1. କୃଷି ଖବର

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଓଡିଶାରେ ଖୁସିର ଲହରୀ

ଭାରତୀୟ ଜନତାପାର୍ଟି ନେତୃତ୍ବାଧିନ NDA ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଓଡିଶା ମାଟିର ଦ୍ରୌପଦୀ ମୁର୍ମୁ । ବିଜେପି ସଂସଦୀୟ ଦଳ ବୈଠକ ପରେ ଏନେଇ ଘୋଷଣା କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

Shuvanshu Kar
Shuvanshu Kar
Presidential poll: BJP-led NDA names Droupadi Murmu as its candidate

Presidential poll: BJP-led NDA names Droupadi Murmu as its candidate

ଭାରତୀୟ ଜନତାପାର୍ଟି ନେତୃତ୍ବାଧିନ NDA ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଓଡିଶା ମାଟିର ଦ୍ରୌପଦୀ ମୁର୍ମୁ । ବିଜେପି ସଂସଦୀୟ ଦଳ ବୈଠକ ପରେ ଏନେଇ ଘୋଷଣା କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଯଦି ଦ୍ରୌପଦୀ ମୁର୍ମୁ ବିଜୟଲାଭ କରନ୍ତି ତେବେ ସେ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବେ ।

ସଂକ୍ଷେପରେ ଦ୍ରୌପଦୀ ମୁର୍ମୁଙ୍କ ପରିଚୟ

20 ଜୁନ 1958 ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ବାଇଦପୋଶୀ ଗାଁରେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ । 64 ବର୍ଷୀୟ ଦ୍ରୌପଦୀ ମୁର୍ମୁ ରମାଦେବୀ ବିଶ୍ବବିଦ୍ୟାଳୟରୁ ଅଧ୍ୟୟନ କରିବା ପରେ ଶିକ୍ଷୟିତ୍ରୀ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଜନସେବାରେ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ।

କାଉନସିଲରରୁ ପାଓ୍ବାର କରିଡରରେ ପ୍ରବେଶ

୧୯୯୭ ମସିହାରେ ରାଜନୀତିରେ ପାଦ ଥାପିଥିଲେ ଦ୍ରୌପଦୀ ମୁର୍ମୁ । ଜଣେ ସାଧାରଣ କର୍ମୀ ଭାବରେ ସେ ବିଜେପିରେ ଯୋଗ ଦେଇଥିଲେ । ଆଦିବାସୀ ଚେହେରା ଭାବରେ ରାଜନୀତିରେ ଏକ ଲମ୍ବା ଇନିଙ୍ଗ୍ସ ଖେଳିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ହେବା ପରେ ପ୍ରଥମ ଥର କାଉନସିଲର ନିର୍ବାଚିତ ହୋଇଥିଲେ ଦ୍ରୌପଦୀ ।

ରାଇରଙ୍ଗପୁର ଆସନରୁ ଥିଲେ ବିଧାୟକ

2000ରୁ 2009 ପର୍ଯ୍ୟନ୍ତ ରାଇରଙ୍ଗପୁର ଆସନରୁ ବିଧାୟିକା ଭାବରେ ପ୍ରତିନିଧିତ୍ବ କରୁଥିଲେ । 2007ରେ ଶ୍ରେଷ୍ଠ ବିଧାୟିକା ସମ୍ମାନଲାଭ କରିଥିଲେ ଦ୍ରୌପଦୀ । ବିଜେପି ଓ ବିଜେଡି ମେଣ୍ଟ ସରକାର ସମୟରେ ସେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଭାବରେ ନିଜର ଦାୟିତ୍ବ ତୁଲାଇଛନ୍ତି । ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ହୋଇଥିଲେ ମୁର୍ମୁ ।

ରାଇରଙ୍ଗପୁରରୁ ରାଜଭବନ ଯାତ୍ରା

2015ରେ ଝାଡଖଣ୍ଡର ପ୍ରଥମ ଆଦିବାସୀ ମହିଳା ଭାବରେ ରାଜ୍ୟପାଳ ଦାୟିତ୍ବ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଦୀର୍ଘ 6 ବର୍ଷ ସେ ଝାଡଖଣ୍ଡର ରାଜ୍ୟପାଳ ରହିଛନ୍ତି । ରାଜ୍ୟପାଳ ପଦରୁ ଅବସର ପରେ ନିଜକୁ ରାଜନୀତିରୁ ଦୂରରେ ରଖି ଜନସେବା କରୁଥିଲେ ଦ୍ରୌପଦୀ ।

ମୋଦି କଲେ ଯୋଗ, ଭାରତୀୟ ରଙ୍ଗରେ ରଙ୍ଗିନ ବିଶ୍ବ

ବେଙ୍ଗାଲୁରୁରେ ଟଙ୍କା ବର୍ଷା କଲେ ମୋଦି, କୃଷି କ୍ଷେତ୍ରକୁ ହେବ ବଡ ଲାଭ

ସଂଖ୍ୟା ଗଣିତକୁ ଯଦି ଲକ୍ଷ କରିବା, ତାହେଲେ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ । ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ହେବା ପରେ ରାଜ୍ୟରେ ଖୁସିର ଲହରି ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆସନ୍ତା ଜୁଲାଇ 18ରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିବା ନେଇ ସୂଚନା ମିଳୁଛି । ଦ୍ରୌପଦୀଙ୍କୁ ବର୍ତ୍ତମାନ Z+ ସୁରକ୍ଷା ପ୍ରଦାନ କରାଯାଇଛି । ବିଜୟଲାଭ ପରେ ପ୍ରଥମ ଆଦିବାସୀ ମହିଳା ଭାବେ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅବସ୍ଥାପିତ ହେବେ ଦ୍ରୌପଦୀ ମୁର୍ମୁ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments