1. କୃଷି ଖବର

କୋଟିପତି ହେବାର ସୁଯୋଗ ଦେଉଛି ପୋଷ୍ଟ ଅଫିସ!

ପୋଷ୍ଟ ଅଫିସର ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (Post Office Scheme PPF)ଆପଣଙ୍କୁ କୋଟିପତି ହେବାର ସୁଯୋଗ ଦେଇଥାଏ ।

Sudesna Nayak
Sudesna Nayak
post office is giving you a chance to become a millionaire

post office is giving you a chance to become a millionaire

ପୋଷ୍ଟ ଅଫିସର ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (Post Office Scheme PPF)ଆପଣଙ୍କୁ କୋଟିପତି ହେବାର ସୁଯୋଗ ଦେଇଥାଏ । କେବଳ ଆପଣଙ୍କୁ ପ୍ରତିଦିନ ଏହି ଆକାଉଣ୍ଟରେ ୪୧୭ ଟଙ୍କା ନିବେଶ କରିବାକୁ ପଡିବ । ଯଦିଓ ଏହି ଆକାଉଣ୍ଟର ମାଚ୍ୟୁରିଟି ଅବଧି ୧୫ ବର୍ଷ, କିନ୍ତୁ ଆପଣ ଏହାକୁ ୫ ବର୍ଷ ଲେଖାଏଁ ଦୁଇଥର ବଢ଼ାଇ ପାରିବେ । ବାର୍ଷିକ ୧.୫ ଲକ୍ଷ ଟଙ୍କା ନିବେଶ କରି ଆପଣଙ୍କର ମୋଟ ନିବେଶ ୩୭.୫୦ ଲକ୍ଷ ଟଙ୍କା ହେବ । ମାଚ୍ୟୁରିଟି ପରେ ଆପଣ ୭.୧ ପ୍ରତିଶତ ସୁଧ ହାର ସହିତ ୬୫.୫୮ ଲକ୍ଷ ଟଙ୍କା ପାଇବେ ।

ଏହା ସହିତ ଆପଣ ଏହି ଯୋଜନାରେ ଟିକସ ସୁବିଧା ମଧ୍ୟ ପାଇବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଏହି ଯୋଜନାରେ ବାର୍ଷିକ ୭.୧ ପ୍ରତିଶତ ସୁଧ ପାଇବେ ଏବଂ ଆପଣଙ୍କୁ ପ୍ରତିବର୍ଷ ଚକ୍ରବର୍ତ୍ତି ସୁଧର ଲାଭ ମଧ୍ୟ ଦେବ ।

ବେତନ ପ୍ରାପ୍ତ, ସ୍ୱୟଂ ନିଯୁକ୍ତ, ପେନସନଭୋଗୀ ମାନେ ଡାକ ବିଭାଗର ପିପିଏଫରେ ଏକ ଆକାଉଣ୍ଟ ଖୋଲିପାରିବେ ।

Post Office ରେ ବାହାରିଲା ବମ୍ଫର Vacancy, ଦ୍ୱାଦଶ ପାସ୍ କରଥିଲେ କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments