1. କୃଷି ଖବର

କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

ଅଜୟ ପୋର୍ଟାଲ ଲଞ୍ଚ ପାଇଁ ମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହିତ ପ୍ରଶଂସା କରିଛନ୍ତି ।ଏହି ମଞ୍ଚ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି ମନ୍ତ୍ରୀ କହିଛନ୍ତି ।

Rajashree
Rajashree

1- କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ କାର
2 - ଦେଶର ନୂତନ ରାଷ୍ଟ୍ରପତିଙ୍କୁ ଅପେକ୍ଷା କରିଛି ରାଇସିନା ହିଲ
3 - ସ୍ୱାସ୍ଥ୍ୟ ପାଇଁ ରାଜ୍ୟ ସରକାରଙ୍କ ନୂତନ ପଦକ୍ଷେପ
4 - ଆଉ ରହିବନି ଖାଦ୍ୟ ସଙ୍କଟ
5 - ଭୟଙ୍କର ହେଉଛି କାଶୀପୁରର ହଇଜା

1 -କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲାଙ୍କ ସହ ସାକ୍ଷାତ କରିଛନ୍ତି କୃଷି ଜାଗରଣ ଟିମ । ଦୁଗ୍ଧ ଉତ୍ପାଦନର ବିଭିନ୍ନ ଉପାୟ ସମ୍ପର୍କରେ ଆଲୋଚନା ହୋଇଛି । ଅନ୍ୟପକ୍ଷେ ଅଜୟ ପୋର୍ଟାଲ ଲଞ୍ଚ ପାଇଁ ମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହିତ ପ୍ରଶଂସା କରିଛନ୍ତି ।ଏହି ମଞ୍ଚ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ 2023ରେ ହେବାକୁଥିବା ACF ସମିଟ ପାଇଁ କୃଷି ଜାଗରଣ ଟିମ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । କେଜେ ଟିମ ଉଦ୍ୟମକୁ ପ୍ରଶଂସା କରିଥିଲେ ମନ୍ତ୍ରୀ ଏବଂ କୃଷି ସାମ୍ବାଦିକ ସଂଘ (AJAI) ପ୍ଲାଟଫର୍ମର ଶୁଭାରମ୍ଭକୁ ମଧ୍ୟ ପ୍ରଶଂସା କରିଥିଲେ ମନ୍ତ୍ରୀ ଏବଂ କହିଥିଲେ ଯେ ଏହି ପ୍ଲାଟଫର୍ମ ଆଗାମୀ ବର୍ଷରେ କୃଷି କ୍ଷେତ୍ରରେ ଏକ ସ୍ମରଣୀୟ ପଦକ୍ଷେପ ଅଟେ । ଏହା କୃଷି କ୍ଷେତକୃରେ ଅନେକ ପରିବର୍ତ୍ତନ ଆଣିବ । ଏହା ବ୍ୟତୀତ ଆଗାମୀ ACF 2023 ଅର୍ଥାତ୍ ଆଗ୍ରି ଷ୍ଟାର୍ଟଅପ୍ ଏବଂ FPO ଶିଖର ସମ୍ମିଳନୀ ପାଇଁ ସମସ୍ତ ସହଯୋଗର ହାତ ବଢାଇବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

2 - ଦେଶର ନୂତନ ରାଷ୍ଟ୍ରପତିଙ୍କୁ ଅପେକ୍ଷା କରିଛି ରାଇସିନା ହିଲ | ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶପଥ ପାଠ ଉତ୍ସବରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଦିଲ୍ଲୀରୁ ଡାକରା ଆସିଛି । ଶପଥ ପାଠ ଉତ୍ସବ ସକାଳ ୯ଟା ୧୭ରୁ ଆରମ୍ଭ ହୋଇ ୧୦ଟା ୩୫ରେ ଶେଷ ହେବ ବୋଲି କୁହାଯାଉଛି |

3- ସ୍ୱାସ୍ଥ୍ୟ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ | ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ୩୫୮ ଜଣ ଏଲୋପାଥିକ ମେଡିକାଲ ଅଫିସର, ୧୧୬ ଜଣ ହୋମିଓପାଥିକ୍ ମେଡିକାଲ ଅଫିସର ସମେତ ୩୬ ଜଣ ହୋମିଓପାଥିକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ମେଡିକାଲ ଅଫିସର ଓ ଅଧ୍ୟାପକମାନଙ୍କୁ ନୂତନ ନିଯୁକ୍ତି ପତ୍ର ବାଣ୍ଟିଥିଲେ । ସରକାରୀ ମେଡିକାଲ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ଏହା ନିଶ୍ଚିନ୍ତ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ |

4 - ଆଉ ରହିବନି ଖାଦ୍ୟ ସଙ୍କଟ | ଖାଦ୍ୟ ଶସ୍ୟ ରପ୍ତାନୀ ପାଇଁ ୟୁକ୍ରେନ ଓ ରୁଷିଆ ମଧ୍ୟରେ ବୁଝାମଣା ସହ ଚୁକ୍ତି ସ୍ୱାକ୍ଷର ହୋଇଛି | ଗତ ଫେବ୍ରୁୟାର ୨୪ତାରିଖରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବାରୁ ଖାଦ୍ୟ ସଙ୍କଟ ଦେଖାଯାଇଥିଲା | ଏହି ଚୁକ୍ତି ସ୍ୱାକ୍ଷର ହେବା ଫଳରେ ୟୁକ୍ରେନ ୨୨ନିୟୁତ ଟନ୍ ଖାଦ୍ୟଶସ୍ୟ ଓ ଅନ୍ୟ କୃଷି ସାମଗ୍ରୀ କୃଷ୍ଣସାଗର ଦେଇ ବିଶ୍ୱ ବଜାରକୁ ପରିବହନ କରିପାରିବ, ଯାହାକି ଫେବ୍ରୁୟାରୀ ୨୪ରେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରଠାରୁ ବନ୍ଦ ଥିଲା । କୃଷ୍ଣସାଗର ପଥ ଦେଇ ଜାହାଜରେ ଖାଦ୍ୟଶସ୍ୟ, ସାର ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶୁକ୍ରବାର ଏହି ଚୁକ୍ତି ସ୍ୱାକ୍ଷର ହୋଇଛି ।

5 - ଭୟଙ୍କର ହେଉଛି ରାୟଗଡା କାଶୀପୁରର ହଇଜା | ଥମିବାରେ ନାଁ ଧରୁନି ଆକ୍ରାନ୍ତ ଙ୍କ ସଂଖ୍ୟା | ବର୍ତ୍ତମାନ ସୁଦ୍ଧା ହଇଜାରେ ମୋଟ୍ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ଟପିଛି । ଏବେ ୩ଟି ହସ୍ପିଟାଲରେ ୪୮ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାର ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନ୍ୟପକ୍ଷେ, ପାନୀୟ ଜଳ ଦ୍ୱାରା କାଶୀପୁର ଅଞ୍ଚଳରେ ହଇଜା ବ୍ୟାପିବା ସ୍ପଷ୍ଟ ହେବାପରେ, ଏବେ ପାନୀୟ ଜଳ ଯୋଗାଉଛି ପ୍ରଶାସନ| ଜାଲରେ ତେଲିଆ ମାଛ

6 - ମାଛଧରାଳୀଙ୍କ ଭାଗ୍ୟ ବଦଳାଉଛି ତେଲିଆ ମାଛ | ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳ ଅଞ୍ଚଳରେ ଜାଲରେ ପଡିଛି ଲକ୍ଷ ଟଙ୍କିଆ ମାଛ | ଚନ୍ଦିନୀପାଳ ମତ୍ସ୍ୟ ପୋତାଶ୍ରୟର ତାଳଛୁଆ ଅଂଚଳର ହାଫିଜ୍ ଉଲ୍ଲାଙ୍କ ମାଛଧରା ବୋଟରେ ୩୨ କେଜି ଓଜନରେ ତେଲିଆ ମାଛ ପଡିଥିଲା l ମାଛ ଧରାଯିବା ପରେ ଏହାକୁ କଲିକତାର ଏକ କମ୍ପାନୀ ୩ ଲକ୍ଷ ୧୦ହଜାର ଟଙ୍କାରେ କିଣିଛି । ବିଦେଶରେ ଏହି ତେଲିଆ ମାଛର ଚାହିଦା ଅଧିକ ଥିବାରୁ ଅଧିକ ଟଙ୍କାରେ ଏହି ମାଛ ବିକ୍ରି ହୋଇଥାଏ |

7 - ଗତ କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି | ଆଉ ଦୁଇ ଦିନ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ | ୨୫ରୁ ଧୀରେ ଧୀରେ ବର୍ଷାର ପ୍ରଭାବ କମିବ | ଆଜି ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର ବିଭିନ୍ନ ଜାଗାରେ ଭୀଷଣ ବର୍ଷାର ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି | ଏଥିସହ ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ‌ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments