News

ଦୁର୍ବଳ ମୌସୁମୀ, କୃଷି ଉପରେ ସଙ୍କଟର କଳା ବାଦଲ

କାଁ ଭାଁ କେତେକ ସ୍ଥାନରେ ବର୍ଷା ହୋଇଛି । ତେବେ ଦୁର୍ବଳ ମୌସୁମୀ ଭାରତର କୃଷି ଅର୍ଥନୀତି ପାଇଁ ସଙ୍କଟର କାରଣ ହୋଇପାରେ ବୋଲି କୃଷି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ।

20 June, 2022 11:53 AM IST By: Shuvanshu Kar

ଏଥର ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ଆସିଛି ମୌସୁମୀ । ସ୍ବାଭାବିକ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କାଁ ଭାଁ କେତେକ ସ୍ଥାନରେ ବର୍ଷା ହୋଇଛି । ତେବେ ଦୁର୍ବଳ ମୌସୁମୀ(Poor monsoon) ଭାରତର କୃଷି ଅର୍ଥନୀତି(agriculture based economy) ପାଇଁ ସଙ୍କଟର କାରଣ ହୋଇପାରେ ବୋଲି କୃଷି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ।

ଆଜି ବି ଦେଶରେ ମୋଟ ବୁଣାଯାଇଥିବା ଫସଲର 69ପ୍ରତିଶତ ସିଞ୍ଚନ ବର୍ଷା ଜଳରୁ ହିଁ ହୋଇଥାଏ । ଦେଶରେ 70 ପ୍ରତିଶତ ବର୍ଷା ମୌସୁମୀ କାରଣରୁ ହୁଏ । କକେବଳ ସେତିକି ନୁହେଁ, ଦେଶର ଅଧାରୁ ଅଦିକ ଲୋକେ ପ୍ରତ୍ୟେକ୍ଷ ଓ ପରୋକ୍ଷ ରୂପେ କୃଷି ଉପରେ ନିର୍ଭର କରନ୍ତି । ଏହି କାରଣରୁ ଦେଶରେ ଖରାପ ମୌସୁମୀ(Poor monsoon) ଫସଲ ଉତ୍ପାଦନ ଉପରେ ପ୍ରଭାବ ପକାଇପାରେ । ଏହାର ସିଧାସଳଖ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପଡିବ ।

ସୋମବାର ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା,ଜାଣନ୍ତୁ...

Assam Flood: ଚାଷ ଜମିରେ ବ୍ୟାପକ କ୍ଷତି, 42 ଲକ୍ଷ ବାସହରା

କୃଷି ଅର୍ଥବ୍ୟବସ୍ଥା ପ୍ରଭାବିତ ହେଲେ ଦରଦାମ ବୃଦ୍ଧି ହେବ । ଅନ୍ୟପକ୍ଷେ ଖରାପ ପାଣିପାଗ ଯୋଗୁଁ ରବି ଫସଲର ଉତ୍ପାଦନ କମିଥିଲା । ଗ୍ରୀଷ୍ମପ୍ରବାହ ଭଳି ସ୍ଥିତି କାରଣରୁ ଦେଶରେ ଗହମ ଉତ୍ପାଦନ ହ୍ରାସ ପାଇଥିଲା । ଏହି କାରଣରୁ ଗହମ ରପ୍ତାନୀ ଉପରେସରକାରଙ୍କୁ ପ୍ରତିବନ୍ଧକ ଲଗାଇବାକୁପଡିଛି ।

ସେହିପରି ପୁଣି ଥରେ ଦୁର୍ବଳ ମୌସୁମୀ କାରଣରୁ ଦେଶରେ ଦେଶରେ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ସ୍ଥିତି ଗମ୍ଭୀର ହୋଇପାରେ । ପାଣିପାଗ ବିଭାଗ ଯଦିଓ ସ୍ବାଭାବିକ ବର୍ଷାର ଆକଳନ କରିଛି, ହେଲେ ଜୁନରେ ମୌସୁମୀ ଦୁର୍ବଳ ହେବା ଯୋଗୁଁ ଧାନ ଭଳି ମୁଖ୍ୟ ଫସଲ ବୁଣିବା ପ୍ରଭାବିତ ହୋଇଛି । ସାରା ଦେଶରେ ବର୍ଷା ଜୁନ 11ରେ 43 ପ୍ରତିଶତରୁ ହ୍ରାସ ପାଇ ଜୁନ 17ରେ 18 ପ୍ରତିଶତରେ ରହିଛି ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ(IMD )ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀଦେଶର ପୂର୍ବ ଓ ମଧ୍ୟଭାଗ ଏବଂ ପୂର୍ବୋତ୍ତରରେ ସ୍ବଭାବିକ ବର୍ଷା ହେବ । ଏହାସହିତ 23 ଜୁନ ପରେ ଉତ୍ତର ପଶ୍ଚିମ ଭାରତରେ ବର୍ଷାର ପରିମାଣ ବୃଦ୍ଧି ହେବ । ସବୁ ସ୍ଥାନରେ ସମାନ ପରିମାଣରେ ବର୍ଷା ହୋଇନଥାଏ ବୋଲି କହିଛନ୍ତି ମହାପାତ୍ର । କିଛି ସ୍ଥାନରେ କମ ବର୍ଷା ଓ କିଛି ସ୍ଥାନରେ ଅଧିକ ବର୍ଷା ହୋଇଥାଏ ।

ମୌସୁମୀର କୃଷି କ୍ଷେତ୍ର ସହ ସମ୍ବନ୍ଧକୁ ଦୃଷ୍ଟିରେ ରଖି କୁହାଯାଇପାରେ ଯେ ଦେଶରେ କମ ବର୍ଷା ହୋଇଛି । ପଶ୍ଚିମବଙ୍ଗ, ଉତ୍ତର ଓଡିଶା ଓ ଏହା ସହ ସଂଲଗ୍ନ ବାଂଲାଦେଶର କିଛି ଅଞ୍ଚଳରେ 3ରୁ 4 ଦିନ ମଧ୍ୟରେ ଏକ ଘୁର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାନେଇ ଆକଳନ କରୁଛି ପାଣିପାଗ ବିଭାଗ । ଏହା ପବନର ଗତିକୁ ବଦଳାଇବାରେ ସହାୟକ ହେବ ।

ସେପଟେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ଓ ଝାଡଖଣ୍ଡ ସମେତ ଦେଶର ମଧ୍ୟଭାଗ ମୁଖ୍ୟ ମୌସୁମୀ କ୍ଷେତ୍ର । ହେଲେ ବର୍ତ୍ତମାନ ଏଠାରେ ମୌସୁମୀ ଦୁର୍ବଳ ରହିଛି । ପଞ୍ଜାବ ଓ ହରିୟାଣାରେ ମଧ୍ୟ ଚାଷୀ ମୌସୁମୀ ଉପରେ ନିର୍ଭର କରନ୍ତି । ଏପଟେ ମୌସୁମୀରେ ବିଳମ୍ବ ମହାରାଷ୍ଟ୍ର ପାଇଁ ବିପଦ ସୃଷ୍ଟି କରିଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)