News

ରାଷ୍ଟ୍ରପତିଙ୍କ ଭିଜନ ପୂରଣ କରିଥିଲା 50 ଲକ୍ଷ ବୃକ୍ଷରୋପଣ ମିଶନ ! ସବୁଜ ଭବିଷ୍ୟତ ପାଇଁ ସାଜିବେ କି ପ୍ରେରଣା ?

ଦ୍ରୌପଦୀ ମୁର୍ମୁଙ୍କ ମରାମର୍ଶରେ Grow-Trees.com ନାମକ ଏକ ସାମାଜିକ ସଂଗଠନ ଦିନେ 50 ଲକ୍ଷ ବୃକ୍ଷ ରୋପଣରେ ସକ୍ଷମ ହୋଇଥିଲା । ସେ ଲକ୍ଷ ଲକ୍ଷ ଲୋକଙ୍କୁ ଭାରତ ପାଇଁ ସବୁଜ ଭବିଷ୍ୟତର ପ୍ରତିଶ୍ରୁତି ଦେବେ ବୋଲି ଆଶା ଓ ବିଶ୍ବାସ ରହିଛି ।

27 July, 2022 3:46 PM IST By: Shuvanshu Kar

ଦେଶର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ(Former President Dr A.P.J. Abdul Kalam) ଏମିତି ଜଣେ ସ୍ଫୁଲିଙ୍ଗ ଥିଲେ, ଯିଏ କୋଟି କୋଟି ଭାରତୀୟଙ୍କ ମଧ୍ୟରେ କିଛି କରି ଦେଖାଇବାର ଉତ୍ସାହ ରୂପକ ଅଗ୍ନିକୁ ଦେଇଥିଲେ ଡେଣା । ସବୁଜ ପୃଥିବୀକୁ ନେଇ ତାଙ୍କ ଭିତରେ ରହିଥିଲା ଅନେକ । ଏଥିପାଇଁ ସେ ନିଜେ ଦଶଟି ଗଛ ଲଗାଇବା ସହିତ ପରିବାର ଓ ପଡୋଶୀ ମଧ୍ୟ କିଭଳି ଦଶ ଦଶଟି ଗଛ ଲଗାଇବେ, ଏଥିପାଇଁ ଶପଥ ନେଇଥିଲେ । କୋଟି କୋଟି ଲୋକଙ୍କ ପାଇଁ କୋଟି କୋଟି ଗଛ ଥିଲା ତାଙ୍କର ଭିଜନ ।

ସମ୍ବିଧାନର ସୁରକ୍ଷା ହେଉଛି ଜଣେ ଭାରତୀୟ ରାଷ୍ଟ୍ରପତି(President of India)ଙ୍କ ପ୍ରାଥମିକ କର୍ତ୍ତବ୍ୟ । ହେଲେ ଏହା ଛଡା ସେମାନଙ୍କର କାର୍ଯ୍ୟ ଏବଂ ଶବ୍ଦ ସମଗ୍ର ଦେଶ ପାଇଁ ପ୍ରେରଣା ହେବାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଗୁରୁବାର ଦେଶକୁ ମିଳିଛି ଆଉ ଜଣେ ନୂଆ ରାଷ୍ଟ୍ରପତି । ଓଡିଶାର ଝିଅ ହୋଇଛନ୍ତି ରାଇସିନାର ରାଣୀ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ(Droupadi Murmu) । ରାଜନୈତିକ କ୍ୟାରିଅର ସହ ପରିବେଶ ସୁରକ୍ଷାକୁ ନେଇ କରିଥିବା କାର୍ଯ୍ୟ କାରଣରୁ ମଧ୍ୟ ବେଶ ପରିଚିତ ଥିଲେ ଦ୍ରୌପଦୀ ।

କେବଳ ବନ୍ୟବିଭାଗ ସରକାରଙ୍କ ଉପରେ ନିର୍ଭର କରି କେବେହେଲେ ପରିବେଶର ସୁରକ୍ଷା କରାଯାଇପାରିବ ନାହିଁ । ମିଲିତ ସହଯୋଗ ହିଁ ପରିବେଶର ସୁରକ୍ଷା କରିପାରିବ । ଝାଡଖଣ୍ଡର ରାଜ୍ୟପାଳ ଥିବା ସମୟରେ ଏହି କଥା କହିଥିଲେ ଦ୍ରୌପଦୀ ମୁର୍ମୁ ।

ଦ୍ରୌପଦୀଙ୍କ ମରାମର୍ଶରେ Grow-Trees.com ନାମକ ଏକ ସାମାଜିକ ସଂଗଠନ 50 ଲକ୍ଷ ବୃକ୍ଷ ରୋପଣରେ ସକ୍ଷମ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାର ସାଆନ୍ତାଳୀ ସମ୍ପ୍ରଦାୟ ଜନଜାତିଙ୍କ ସହଯୋଗରେ ଏହି ସଂଗଠନ ଶିମିଳିପାଳ ଅଭୟାରଣ୍ୟର ପାଖାପାଖି 2,750 ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଏହି ବୃକ୍ଷ ରୋପଣ କରିଥିଲା ।

ରାଷ୍ଟ୍ରପତି ପଦରେ ଶପଥ ଗ୍ରହଣ ପରେ ପରିବେଶ ଓ ପ୍ରକୃତିକୁ ନେଇ ମହତ୍ବପୂର୍ଣ୍ଣ ବାର୍ତ୍ତା ଦେଇଥଇଲେ ଦ୍ରୌପଦୀ ମୁର୍ମୁ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, ମୁଁ ସେହି ଆଦିବାସୀ ପରମ୍ପରାରେ ଜନ୍ମ ହୋଇଛି ଯାହା ହଜାର ହଜାର ବର୍ଷ ଧରି ପ୍ରକୃତି ସହ ସହାବସ୍ଥାନ କରି ଆସିଛି । ମୁଁ ଜଙ୍ଗଲ ଓ ଜଳଉତ୍ସ ଗୁଡିକର ଗୁରୁତ୍ୱ କଣ ମୋ ଜୀବନରେ ବୁଝିଛି ।

ଯେହେତୁ ଦ୍ରୌପଦୀ ମୁର୍ମୁଙ୍କ ପରି ଉତ୍ସାହୀ ପରିବେଶ ପ୍ରେମୀ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧଆନିକ ପଦବୀରେ ବସିଛନ୍ତି, ସେ ଲକ୍ଷ ଲକ୍ଷ ଲୋକଙ୍କୁ ଭାରତ ପାଇଁ ସବୁଜ ଭବିଷ୍ୟତର ପ୍ରତିଶ୍ରୁତି ଦେବେ ବୋଲି ଆଶା ଓ ବିଶ୍ବାସ ରହିଛି ।

ପ୍ରକୃତି ଉପରେ କଣ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ? ଜାଣନ୍ତୁ...

ରାଷ୍ଟ୍ରପତି ପଦରେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)