1. କୃଷି ଖବର

ସୋମବାର ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା,ଜାଣନ୍ତୁ...

ଆଜି ସୋମବାର ୬ ଜିଲ୍ଲାରେ ପ୍ରବଳ ବର୍ଷିବ । କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଯାଜପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ କଟକ ଜିଲ୍ଲାରେ ଅଧିକ ବର୍ଷା ହେବ । ସେହିଭଳି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି ।

Sudesna Nayak
Sudesna Nayak
Today rain news Odisha

Today rain news Odisha

ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷିବ । କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଯାଜପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ କଟକ ଜିଲ୍ଲାରେ ଅଧିକ ବର୍ଷା (RAIN)ହେବ । ସେହିଭଳି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା (RAIN)ହେବ ବୋଲି ପାଣିପାଗ ବିଭାଗ (IMD)ପୂର୍ବାନୁମାନ ଜାରି କରିଛି । ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (RAIN) ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ।

ସୂଚନା ଅନୁୟାୟୀ, ସେପଟେ ମୌସୁମୀ (Monsoon)ଆଗକୁ ବଢ଼ିବାର ନାଁ ନେଉନି । ଗତ ୪ ଦିନ ହେବ ଏହା ଦକ୍ଷିଣ ଓଡ଼ିଶାରେ ଆଂଶିକ ପ୍ରବେଶ କରିଛି । ମାତ୍ର ୬ଟି ଜିଲ୍ଲାକୁ ଛୁଇଁଛି । ହେଲେ ସେବେ ଠାରୁ ସେଇଠି ଅଟକିଯାଇଛି । ମୌସୁମୀ (Monsoon)ଆଗକୁ ଯିବାକୁ ପାଗ ଅନୁକୂଳ ଥିଲେ ବି ଆଗକୁ ବଢୁନି । ମୌସୁମୀ (Monsoon) ଦକ୍ଷିଣ ଓଡ଼ିଶାକୁ ଆଂଶିକ ସ୍ପର୍ଶ କରିଥିଲେ ବି ଏଠାରେ ରବିବାର (Sunday)ବର୍ଷା (RAIN)ଦେଖିବାକୁ ମିଳିନି । ମାଲକାନଗିରି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା ଜିଲ୍ଲାରେ ଆଦୌ ବର୍ଷା (RAIN)ହୋଇନି । କଟକ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରେ ସାମାନ୍ୟ ବର୍ଷିଛି । ପୁରୀ ଜିଲ୍ଲାରେ ବି ବର୍ଷା (RAIN) ହୋଇନି ।

ତେବେ ୯ ଜିଲ୍ଲାରେ ରବିବାର (Sunday) ସ୍ୱାଭାବିକଠାରୁ ଅଧିକ ବର୍ଷା (RAIN) ହୋଇଛି । ସମ୍ବଲପୁରରେ ୩୯, ହୀରାକୁଦରେ ୩୪, ନୟାଗଡ଼ରେ ୩୪, ସୋନପୁରରେ ୨୫.୯ ମିଲିମିଟର, ବୌଦ୍ଧର ୨୫.୫, ଅନୁଗୁଳରେ ୨୫.୨, ଦେବଗଡ଼ରେ ୨୫.୧, ଢେଙ୍କାନାଳରେ ୨୨.୨, ଯାଜପୁରରେ ୨୦.୩, ନୂଆପଡ଼ାରେ ୧୬.୫ ଓ ବରଗଡ଼ରେ ୧୪.୬ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି ।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ପ୍ରାକ୍‌ ମୌସୁମୀ ବର୍ଷା (RAIN) ହୋଇଛି । ଏହା ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଇଛି । ସୋମବାର (Monday)ଓ ମଙ୍ଗଳବାର (Tuesday)ରାଜ୍ୟର ଅନ୍ୟ ସ୍ଥାନକୁ ମୌସୁମୀ ସ୍ପର୍ଶ କରିବା ସମ୍ଭାବନା ଅଧିକ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଏଚ୍‌ ବିଶ୍ୱାସ କହିଛନ୍ତି । ଆଗାମୀ ୫ ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷା (RAIN)ସମ୍ଭାବନା ଅଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି । କିଛି ଜିଲ୍ଲାରେ ପ୍ରବଳ (୭ରୁ ୧୧ ସେମି) ଓ ଅତି ପ୍ରବଳ ବର୍ଷା (୧୧ରୁ ୨୦ସେମି) ବର୍ଷା (RAIN) ସମ୍ଭାବନା ଅଛି ।

ପ୍ରକାଶ ଥାଉ ଯେ, ଆସନ୍ତା ୨୩ ତାରିଖ ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା (Odisha)ରେ ବର୍ଷା (RAIN) ହେବ । ସୋମବାର (Monday)କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଯାଜପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା (RAIN) ହୋଇପାରେ । ୨୨ ତାରିଖ, ୨୩ ତାରିଖ ଓ ୨୪ ତାରିଖ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା (Odisha)ରେ ପ୍ରବଳ ବର୍ଷା (RAIN)ହେବେ ବୋଲି ପାଣିପାଗ ବିଭାଗ (IMD)ପୂର୍ବାନୁମାନ କରିଛି ।

ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଗୁଳୁଗୁଳିରୁ ମୁକ୍ତି

ଓଡିଶା ଛୁଇଁବ ମୌସୁମୀ ,ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments