1. କୃଷି ଖବର

ଫୋନି ର ଲାଇଭ ଅପଡେଟ…

ଫୋନି ର ଲାଇଭ ଅପଡେଟ…

KJ Staff
KJ Staff

୧୯୯୯ ମସିହା ର ସୁପର ସାଇକ୍ଲୋନ ଠାରୁ ବେଶ କମ ରହିଛି ଫୋନି ର ବେଗ | ଘଣ୍ଟା ପ୍ରତି ୨୬୦ କି.ମି ବେଗ ରେ ତାଣ୍ଡବ କରିଥିବା ୧୯୯୯ ମସିହା ର ସାଇକ୍ଲୋନ ତୁଳନାରେ ଫୋନି ର ବେଗ ହାରାହାରି ଘଣ୍ଟା ପ୍ରତି ୨୦୦ କି.ମି ରହିଥିବାରୁ ଏବେ ଓଡିଶା ସମେତ ଆନ୍ଧ୍ର ପ୍ରଦେଶ କୁ ମଧ୍ୟ ପାଣିପାଗ ତରଫରୁ ଦିଆଯାଇଛି "ଅରେଞ୍ଜ ଆଲର୍ଟ"|
ଅତି ଭୟଙ୍କର ଏହି ବାତ୍ୟା ଆଜି ସକାଳ ୫.୩୦ ସୁଦ୍ଧା ପୁରୀ ଠାରୁ ୪୫୦ କି.ମି ,ଦିଘା ଠାରୁ ୬୫୦ କି.ମି ଏବଂ ଶ୍ରୀକାକୁଲମ ଠାରୁ ୨୩୦ କି.ମି ଦୂରରେ ରହିଥିଲା |

ପାଣିପାଗ ବିଶେଷଜ୍ଞନ ଅନୁଯାୟୀ ଫୋନି ଶୁକ୍ରବାର ଅପରାହ୍ନ ସୁଦ୍ଧା ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟରେ ପୁରୀ ପାଖରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନ ରହିଛି ଏବଂ ସେହି ସମୟରେ ଏହାର ବେଗ ଘଣ୍ଟା ପ୍ରତି ୧୭୦-୧୮୦ କି .ମି ରୁ ୨୦୦ କି .ମି ଯାଏ ରହିପାରେ |ଓଡିଶା ,ପଶ୍ଚିମ ବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶ ର ହାରାହାରି ୧୯ ଟି ଜିଲା ଏହା ଦ୍ୱାରା ବହୁ ପ୍ରଭାବିତ ହେବାର ସମ୍ଭାବନା ରହିଛି |
ଏବେ ଗଞ୍ଜାମ, ରାୟଗଡା, କନ୍ଧମାଳ ,ଗଜପତି ଜିଲା ରେ ବର୍ଷା ଆରମ୍ଭ ହେଇସାରିଥିବା ବେଳେ ପୁରୀ ରେ ମଧ୍ୟ ଆଜି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ପର୍ଯ୍ୟଟକ ଙ୍କ ସୁବିଧା ଲାଗି ପୁରୀ ରୁ ୨ ଟି ସ୍ୱତନ୍ତ୍ର ଟ୍ରେନ ଆରମ୍ଭ ହୋଇଛି |ଗୋଟେ ଟ୍ରେନ ପୁରୀ ରୁ କୋଲକାତା ୧୨ ଟା ବେଳେ ଛାଡିବା ସହ ଅନ୍ୟ ଏକ ଟ୍ରେନ ପୁରୀ ଠାରୁ ହାୱଡ଼ା ଯାଏ ଅପରାହ୍ନ ୩ ଟା ରେ ଛାଡିବାର ଯୋଜନା ରହିଛି |ଅନ୍ୟ ପକ୍ଷେ ଏନ. ଡି .ଆର.ଏଫ ତରଫରୁ ଓଡିଶା ଲାଗି ୨୮ ଟି ଟିମ ନିଯୁକ୍ତ କରାଯାଇଛି |ସୁରକ୍ଷା କର୍ମୀ ଙ୍କୁ ମଧ୍ୟ ଆଲର୍ଟ ରେ ରଖାଯିବ ସହ ପ୍ରଶାସନ ରିଲିଫ ର ମଧ୍ୟ ବ୍ୟବସ୍ତା କରିବାରେ ଲାଗିପଡିଛନ୍ତି |

ଆଜି ସକାଳ ସୁଦ୍ଧା ହାରାହାରି ୮ ଲକ୍ଷ ଲୋକଙ୍କୁ ଉପକୂଳ ଅଞ୍ଚଳ ରୁ ସ୍ଥାନାନ୍ତରିତ କରାଯାଇ ସୁରକ୍ଷିତ ସ୍ଥାନ କ
ନିଆଯାଇଛି |ସେହିପରି ଅନ୍ୟ ପ୍ରଭାବିତ ଅଞ୍ଚଳ ରେ ସ୍ଥାନୀୟ ଲୋକେ ଆଶ୍ରୟସ୍ଥଳୀ ରେ ଆଶ୍ରୟ ନେବାରେ ଲାଗିଛନ୍ତି |
ବାତ୍ୟା ନିମନ୍ତେ ହାରାହାରି ୧୦୦ ଟି ଟ୍ରେନ ବାତିଲ ହେବ ସହ ପୁରୀ ଠାରୁ ଶାଲିମାର ମଧ୍ୟ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ |ଏହି ଟ୍ରେନ ଅପରାହ୍ନ ୧:୩୦ ରେ ଭୁବନେଶ୍ୱର ରୁ ବାହାରି ,କଟକ,ଯାଜପୁର ,ଭଦ୍ରକ ,ବାଲେଶ୍ୱର ଦେଇ ଖଡକପୁର ଏବଂ ପରେ ଶାଲିମାର ଯାଏ ଯିବ|
ମତ୍ସ୍ୟ ଜିବି ମାନଙ୍କୁ ସମୁଦ୍ର କୁ ଯିବାକୁ ମନ କରାଯାଇଥିଲା ବେଳେ ଜରୁରୀ ସାମଗ୍ରୀ ସହ ବାତ୍ୟା ର ସମ୍ମୁଖୀନ ଲାଗି ପ୍ରସ୍ତୁତ ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments