
post office gram suraksha scheme invest as little as rs 1411 per month to get rs 35 lakh on maturity
ଆଜି ଆମେ ଆପଣମାନଙ୍କୁ ଡାକଘର (Post Office)ର ଏକ ସ୍ୱତନ୍ତ୍ର ଯୋଜନା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ନିରାପଦ ପୁଞ୍ଜି ନିବେଶ ସହିତ ଭଲ ରିଟର୍ଣ୍ଣ ଚାହୁଁଛନ୍ତି ତେବେ ଆପଣ ଡାକଘରର ଗ୍ରାମ ସୁରକ୍ଷାର ଯୋଜନା (Gram Suraksha Scheme)ରେ ନିବେଶ କରିପାରିବେ ।
ସୂଚନା ଅନୁଯାୟୀ, ଏହି ସ୍କିମରେ ଆପଣ କୌଣସି ବିପଦ ବିନା ଭଲ ଲାଭ କରିପାରିବେ । ଏହି ସ୍କିମରେ ଆପଣ ଅଳ୍ପ ପରିମାଣର ନିବେଶ କରି ମୋଟା ଅଙ୍କର ରାଶି ଜମା କରିପାରିବେ । ଏହି ଯୋଜନାରେ ନିବେଶର ପରିମାଣ ଏତେ କମ୍ ଯେ ଗାଁରେ ରହୁଥିବା ଜଣେ କୃଷକ (Farmers)ମଧ୍ୟ ଏହାର ଫାଇଦା ଉଠାଇ ପାରିବେ ।
୧୯ ବର୍ଷ ରୁ ୫୫ ବର୍ଷ ମଧ୍ୟରେ ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ନିବେଶ କରିପାରିବେ । ଏହି ସ୍କିମରେ ଆପଣ ୧୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଅନ୍ୟ ପଟେ, ଯଦି ଆମେ ପ୍ରିମିୟମ୍ ବିଷୟରେ କଥାବାର୍ତ୍ତା କରିବା, ତେବେ ଆପଣ ଏହାକୁ ମାସିକ, ତ୍ରୈମାସିକ, ଅର୍ଦ୍ଧ ବାର୍ଷିକ ଏବଂ ବାର୍ଷିକ ପେମେଣ୍ଟ ଦେଇପାରିବେ । ପ୍ରିମିୟମ ପେମେଣ୍ଟ ପାଇଁ ଆପଣ ୩୦ ଦିନର ରିହାତି ପାଇବେ ।
ଏହି ଯୋଜନାରେ ନିବେଶ କରିବାର ଅନେକ ଲାଭ ମଧ୍ୟ ଅଛି । ଏହା ଅଧୀନରେ ଆପଣ ଋଣର ଲାଭ ମଧ୍ୟ ନେଇପାରିବେ । ତଥାପି, ଆପଣ ଏହି ଯୋଜନାରେ ୪ ବର୍ଷ ନିବେଶ କରିବା ପରେ ହିଁ ଋଣ ସୁବିଧା ପାଇପାରିବେ । ଏହି ଯୋଜନା ଅଧୀନରେ ଯଦି ଆପଣ ୧୯ ବର୍ଷ ବୟସରେ ୧୦ ଲକ୍ଷ ଟଙ୍କାର ଗ୍ରାମ ସୁରକ୍ଷା ଯୋଜନା କିଣନ୍ତି, ତେବେ ୫୫ ବର୍ଷ ପାଇଁ ଆପଣମାନଙ୍କୁ ପ୍ରତି ମାସରେ ୧୫୧୫ ଟଙ୍କା ପ୍ରିମିୟମ ହିଁ ଦେବାକୁ ପଡିବ ।
କହିବାକୁ ଗଲେ, ଯେତେବେଳେ କି ୫୮ ବର୍ଷ ପାଇଁ ୧୪୬୩ ଟଙ୍କା ଏବଂ ୬୦ ବର୍ଷ ପାଇଁ ୧୪୧୧ ଟଙ୍କା ଜମା କରିବାକୁ ପଡ଼ିବ । ଏହି ଯୋଜନା ଅନ୍ତର୍ଗତ ନିବେଶକମାନଙ୍କୁ ପ୍ରତିଦିନ ପ୍ରାୟ ୫୦ ଟଙ୍କା ଅର୍ଥାତ୍ ଏକ ମାସରେ ୧୫୦୦ ଟଙ୍କା ଜମା କରିବାକୁ ହିଁ ପଡ଼ିବ ।
ଯଦି ଆମେ ରିଟର୍ନ ବିଷୟରେ କଥା ହେବା ତ, ତେବେ ନିବେଶକଙ୍କୁ ୫୫ ବର୍ଷ ପାଇଁ ୩୧.୬୦ ଲକ୍ଷ, ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଏବଂ ୬୦ ବର୍ଷ ପାଇଁ ୩୪.୬୦ ଲକ୍ଷ ଟଙ୍କାର ମ୍ୟାଚ୍ୟୋରିଟି ଲାଭ ହିଁ ମିଳିବ । ଗ୍ରାମ ସୁରକ୍ଷ ଯୋଜନା (Gram Suraksha Scheme) ଅଧୀନରେ ଏହି ରାଶି ୮୦ ବର୍ଷ ବୟସରେ ବ୍ୟକ୍ତିଙ୍କୁ ହିଁ ଦିଆଯାଏ । ଅନ୍ୟପକ୍ଷରେ, ଯଦି ସେହି ସମୟ ମଧ୍ୟରେ ବ୍ୟକ୍ତି ମୃତ୍ୟୁ ବରଣ କରନ୍ତି, ତେବେ ଏହି ରାଶି ତାଙ୍କ ନୋମିନିଙ୍କୁ ଦିଆଯାଏ ।
ପ୍ରକାଶ ଥାଉ ଯେ, ଏହା ବ୍ୟତୀତ ଗ୍ରାହକ ୩ ବର୍ଷ ପରେ ହିଁ ପଲିସି ସରେଣ୍ଡର କରିବାର ବିକଳ୍ପ ମଧ୍ୟ ବାଛି ପାରିବେ । ତଥାପି, ସେହି କ୍ଷେତ୍ରରେ ଏହାର କୌଣସି ଲାଭ ମିଳିବ ନାହିଁ । ପଲିସିର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ, ଇଣ୍ଡିଆ ପୋଷ୍ଟ ଦ୍ୱାରା ଦିଆଯାଇଥିବା ବୋନସ ଓ ଅନ୍ତିମ ଘୋଷିତ ବୋନସ ପ୍ରତି ବର୍ଷ ୬୦ ଟଙ୍କା ପ୍ରତି ୧୦୦୦ ଟଙ୍କାର ଆଶ୍ୱାସନା ଦିଆଯାଇଛି ।
Post Office Scheme : ଟଙ୍କା ରଖିଲେ ଡବଲ ହୋଇଯିବ ଟଙ୍କା, ଉଠାନ୍ତୁ ଲାଭ
Post Office Scheme: ମାସକୁ ୧୫୦୦ ଟଙ୍କା ଜମା କଲେ ପାଇବେ ୩୫ ଲକ୍ଷ ଟଙ୍କା, ଜାଣନ୍ତୁ...
Share your comments