
Preparation meeting for upcoming event krishi unnati sammelan 2022
କୃଷି ଜାଗରଣ ପକ୍ଷରୁ ଆୟୋଜିତ ହେବାକୁଯାଉଛି କୃଷି ଉନ୍ନତି ସମ୍ମିଳନୀ । ଏନେଇ ଆରମ୍ଭ ହୋଇଯାଇଛି ଜୋରସୋରରେ ପ୍ରସ୍ତୁତି । ରାୟଗଡାରେ ବିଭିନ୍ନ ସଂଗଠନ, ଏନଜିଓ ଓ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି କୃଷି ଜାଗରଣ ଏବଂ ରାୟଗଡା ସେଞ୍ଚୁରିଅନ ୟୁନିଭର୍ସିଟି ଟିମ । କୃଷି ବଶ୍ବ ବିଦ୍ୟାଳୟ ଓ ସ୍କୁଲ ଅଫ ଫାର୍ମାସିର ମିଳିତ ଆନୁକୂଲ୍ୟରେ ଏହି ମେଳା ଆୟୋଜିତ ହେଉଛି ।

Preparation meeting for upcoming event krishi unnati sammelan 2022

Preparation meeting for upcoming event krishi unnati sammelan 2022
ଆଗାମୀ କୃଷି ଉନ୍ନତି ସମ୍ମିଳନୀ ପାଇଁ ରାୟଗଡାର ହର୍ଷା ଟ୍ରଷ୍ଟ ସହିତ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ପାଖାପାଖି 10 ଏନଜିଓ ଅଂଶଗ୍ରହଣ କରିବେ । CSATD ସଂସ୍ଥା, FARR NGO, pradan NGO ସହିତ ମଧ୍ୟ ଆଲୋଚନା ହୋଇଛି । ଆଲୋଚନାରେ ବିଭିନ୍ନ ଏନଜିଓ, କେଭିକେ, OLM ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସାମିଲ ହୋଇଛନ୍ତି ।
ସେପଟେ ସମ୍ମିଳନୀର ଆୟୋଜନସ୍ଥଳୀ ସ୍କୁଲ ଅଫ ଫାର୍ମାସି ସେଞ୍ଚୁରିଅନ ୟୁନିଭର୍ସିଟିର ନିର୍ଦ୍ଦେଶକ ରାଜେଶ ପାଢୀଙ୍କ ସହିତ ମଧ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ସେହିପରି ସିଆରପିଏଫ କ୍ୟାମ୍ପସରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଛି ।

Preparation meeting for upcoming event krishi unnati sammelan 2022
କୃଷି ଉନ୍ନତି ସମ୍ମିଳନୀରେ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୃଷି ଜାଗରଣର ଟିମ ରାୟଗଡା ବିଷମ କଟକର ଆଦିବାସୀ ସମୁଦାୟଙ୍କ ସହିତ ଆଲୋଚନା କହିଛି ।
DDH and AHO, ପଶୁ ଚିକିତ୍ସା ବିଭାଗର ଉପନିର୍ଦ୍ଦେଶକ,ରାୟଗଡା DDA ଓ ମତ୍ସ୍ୟ ସମ୍ପଦ ବିଭାଗକୁ ମଧ୍ୟ ସାକ୍ଷାତ କରିଛି କୃଷିଜାଗରଣ ଟିମ ।
Share your comments