1. କୃଷି ଖବର

ଅଦା-କଞ୍ଚାଲଙ୍କା ସମେତ ବଢ଼ିଲା ଏହିସବୁ ପରିବା ଦର

ପ୍ରତିବର୍ଷ ମୌସୁମୀ ଋତୁରେ ସବୁଜ ପନିପରିବା ଏବଂ ଫଳର ଦର ଅଧିକ ହେଉଥିବା ନଜରକୁ ଆସିଥାଏ l କିନ୍ତୁ ଚଳିତ ବର୍ଷ ର କଥା କିଛି ଅଲଗା ରହିଛି l ଚଳିତ ବର୍ଷ ପରିବା ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ଦ୍ରୁତ ଗତିରେ ବଢି ଚାଲିଛି ।

Tanushree Mahapatra
Tanushree Mahapatra
Potatoes and onions can also be expensive

Potatoes and onions can also be expensive

ପ୍ରତିବର୍ଷ ମୌସୁମୀ ଋତୁରେ ସବୁଜ ପନିପରିବା ଏବଂ ଫଳର ଦର ଅଧିକ ହେଉଥିବା ନଜରକୁ ଆସିଥାଏ l କିନ୍ତୁ ଚଳିତ ବର୍ଷ ର କଥା କିଛି ଅଲଗା ରହିଛି l ଚଳିତ ବର୍ଷ ପରିବା ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ଦ୍ରୁତ ଗତିରେ ବଢି ଚାଲିଛି । ଟମାଟୋର ମୂଲ୍ୟ କିଲୋଗ୍ରାମ ପିଛା ୧୫୦ ଆରମ୍ଭ କରି ୨୦୦ ଟଙ୍କାରେ ପହଞ୍ଚିଛି ।

ଏଥି ସହିତ ଲଙ୍କାର ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି, ଯାହା ୪୦୦ ଟଙ୍କାରେ ପହଞ୍ଚିଛି । ସେହିଭଳି ଅଦା କଞ୍ଚା ଲଙ୍କାର ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୪୦୦ ଟଙ୍କାରେ ପହଁଚିଥିବା ନଜରକୁ ଆସିଛି । ଦେଶର ରାଜଧାନୀ ନୂଆଦିଲ୍ଲୀରେ କଞ୍ଚାଲଙ୍କା ମୂଲ୍ୟ ୧୦୦ ଥିବାବେଳେ କୋଲକାତାରେ ଲଙ୍କା କିଲୋଗ୍ରାମ ପିଛା ୩୫୦-୪୦୦ ଟଙ୍କାରେ ପହଞ୍ଚିଛି । ଏଥିସହିତ ଅଦା ଯାହା ପ୍ରତିଦିନ ଘରେ ଘରେ ଆବଶ୍ୟକ ତାହା ମଧ୍ୟ କିଲୋଗ୍ରାମ ପିଛା ୩୫୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।  ତେବେ ସରକାରଙ୍କ କହିବା ଅନୁଯାୟୀ ଏହି ଦର ଅସ୍ଥାୟୀ ଭାବେ ବଢିଛି ଯାହା ଆସନ୍ତା ୧୫ ରୁ ୩୦ ଦିନ ମଧ୍ୟରେ ହ୍ରାସ ପାଇବ । 

ଦକ୍ଷିଣ ପଶ୍ଚିମ ମୋୖସୁମୀରେ ବିଳମ୍ବ ହେବା ସହିତ ଦେଶର କିଛି ଅଞ୍ଚଳରେ ଗରମ ପବନର ପ୍ରଭାବ ଦେଖା ଦେଇଥିବା ଯୋଗୁଁ ପ୍ରାୟ ସମସ୍ତ ଜରୁରୀ ପନିପରିବାର ମୂଲ୍ୟରେ ବୃଦ୍ଧି ଘଟିଥିବା କହିଛନ୍ତି ବ୍ୟବସାୟୀ । ଏହି ପନିପରିବାର ଦର ମଧ୍ୟରେ ଟମାଟୋର ମୂଲ୍ୟ ସର୍ବାଧିକ ବୃଦ୍ଧି ପାଇଛି । ତେବେ ଜୁଲାଇ ମଧ୍ୟଭାଗରୁ ବର୍ଷା ଠିକ ପରିମାଣ ହେତୁ ପନିପରିବା ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମୌସୁମୀରେ ଅଧିକ ବୃଷ୍ଟିପାତ ବିଷୟରେ ଚିନ୍ତାର ବିଷୟ l  ତେବେ ସଠିକ ବର୍ଷା ଏବଂ ସଠିକ ଭାବେ ଚାଷ ଅମଳ ନ ହେବା ଯୋଗୁଁ ମଧ୍ୟ ପନିପରିବା ଦର ବଢିଛି l

ସେହିପରି ମାର୍ଚ୍ଚ ଏବଂ ଏପ୍ରିଲରେ କୁଆପଥର ମାଡ଼ ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିଲା ଅନେକ ଚାଷୀଙ୍କର । ଏହା ପରେ କର୍ଣ୍ଣାଟକ ରାଜ୍ୟରେ ଟମାଟୋ ଫସଲ ଉପରେ କୀଟନାଶକ ଆକ୍ରମଣ ହୋଇଥିଲା ଯେଉଁଥିପାଇଁ ଅନେକ ଫସଲ ନଷ୍ଟ ହୋଇଥିଲେ । ପରିବା ମଧ୍ୟରେ ଟମାଟୋ ହେଉଛି ଏକ ସ୍ୱଳ୍ପ ସମୟର ଫସଲ । ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷକୁ ଅନେକ ଥର ଏହା ବଢିଥାଏ ଯାହା ଚାଷୀଙ୍କୁ ଲାଭ ଦେଇଥାଏ । ତେବେ କର୍ଣ୍ଣାଟକ ହେଉଛି ଏହାର ଏକ ପ୍ରମୁଖ ଉତ୍ପାଦକ ଯାହା ଦେଶକୁ ଟମାଟୋ ଯୋଗାଇଥାଏ । ଏହା ପରେ ପରେ ରାଜ୍ୟଙ୍କ ମଧ୍ୟରେ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟ ରହିଛି ତାଲିକାରେ । 

ଅନେକ ପନିପରିବା ମଧ୍ୟରେ ବଜାରରେ କଲରା ଏବଂ ଭଣ୍ଡି ଖାଇବାକୁ ମଧ୍ୟ ଲୋକେ ସାହସ କରୁ ନାହାନ୍ତି । ବଜାରରେ କଲରା ୧୨୦ ଟଙ୍କା କିଲୋଗ୍ରାମରେ ବିକ୍ରି ହେଉଥିବାବେଳେ ଭେଣ୍ଡି କିଲୋଗ୍ରାମ ପିଛା ୧୦୦ ଟଙ୍କାରେ  ବିକ୍ରି ହେଉଛି । ସେହିପରି ଫୁଲକୋବି ବଜାରରେ କିଲୋଗ୍ରାମ ପିଛା ୧୫୦ ଟଙ୍କାରେ ବିକ୍ରି କରୁଛନ୍ତି ବେପାରୀ । ସେହିଭଳି କଦଳୀ କିଲୋଗ୍ରାମ ପିଛା ୭୦ ଟଙ୍କା ରହିଛି ବଜାର ମୂଲ୍ୟ । ଅନ୍ୟପଟେ ସାରୁ ଭଳି ପରିବାର ଦର ମଧ୍ୟ କିଲୋଗ୍ରାମ ପିଛା ୭୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି । ତେବେ ଅତିରିକ୍ତ ବର୍ଷା ହେବା ଯୋଗୁଁ ପନିପରିବା ଦର ବଢିଥିବା ଜଣାପଡିଛି l

8 କୋଟି ଦେଶବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର! ଅଟକି ପାରେ PM Kisanର 14 ତମ କିସ୍ତି

ହୋଇଯାଆନ୍ତୁ ସତର୍କ, ବଢ଼ୁଛି ଡେଙ୍ଗୁ ଆତଙ୍କ..

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments