News

ସଫଳତମ 2 ବର୍ଷ ପୁରଣ କଲା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା

ସଫଳତମ 2 ବର୍ଷ ପୁରଣ କରିଛି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା । ଏହି ଶୁଭ ଦିନକୁ ପାଳନ କରିବା ପାଇଁ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।

11 September, 2022 2:07 PM IST By: Shuvanshu Kar

ସଫଳତମ 2 ବର୍ଷ ପୁରଣ କରିଛି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା(Pradhan Mantri Matsya Sampada Yojana) । ଏହି ଶୁଭ ଦିନକୁ ପାଳନ କରିବା ପାଇଁ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । PMMSY ଯୋଜନାର ସଫଳତା ଏବଂ ଭବିଷ୍ୟତର ଯୋଜନା ବିଷୟରେ ସୂଚନା ଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଫଏଏଚଡି ଓ ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ.ଏଲ ମୁରୁଗନ, ମତ୍ସ୍ୟପାଳନ, ପଶୁପାଳନ ଏବଂ ଦୁଗ୍ଧ ଚାଷ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ ଶ୍ରୀଧର, ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ପୂର୍ବତନ ମହାନିର୍ଦ୍ଦେଶକ ଡଃ. ଏସ ଅୟପନ୍ନ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀଙ୍କ ସହ ପ୍ରାୟ 300 ମତ୍ସ୍ୟଜୀବୀ ସାମିଲ ହୋଇଥିଲେ କରିଥିଲେ । ସମସ୍ତେ ନିଜର ଅଭିଜ୍ଞତା ଏବଂ ସଫଳତାର କାହାଣୀ ବାଣ୍ଟିଥିଲେ ।

କେନ୍ଦ୍ର ମନ୍ତ୍ରୀ ରୁପାଲା ମତ୍ସ୍ୟ ବିଭାଗ ଏବଂ ପିଏମସି ଟିମକୁ ଏହି କାର୍ଯ୍ୟକ୍ରମ ଯୋଜନା କରିବା, ବୁକଲେଟ୍ ପ୍ରକାଶନ କରିବା ଏବଂ ଏହାକୁ ଏକ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପନ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି, ଯାହାକି ଏହି ବିଭାଗର ସଫଳତା ଏବଂ ଭବିଷ୍ୟତର କାର୍ଯ୍ୟ ଯୋଜନାର ଆଭିମୁଖ୍ୟ ଏବଂ ଏକୀକରଣକୁ ଦର୍ଶାଉଛି ।

ଭାରତର ସ୍ବାଧୀନତା ଦିନଠାରୁ ଆଜି ପର୍ଯ୍ୟନ୍ତ ତଥା ମତ୍ସ୍ୟ କ୍ଷେତ୍ରର ପୁରୁଣା ଇତିହାସରୁ ଭାରତର ଆଞ୍ଚଳିକ ପରିବର୍ତ୍ତନ ପାଇଁ ମତ୍ସ୍ୟ ବିଭାଗ କିପରି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ କିଭଳି ଭାବରେ ଯୋଜନାବଦ୍ଧ କରାଯାଇଛି ସେ ସମ୍ବନ୍ଧରେ ଡକ୍ଟର ଏଲ୍ ମୁରୁଗାନ୍ ସୂଚନା ଦେଇଥିଲେ ।

ସେହିପରି କହିଥିଲେ ଯେ ନଦୀ ତଥା ସାମୁଦ୍ରିକ ପଶୁପାଳନ କାର୍ଯ୍ୟକ୍ରମ ମାଧ୍ୟମରେ ଟେକ୍ନୋଲୋଜି, ସାର୍ବଜନିକ ଭଣ୍ଡାରଣ ଏବଂ ଜଳ ୟୁନିଟଗୁଡିକର ନବୀକରଣ ମାଧ୍ୟମରେ ଦେଶର ଜଳଭଣ୍ଡାର ଏବଂ ପ୍ରାକୃତିକ ସମ୍ପଦର ପ୍ରକୃତ ସମ୍ଭାବନା କିପରି ବ୍ୟବହାର କରାଯାଇପାରିବ ସେ ସମ୍ପର୍କରେ କହିଥିଲେ ଜତିନ୍ଦ୍ର ନାଥ ସ୍ବାଇଁ ।

କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲାଙ୍କସହ କୃଷି ଜାଗରଣରଟିମର ସାକ୍ଷାତକାର

କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)