1. କୃଷି ଖବର

ଲୋକଙ୍କ ଘରେ କୃଷିଜାତ ଦ୍ରବ୍ୟ ପହଞ୍ଚାଇବ ଡାକ ବିଭାଗ

ଭାରତୀୟ ଡାକ ବିଭାଗ ବର୍ତ୍ତମାନ କୃଷି ଉତ୍ପାଦକୁ ଗ୍ରାହକଙ୍କ ଘରେ ପହଞ୍ଚାଇବା ପାଇଁ ଚାଷୀଙ୍କ ସହ ଯୋଡି ହେବାକୁ ଚାହୁଁଛି ।

Shuvanshu Kar
Shuvanshu Kar
Postal department looks to deliver agricultural produce to consumers’ doorsteps

Postal department looks to deliver agricultural produce to consumers’ doorsteps

ଭାରତୀୟ ଡାକ ବିଭାଗ(postal department) ବର୍ତ୍ତମାନ କୃଷି ଉତ୍ପାଦ(agricultural produce)କୁ ଗ୍ରାହକଙ୍କ ଘରେ ପହଞ୍ଚାଇବା ପାଇଁ ଚାଷୀଙ୍କ ସହ ଯୋଡି ହେବାକୁ ଚାହୁଁଛି । ସହରର ଘରଗୁଡିକରେ ଇଡଲି ଏବଂ ଦୋସା ଆଣ ବିତରଣ କରିବା ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟର ବିଫଳ ହେବା ପରେ ଡାକ ବିଭାଗର ଏହି ବିଚାର ସାମ୍ନାକୁ ଆସିଛି ।

କୃଷି ଉତ୍ପାଦନକାରୀଙ୍କ ସହ ଯୋଡି ହେବା ଏବଂ ସେମାନଙ୍କ ଉତ୍ପାଦକୁ ଗ୍ରାହକଙ୍କ ଘରେ ପହଞ୍ଚାଇବା ପାଇଁ ଡାକ ବିଭାଗ ପାଖରେ କ୍ଷମତା ଅଛି ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଏସ ରାଜେନ୍ଦ୍ର କୁମାର ।

ଏଥିରେ ଫଳ, ପନିପରିବା ଏବଂ ମକା ଉତ୍ପାଦନ ପରି ଅନ୍ୟାନ୍ୟ ଶସ୍ୟ ଅନ୍ତର୍ଭୁକ୍ତ ହୋଇପାରେ । ଏଥିପାଇଁ କିଛି କୃଷି ଉତ୍ପାଦକ ଖୋଜିବାକୁ ଚେଷ୍ଟା ଜାରି ରହିଛି । ଆମ୍ବ ବୋର୍ଡ ସହିତ ପୂର୍ବରୁ ସମ୍ପର୍କ ରହିଛି ଏବଂ ସେମାନେ କହିଛନ୍ତି ଯେ ଅନ୍ୟ ଋତୁକାଳୀନ ଫଳ ପାଇଁ ସେମାନେ ଅନଲାଇନ୍ ବୁକିଂ ସୁବିଧା ପ୍ରତିଷ୍ଠା କରିବାକୁ ମଧ୍ୟ ଚେଷ୍ଟା କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ରାଜେନ୍ଦ୍ର କୁମାର ।

ରାଜେନ୍ଦ୍ର କୁମାର କହିଛନ୍ତି ଯେ ବିଭାଗ ନିଜେ କୌଣସି ଇ-କମର୍ସ ଅର୍ଡର ଗ୍ରହଣ କରିବ ନାହିଁ, କିନ୍ତୁ ଯଦି ଅନ୍ୟ କୌଣସି ସେବା ପ୍ରଦାନକାରୀ ଆଗକୁ ଆସନ୍ତି, ତେବେ ସେମାନେ ଦ୍ୱାର ଦେଶରେ ବିତରଣ କରିବାକୁ ପ୍ରସ୍ତୁତ ଥିବା ସେ ମନ୍ତବ୍ୟ ଦେଇଛନ୍ତି ।

ଏହାପୂର୍ବରୁ ଜୁଲାଇରେ ଡାକ ବିଭାଗ ଇଡଲି ଏବଂ ଦୋସା ଆଣ ଓ ଖାଦ୍ୟ ସାମଗ୍ରୀ ଦେଶରେ ବିତରଣ ଆରମ୍ଭ କରିଥିଲା ​​। ସହରର ଏକ ଲୋକପ୍ରିୟ ରେଷ୍ଟୁରାଣ୍ଟ ଏହି ପ୍ରକଳ୍ପ ପାଇଁ ବିଭାଗ ସହିତ ଚୁକ୍ତି କରିଥିଲା । ତେବେ ପାଇଲଟ୍ ପ୍ରୋଜେକ୍ଟ ପରେ ରେଷ୍ଟୁରାଣ୍ଟ ଏହାକୁ ଅଧିକ ପରିମାଣରେ ନେଇ ନ ଥିବାରୁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ସ୍କେଲରେ ନେବାକୁ ବିଫଳ ହୋଇଛି ବୋଲି ରାଜେନ୍ଦ୍ର କହିଛନ୍ତି ।

HAR GHAR TIRANGA: ଦଶ ଦିନରେ 1 କୋଟିରୁ ଅଧିକ ତ୍ରିରଙ୍ଗା ବିକ୍ରି, ଆପଣ ବି କରନ୍ତୁ ଅର୍ଡର

ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ 6000 ଟଙ୍କା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments