1. କୃଷି ଖବର

ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଗୁଳୁଗୁଳିରୁ ମୁକ୍ତି

ଶେଷ ରଜରେ ରାଜ୍ୟବାସୀ ଓ ଚାଷୀଭାଇଙ୍କ ପାଇଁ ଖୁସି ଖବର । ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶା ଦେଇ ଏହା ପ୍ରବେଶ କରିଛି ।

Sudesna Nayak
Sudesna Nayak
Monsoon reaches Odisha

Monsoon reaches Odisha

ଶେଷ ରଜରେ ରାଜ୍ୟବାସୀ ଓ ଚାଷୀଭାଇ (Farmers)ଙ୍କ ପାଇଁ ଖୁସି ଖବର (GOOD NEWS) । ଓଡ଼ିଶା (Odisha) ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ (Monsoon)ବାୟୁ । ଦକ୍ଷିଣ ଓଡିଶା ଦେଇ ଏହା ପ୍ରବେଶ କରିଛି ।

ସୂଚନା ଅନୁଯାୟୀ, ଆଜି ଶୁକ୍ରବାର (FRIDAY)କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲାରେ ସଂପୂର୍ଣ୍ଣ ସକ୍ରିୟ ହୋଇଛି ମୌସୁମୀ (Monsoon) । ସେହିପରି ନୂଆପଡା ଜିଲ୍ଲା , କଳାହାଣ୍ଡି ଜିଲ୍ଲା ଏବଂ ରାୟଗଡା ଜିଲ୍ଲାକୁ ଆଂଶିକ ଛୁଇଁଥିବା ବେଳେ ଆସନ୍ତା ସପ୍ତାହ ସୁଦ୍ଧା ପୁରା ଓଡ଼ିଶାରେ ସକ୍ରିୟ ହେବା ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (IMD)କହିଛି । ଏଥିସହିତ ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ହେଲେ ତା ପ୍ରଭାବରେ ମୌସୁମୀ (Monsoon) ସାରା ଓଡ଼ିଶାରେ ସକ୍ରିୟ ହେବା ସହିତ ଭଲ ବର୍ଷା (RAIN)ର ଅନୁମାନ କରାଯାଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୨୨ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା (RAIN)ପାଇଁ ୟେଲୋ ଆଲର୍ଟ (Yellow Warning)ଜାରି କରାଯାଇଛି ।

ସୁତରାଂ ପ୍ରତିବର୍ଷ ଜୁନ୍ ୧୦ ରୁ ୧୪ ତାରିଖ ମଧ୍ୟରେ ଓଡ଼ିଶା (Odisha)ରେ ମୌସୁମୀ ସକ୍ରିୟ ହୋଇଥାଏ । ତେବେ ଚଳିତ ବର୍ଷ କେରଳ ଛୁଇଁବା ପରେ ମୌସୁମୀ ଦୁର୍ବଳ ହୋଇଥିଲା । ବର୍ତ୍ତମାନ ପାଗ ଅନୁକୂଳ ଥିବାରୁ ମୌସମୀ (Monsoon) ସକ୍ରିୟ ହୋଇଛି । ତେବେ ମୌସୁମୀ (Monsoon) ସକ୍ରିୟ ହେବା ସହ ତାତିରୁ ମିଳିଛି ତ୍ରାହି ମିଳିବାର ସମ୍ଭାବନା ରହିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଥିବା ବେଳେ ଉପକୂଳ ଓଡ଼ିଶାରେ ମଧ୍ୟ ଗୁଳୁଗୁଳି କମିଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା (RAIN)ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ (Yellow Warning) ଜାରି କରାଯାଇଛି ।

ପ୍ରକାଶ ଥାଉ ଯେ, ଓଡିଶା (Odisha) ସମେତ ଝାଡ଼ଖଣ୍ଡରେ ବି ମୌସୁମୀ (Monsoon)ବାୟୁ ପ୍ରବେଶ କରିଥିବା କଥା ପାଣିପାଗ ବିଭାଗ (IMD) ତରଫରୁ କୁହାଯାଇଛି । ସାଧାରଣତଃ ଝାଡ଼ଖଣ୍ଡରେ ଜୁନ 10 ଜୁନ 11 ମଧ୍ୟରେ ମୌସମୀ (Monsoon)ବାୟୁ ପ୍ରଵଶ କରି ଥାଏ । ତେବେ ଓଡ଼ିଶାରେ ମୌସମୀ ବାୟୁ ପ୍ରବେଶ କରିବା ପରେ ରାଜ୍ୟ ବାସୀଙ୍କୁ ଏକ ପ୍ରକାରର ଆସ୍ୱସ୍ଥି ମିଳିଛି । ଆନୁମାନ ଲାଗାଯାଉଥିଲା କି ମୌସମୀ (Monsoon) ବାୟୁ ଓଡ଼ିଶାରେ ରଜରେ ପ୍ରବେଶ କରିବ, କିନ୍ତୁ ଏହା ଦିନେ ଦୁଇ ଦିନ ବିଳମ୍ବରେ ଅପଞ୍ଚିଛି ।

୨୪ ଘଣ୍ଟାରେ ଓଡିଶା ଛୁଇଁବ ମୌସୁମୀ, ବଢ଼ିବ ବର୍ଷା

Weather Update:ଆଜିଠୁ ବଦଳିବ ପାଣିପାଗ; ହେବ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments