News

ବ୍ରିଜ ଉପରୁ ନିଖୋଜ ବ୍ୟାଙ୍କ କର୍ମଚାରୀ, 12 ଘଣ୍ଟା ହେଲାଣି ମିଳୁନି ପତ୍ତା

ଓଡିଶାର ଜଣେ ବ୍ୟାଙ୍କ କର୍ମଚାରୀ ନିଖୋଜ ଥିବା ଖବର ସାମ୍ନାକୁ ଆସୁଛି । ନିଖୋଜ କର୍ମଚାରୀ ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର ହୋଇଥିବା ସୂଚନା ।

11 August, 2022 5:32 PM IST By: Shuvanshu Kar

ଓଡିଶାର ଜଣେ ବ୍ୟାଙ୍କ କର୍ମଚାରୀ ନିଖୋଜ(bank official missing) ଥିବା ଖବର ସାମ୍ନାକୁ ଆସୁଛି । ନିଖୋଜ କର୍ମଚାରୀ ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜ(Agriculture Manager of Punjab National Bank)ର ଦିବ୍ୟ ରଞ୍ଜନ ମିଶ୍ର(Dibyaranjan Mishra) ହୋଇଥିବା ସୂଚନା । ଦିବ୍ୟଶଙ୍କର ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥ ୨୬ ଦେଇ ଫେୁଥିବାବେଳେ ଚେରୁପାଲି ଅଙ୍ଗନଦୀ ବ୍ରିଜ ଉପରୁ ଆଉ ପତ୍ତା ମିଳିନାହିଁ ।

ନିଖୋଜ ଦିବ୍ୟରଞ୍ଜନ ବୁଧବାର ବ୍ୟାଙ୍କ ଯାଇଥିଲେ । ସଂଧ୍ୟା 6ଟାରେ ବ୍ୟାଙ୍କରୁ ଫେରୁଥିବା ନେଇ ଶେଷଥର ପାଇଁ ସ୍ତ୍ରୀଙ୍କ ସହ କଥା ମଧ୍ୟ ହୋଇଥିଲେ । ହେଲେ ଏହାପରେ ଆଉ ତାଙ୍କ ଫୋନ ଲାଗିନଥିଲା । ଘରଲୋକେ ବହୁ ଖୋଜାଖୋଜି ପରେ ଚେରୁପାଲି ବ୍ରିଜ ଉପରେ ତାଙ୍କ ବାଇକ, ହେଲମେଟ, ଓ ବ୍ୟାଗ ଦେଖିବାକୁ ପାଇଥିଲେ ।

ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ଲୋଇସିଂହା ଏବଂ ଡୁଙ୍ଗୁରିପାଲି ପୋଲିସ । ହେଲେ 12 ଘଣ୍ଟା ବିତିଯାଇଥିଲେ ମଧ୍ୟ ତାଙଅକର କୌଣସି ଖୋଜ ଖବର ମିଳିପାରିନାହିଁ । ଅଗ୍ନିଶମ ବାହିନି ପକ୍ଷରୁ ମଧ୍ୟ ନଦୀରେ ଖୋଜାକୋଜି କରାଯାଉଥିବା ଜଣାପଡିଛି ।

ଦିବ୍ୟରଞ୍ଜନଙ୍କର କାହାରି ସହ କୌଣସି ଶତ୍ରୁତା ନଥିବା ପରିବାର ଲୋକେ ବୟାନ ଦେଇଛନ୍ତି । ଗତକାଲି ସୋନପୁର ଜିଲ୍ଲାର ବିନିକା ଅଞ୍ଚଳକୁ ବ୍ୟାଙ୍କ କାମରେ ଯାଇଥିଲେ ଦିବ୍ୟଶଙ୍କର । ଶେଷ ଥର ପାଇଁ ସେ ସଂଧ୍ୟାରେ ନିଜ ସ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ ।

ଦେଶର ୪୯ତମ ପ୍ରଧାନ ବିଚାରପତି ନିଯୁକ୍ତ ହେଲେ ଜଷ୍ଟିସ ଉଦୟ ଉମେଶ ଲଳିତ

ଭାରତରେ ବଢିବ ଚିତା ସଂଖ୍ୟା, ଏମିତି ଚାଲିଛି ରଣନୀତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)