
Post Office Scheme investment basis makes 41 lakh fund by ppf scheme
ସାଧାରଣତଃ ମିଡ଼ିଲ କ୍ଲାସ ଫ୍ୟାମିଲିରେ ପୋଷ୍ଟ ଅଫିସ ସ୍କିମକୁ ବେଶି ପସନ୍ଦ କରାଯାଏ । ଏହା ପଛରେ ଏକ ଭ୍ୟାଲିଡ କାରଣ ମଧ୍ୟ ରହିଛି । ପୋଷ୍ଟ ଅଫିସ ସ୍କିମରେ ହାଇ ରିଟର୍ଣ୍ଣ ସହିତ ଟଙ୍କାର ସେଫ୍ଟିକୁ ମଧ୍ୟ ଧ୍ୟାନ ଦିଆଯାଏ । ତେଣୁ ଅଧିକାଂଶ ଲୋକ ଏହା ଉପରେ ଭରସା କରି ଟଙ୍କା ରଖିଥାନ୍ତି । ଏମିତିରେ ପିପିଏଫ (PPF)ବା ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ମଧ୍ୟ ପୋଷ୍ଟ ଅଫିସର ଏକ ସ୍କିମ । ଯାହାର ଫାଇଦା ସମ୍ପର୍କରେ ସମସ୍ତଙ୍କୁ ଜଣା ।
ସୂଚନା ଅନୁଯାୟୀ, ପୋଷ୍ଟ ଅଫିସରେ ଲୋକମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ସେଫ ରହିଥାଏ । ତେଣୁ ଏହା ଉପରେ ଲକ୍ଷାଧିକ ଲୋକ ଭରସା କରନ୍ତି । ଏମିତିରେ ପିପିଏଫ ମଧ୍ୟ ଏକ ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ, ଯେଉଁଥିରେ ଲକ୍ଷାଧିକ ଟଙ୍କାରେ ଫଣ୍ଡ ତିଆରି କରାଯାଇପାରିବ । ଏବେ କିନ୍ତୁ ଏକ ନୂଆ ପ୍ଲାନ ଆସିଛି । ଯାହା ଅନ୍ତର୍ଗତ ଆପଣ ୪୧ ଲକ୍ଷ ଟଙ୍କା ପାଇପାରିବେ । ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟରେ ଅଧିକ ଫାଇଦା ପାଇବା ପାଇଁ ଏହି ସ୍କିମ ସବୁଠୁ ବଢ଼ିଆ ହେବ ।
କହିବାକୁ ଗଲେ, ପୋଷ୍ଟ ଅଫିସର ଏହି ସ୍କିମ ମୁତାବିକ ଆପଣଙ୍କ ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ। ଏହାସଯ ଟାକ୍ସ ଫ୍ରି ମଧ୍ୟ ରହିବ। ଏମିତିରେ ୧୬ ଲକ୍ଷ ଟଙ୍କାର ମାଚ୍ୟୁରିଟି ପାଇଁ ଆପଣଙ୍କୁ ପ୍ରତିଦିନ ୧୬୭ ଟଙ୍କା ଜମା କରିବାକୁ ହେବ । ମାନେ ମାସକୁ ୫ହଜାର ଟଙ୍କା ନିବେଶ କରିବାକୁ ପଡ଼ିବ। ପରେ ୧୫ ବର୍ଷର ମାଚ୍ୟୁରିଟି ସହିତ ଆପଣଙ୍କୁ ୧୬ ଲକ୍ଷ ଟଙ୍କା ମିଳିବ ।
ତେବେ ପିପିଏଫ (PPF) ଆକାଉଣ୍ଟର ଲକ ଇନ ପିରିୟଡ ୧୫ ବର୍ଷର ହୋଇଥାଏ । ତେଣୁ ଯଦି ଆପଣ ୧୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଅପରେଟ କରିବାକୁ ଚାହୁଁଛନ୍ତି ତେବେ ଏକ ଫର୍ମ ଭରିବାକୁ ହେବ । ୧୫ ବର୍ଷ ପରେ ଆପଣ ନିଜ ପିପିଏଫ (PPF) ଆକାଉଣ୍ଟକୁ ନୂଆ କଣ୍ଟ୍ରିବ୍ୟୁସନ ସହ ୫ ବର୍ଷ ଗ୍ୟାପରେ ଟାଇମ ପିରିୟଡକୁ ବଢ଼ାଇପାରିବେ । ଏମିତିରେ ୨୫ ବର୍ଷ ପର୍ଯ୍ୟନ୍ତ ଆପଣ ଏହାର ଫାଇଦା ଉଠାଇପାରିବେ ।
ପ୍ରକାଶ ଥାଉ କି, ଯଦି ଆପଣ ୧୬ ବର୍ଷରୁ ୨୫ ବର୍ଷ ମଧ୍ୟରେ ମାସକୁ ୫ ହଜାର ଟଙ୍କା ଦେଉଛନ୍ତି ତେବେ ୨୫ ବର୍ଷ ମାଚ୍ୟୁରିଟିରେ ଆପଣଙ୍କୁ ୪୧ ଲକ୍ଷରୁ ଅଧିକ ଟଙ୍କା ମିଳିବ । ଗ୍ୟାରେଣ୍ଟି ରିଟର୍ଣ୍ଣ ପଲିସି ହୋଇଥିବାରୁ ଏଥିରେ ନିବେଶକଙ୍କୁ କମ୍ପାଉଣ୍ଡିଂର ଜବରଦସ୍ତ ଫାଇଦା ମିଳିବ। ଏହି ସ୍କିମ ଲମ୍ବା ସମୟ ଧରି ଓ୍ବେଲଥ କ୍ରିଏସନ ପାଇଁ ବଢ଼ିଆ ସ୍କିମ ହେବ ।
କୋଟିପତି ହେବାର ସୁଯୋଗ ଦେଉଛି ପୋଷ୍ଟ ଅଫିସ!
Post Office Recruitment: ବିନା ପରୀକ୍ଷାରେ ପାଆନ୍ତୁ ଚାକିରୀ,ଦରମା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Share your comments