1. କୃଷି ଖବର

୨୪ ଘଣ୍ଟାରେ ଓଡିଶା ଛୁଇଁବ ମୌସୁମୀ, ବଢ଼ିବ ବର୍ଷା

ମୌସୁମୀ ଦୁଆର ମୁହଁରେ ପହଞ୍ଚିଗଲାଣି । ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଏହାର ପ୍ରାକ୍‌ ସଙ୍କେତ ଦେଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ଯେ କୌଣସି ସମୟରେ ଓଡ଼ିଶା ମାଟି ଛୁଇଁବା ସମ୍ଭାବନା ଅଛି । ତେବେ ଚିନ୍ତାର ବିଷୟ ହେଲା, ଆରମ୍ଭରୁ ମୌସୁମୀ ଭଲ ବର୍ଷା ଦେବନି । ତୃତୀୟ ସପ୍ତାହ ବେଳକୁ ମୌସୁମୀ ପ୍ରବାହ ଅଧିକ ସକ୍ରିୟ ହେବା ସହ ରାଜ୍ୟରେ ବର୍ଷା ବଢ଼ିବ ।

Sudesna Nayak
Sudesna Nayak
odisha Monsoon RAIN news today

odisha Monsoon RAIN news today

ମୌସୁମୀ (Monsoon) ଦୁଆର ମୁହଁରେ ପହଞ୍ଚିଗଲାଣି । ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଏହାର ପ୍ରାକ୍‌ ସଙ୍କେତ ଦେଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ଯେ କୌଣସି ସମୟରେ ଓଡ଼ିଶା ମାଟି ଛୁଇଁବା ସମ୍ଭାବନା ଅଛି । ତେବେ ଚିନ୍ତାର ବିଷୟ ହେଲା, ଆରମ୍ଭରୁ ମୌସୁମୀ (Monsoon) ଭଲ ବର୍ଷା (RAIN) ଦେବନି । ତୃତୀୟ ସପ୍ତାହ ବେଳକୁ ମୌସୁମୀ (Monsoon)ପ୍ରବାହ ଅଧିକ ସକ୍ରିୟ ହେବା ସହ ରାଜ୍ୟରେ ବର୍ଷା (RAIN) ବଢ଼ିବ ।

ସୂଚନା ଅନୁଯାୟୀ, ପାଣିପାଗ ବିଭାଗ (IMD) କହିଛି, ମୌସୁମୀ (Monsoon) ବୁଧବାର (Wednesday) ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବେଶ କରିଛି । ଓଡ଼ିଶା (Odisha)ରେ ମୌସୁମୀ (Monsoon)ଆଗମନ ପାଇଁ ପାଗ ଅନୁକୂଳ ରହିଛି । ସମ୍ଭବତଃ ୨୪ ରୁ ୪୮ ଘଣ୍ଟା ଭିତରେ ମୌସୁମୀ (Monsoon) ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁପାରେ । ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁପାରେ । ଆଇଏମଡି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଓଡ଼ିଶା (Odisha)ରେ ବର୍ଷା (RAIN)ବଢ଼ିବ । ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ବରିଷ୍ଠ ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ପ୍ରାକ୍‌ ମୌସୁମୀ ବର୍ଷା (RAIN) ଆରମ୍ଭ ହୋଇଛି । ଦିନେ ଦୁଇଦିନରେ ମୌସୁମୀ (Monsoon) ଓଡ଼ିଶା ଛୁଇଁବ । ମାତ୍ର ଆରମ୍ଭରୁ ମୌସୁମୀ ପ୍ରବାହ ସେତେ ଶକ୍ତିଶାଳୀ ରହିବ ନାହିଁ। ତେଣୁ ମୌସୁମୀ ଆଗମନ ସତ୍ତେ୍ୱ ଏବେ ଭଲ ବର୍ଷା ସମ୍ଭାବନା କମ୍‌ । କେବଳ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ। ମୌସୁମୀ ପ୍ରବାହ ସକ୍ରିୟ ହେଲାବେଳକୁ ଜୁନ୍‌ ୨୨/୨୩ ତାରିଖ ହୋଇଯିବ । ତାପରେ ବର୍ଷା (RAIN)ବଢ଼ିବ ଓ ଅଧିକ ହେବ ।

ଗତ ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ବର୍ଷା (RAIN) ହୋଇଛି । ଅନୁମାନ କରାଯାଉଛି, ବର୍ତ୍ତମାନ ପ୍ରତିଦିନ ବହୁ ସ୍ଥାନରେ ବର୍ଷା (RAIN) ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା (RAIN) ହୋଇପାରେ । ଗୁରୁବାର (Thursday) ଆଭ୍ୟନ୍ତରୀଣ ଓଡ଼ିଶା ସହ ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା ସହ ଅଳ୍ପ କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା (RAIN) ସମ୍ଭାବନା ଅଛି । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ କମିପାରେ । ବୁଧବାର କେବଳ ବଲାଙ୍ଗିର ଓ ଟିଟିଲାଗଡ଼ରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ବାକି ସବୁଠି ତାତି କମିଛି । ବଲାଙ୍ଗିର ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ୍‌ ଓ ଟିଟିଲାଗଡ଼ରେ ପାରଦ ୪୦.୪ ଡିଗ୍ରୀ ଥିଲା ।

ପ୍ରକାଶ ଥାଉ ଯେ, ବୁଧଦାର (Wednesday)ବହୁ ଜାଗାରେ ବର୍ଷା (RAIN) ହୋଇଛି । ନବରଙ୍ଗପୁରରେ ୪୬ ମିଲିମିଟର ବର୍ଷା ହୋଇଥିବାବେଳେ ନୟାଗଡ଼ରେ ୩୧ ମିମି, ଦାରିଙ୍ଗିବାଡ଼ିରେ ୨୬ ମିମି, ଅନୁଗୁଳରେ ୨୦ ମିମି, କୋରାପୁଟରେ ୨୫ ମିମି, ଭବାନୀପାଟଣାରେ ୨୦ ମିମି ବର୍ଷା (RAIN) ହୋଇଥିଲା ।

Weather Update:ଆଜିଠୁ ବଦଳିବ ପାଣିପାଗ; ହେବ ବର୍ଷା

୨୪ ଘଣ୍ଟା ପରେ କମିବ ତାତି,୧୫ ରୁ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments