ ନେଇ ବିହାରରେ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇଥିଲା |

ସେନାବାହିନୀରେ ବଡ ଅଫର, ‘ଅଗ୍ନିପଥ’ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ଭାରତୀୟ ସେନାରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments