1. କୃଷି ଖବର

Post Office! BIGGEST Scheme! ଟଙ୍କା ରଖିଲେ ହୋଇଯିବ ଡବଲ

post office schemes । ଏଠି ଟଙ୍କା ରଖିଲେ ଚିନ୍ତା ନାହିଁ କି ସମସ୍ୟା ନାହିଁ । ଏ ସ୍କିମରେ ଟଙ୍କା ରଖିଲେ ଡବଲ ହୋଇଯାଏ ଟଙ୍କା ।

Sudesna Nayak
Sudesna Nayak
post office savings schemes better benefits

post office savings schemes better benefits

post office schemes । ଏଠି ଟଙ୍କା ରଖିଲେ ଚିନ୍ତା ନାହିଁ କି ସମସ୍ୟା ନାହିଁ । ଏ ସ୍କିମରେ ଟଙ୍କା ରଖିଲେ ଡବଲ ହୋଇଯାଏ ଟଙ୍କା । ଯଦି ଆପଣ ନିଜର ଟଙ୍କାକୁ ରଖି ଦୁଇଗୁଣା କରିବାକୁ ଚାହୁଁଥାନ୍ତି, ତେବେ ଏହିଠାରେ ହିଁ ସୁରକ୍ଷିତ ଭାବେ ଟଙ୍କା ରଖି ଭରପୂର ଲାଭ ଉଠାନ୍ତୁ ।

post officeରେ ଏମିତି ଏକ ଦମଦାର ସ୍କିମ ରହିଛି,ଯେଉଁଠି ମିଳିଥାଏ ଭଲ ଋଟର୍ନ ସହ ଅନେକ ସୁବିଧା । ଆମେ କହୁଛୁ ପୋଷ୍ଟ ଅଫିସର ଟାଇମ୍‌ ଡିପୋଜିଟ୍‌ ସ୍କିମ୍‌ କଥା ।

ପୋଷ୍ଟ ଅଫିସର ଟାଇମ୍‌ ଡିପୋଜିଟ୍‌ ସ୍କିମ୍‌ରେ ଆପଣ ବର୍ଷେ, ୨ ବର୍ଷ, ୩ ବର୍ଷ ଓ ୫ ବର୍ଷ ପାଇଁ ଟଙ୍କା ଜମା କରି ପାରିବେ । ଏଥିରେ ୧ ବର୍ଷର ଅବଧି ଥିବା ଏଫ୍‌ଡି ଆକାଉଣ୍ଟରେ ଥିବା ସମୟରେ ୫.୫ ପ୍ରତିଶତର ସୁଧ ହାର ରହିଛି । ଏହା ବ୍ୟତୀତ ୧ ବର୍ଷର ଏଫ୍‌ଡି ଓ ୩ ବର୍ଷର ଏଫ୍‌ଡିରେ ମଧ୍ୟ ୫.୫ ପ୍ରତିଶତରେ ସୁଧ ମିଳୁଛି । ପୋଷ୍ଟ ଅଫିସରେ ୫ ବର୍ଷର ଟାକ୍ସ ସେଭିଂ ଏଫ୍‌ଡିରେ ୬.୭ ପ୍ରତିଶତର ସୁଧ ଦେଉଛି । ସୁଧ ଦେୟ ବାର୍ଷିକ ଆଧାରରେ କରାଯାଏ । ହେଲେ ଏହାକୁ ତ୍ରୟମାସିକ ଆଧାରରେ ହିସାବ କରାଯାଏ ।

ଯଦି କିଏ ୧ ଲକ୍ଷ ଟଙ୍କାର ଜମାରେ ୫ ବର୍ଷ ମାଚ୍ୟୁରିଟି ପିରିୟଡର ଟର୍ମ ଡିପୋଜିଟ୍‌ ଖୋଲେ, ତାହେଲେ ୬.୭ ପ୍ରତିଶତ ବାର୍ଷିକ ସୁଧ ହିସାବରେ ୫ ବର୍ଷ ପରେ ହିଁ ସେ ୧ ଲକ୍ଷ ୩୯ ହଜାର ୪ ଶହ ୭ ଟଙ୍କାର ମାଲିକ ହୋଇ ପାରିବେ । ଯଦି ଆପଣ ଟାଇମ ଡିପୋଜିଟ୍‌ ସ୍କିମ୍‌ରେ ଟଙ୍କା ଲଗାଉଛନ୍ତି, ତେବେ ଆପଣଙ୍କୁ ୬.୭ ପ୍ରତିଶତର ଦରରେ ସୁଧ ମିଳିଲେ ଆପଣଙ୍କ ଟଙ୍କା ଡବଲ ହେବାକୁ ପାଖାପାଖି ୧୦.୭୪ ବର୍ଷ ଅର୍ଥାତ୍‌ ୧୨୯ ମାସ ସମୟ ଲାଗିବ ।

ପୋଷ୍ଟ ଅଫିସର ଏହି ଟାଇମ୍‌ ଜିପୋଜିଟ୍‌ ସ୍କିମ୍‌ (Post Office Time Deposit scheme)ପାଇଁ କେହି ବି ସିଙ୍ଗଲ ବ୍ୟକ୍ତି ନିଜର ଆକାଉଣ୍ଟ ଖୋଲିପାରିବ । ଏହା ବ୍ୟତୀତ ୩ ଜଣ ମିଶି ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲି ପାରିବେ । ୧୦ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ନାଁରେ ପାରେଣ୍ଟସ ଆକାଉଣ୍ଟ ମଧ୍ୟ ଖୋଲି ହେବ ।

ପ୍ରକାଶ ଥାଉ ଯେ, ସବୁ କଥା ବାଦ Post Office Time Deposit schemeର ପ୍ରମୁଖ କଥା ହେଲା, ବ୍ୟାଙ୍କ ତୁଳନାରେ ଏଠାରେ ଅଧିକ ସୁଧ ମିଳିଥାଏ । କେହି କେହି ଏହି ସ୍କିମ୍‌କୁ ଡ଼ାକଘରର ଏଫ୍‌ଡି ମଧ୍ୟ କହିଥାନ୍ତି । ଆଜି ହିଁ ଆପଣମାନେ ପୋଷ୍ଟ ଅଫିସ ଯାଇ ଏହି ଦମଦାର୍ ସ୍କିମ ବିଷୟରେ ଜାଣନ୍ତୁ ଏବଂ ଟଙ୍କା ନିବେଶ କରି ଭରପୂର ଫାଇଦା ଉଠାନ୍ତୁ ।

Post Office Scheme: ଡାକଘର ଆପଣଙ୍କୁ କରିବ ଲକ୍ଷପତି, କେବଳ ୧୫୦୦ ଟଙ୍କା ନିବେଶ କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା, ଜାଣନ୍ତୁ...

Post Office Income Scheme: ମାସକୁ ୨୫୦୦ ଟଙ୍କା ରୋଜଗାର ପାଇଁ ଏହା ହେଉଛି ଭଲ ସୁଯୋଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments