News

ଚିନି କିଲୋ ୧୦୦ ଟଙ୍କା ପାର୍, ଉଡ଼ିଲା ଖାଉଟିଙ୍କ ହୋସ୍ !

ଚିକେନ୍, ମାଂସ ଏବଂ ଅଣ୍ଡା ଏବଂ ପନିପରିବା ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ଘଟିଛି। ଏକ ସର୍ଭେରୁ ଜଣାପଡିଛି ଯେ ଚିକେନ୍‌ ମୂଲ୍ୟରେ କିଲୋଗ୍ରାମ ପିଛା ୩୫ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି। ସେହିଭଳି ଦେଶୀ ଅଣ୍ଡା ମଧ୍ୟ ମହଙ୍ଗା ହୋଇଛି ।ବର୍ତ୍ତମାନ ଏକ ଡଜନ ଅଣ୍ଡାର ମୂଲ୍ୟ ୪୨୫ ଟଙ୍କା ହୋଇଛି, ଯାହା ପୂର୍ବରୁ ୩୦୦ ଟଙ୍କା ଥିଲା।

02 May, 2023 11:33 AM IST By: Priyambada Rana

ପାକିସ୍ତାନରେ ଦରଦାମ ଏବେ ଆକାଶଛୁଆଁ ହୋଇଛି ।ଡାଲି, ଚିନି(Sugar), ଟମାଟୋ, ପିଆଜ ଏବଂ ରସୁଣ ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ପାନୀୟ ପର୍ଯ୍ୟନ୍ତ ସବୁକିଛିର ଦାମ ଏବେ ବୃଦ୍ଧି ପାଇବାରେ ଲାଗିଛି ।କିନ୍ତୁ, ଚିନି  ଏବଂ ଘିଅ ମୂଲ୍ୟରେ ସର୍ବାଧିକ ବୃଦ୍ଧି ରେକର୍ଡ ପାର୍ କରିଛି । ସେହିପରି କ୍ଷୀର ଏବଂ କଦଳୀ ମଧ୍ୟ ମହଙ୍ଗା ହୋଇଛି । ଲୋକଙ୍କୁ ଏକ ଲିଟର କ୍ଷୀର ପାଇଁ ୨୦୦ ଟଙ୍କା ଦେବାକୁ ପଡ଼ୁଛି । ବିଶେଷ କଥା ହେଉଛି ଯେ ଦରଦାମ ବୃଦ୍ଧି ହେତୁ ଗରିବ ଶ୍ରେଣୀର ଲୋକମାନେ ଏବେ ଦୁଗ୍ଧ କିଣିବା ବନ୍ଦ କରି ଦେଇଛନ୍ତି।

ସୂଚନା ଅନୁସାରେ ରବିବାର ଦିନ ଚିକେନ୍, ମାଂସ ଏବଂ ଅଣ୍ଡା ଏବଂ ପନିପରିବା ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ଘଟିଛି। ଏକ ସର୍ଭେରୁ ଜଣାପଡିଛି ଯେ ଚିକେନ୍‌ ମୂଲ୍ୟରେ କିଲୋଗ୍ରାମ ପିଛା ୩୫ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି। ସେହିଭଳି ଦେଶୀ ଅଣ୍ଡା ମଧ୍ୟ ମହଙ୍ଗା ହୋଇଛି ।ବର୍ତ୍ତମାନ ଏକ ଡଜନ ଅଣ୍ଡାର ମୂଲ୍ୟ ୪୨୫ ଟଙ୍କା ହୋଇଛି, ଯାହା ପୂର୍ବରୁ ୩୦୦ ଟଙ୍କା ଥିଲା। ସୂଚନା ଅନୁସାରେ ସ୍ଥାନୀୟ ବଜାରରେ ପନିପରିବା ଦର ବହୁଗୁଣ ବୃଦ୍ଧି ପାଇଛି। ଅଦା ଏବେ କିଲୋ ପିଛା ୬୫୦ ଟଙ୍କା ବିକ୍ରି ହେଉଥିବାରୁ ଖାଉଟିଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି ।

ରସୁଣ ଦର ମଧ୍ୟ ୬୦ ଟଙ୍କା ବୃଦ୍ଧି ପାଇଛି । କିଲୋଗ୍ରାମ ପିଛା ୩୦୦ ଟଙ୍କାରେ ବିକ୍ରି ହେଉଥିବା ରସୁଣ ବର୍ତ୍ତମାନ କିଲୋଗ୍ରାମ ପିଛା ୩୬୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ମଟର କିଲୋଗ୍ରାମରେ ୨୦୦-୧୮୦ ଟଙ୍କାରେ ବିକ୍ରି ହେଉଛି । ଏକ କିଲୋଗ୍ରାମ ମାଟି ଆଳୁ ମୂଲ୍ୟ ୨୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏଥିସହିତ ଜହ୍ନି ୧୫୦ ଟଙ୍କା ଏବଂ କଲରା ମଧ୍ୟ କିଲୋଗ୍ରାମ ପିଛା ୧୫୦ ଟଙ୍କାରେ ବିକ୍ରି ଦେବାରେ ଲାଗିଛି । ଭାରତରେ ଏବେ ପିଆଜ ଖୁବ୍ ଶସ୍ତାରେ ବିକ୍ରି ହେଉଥିବା ବେଳେ ପାକିସ୍ତାନରେ ଏବେ ଏହା ଆକାଶଛୁଆଁ ହୋଇଛି ।

ସେହିଭଳି ପାକିସ୍ତାନ ବଜାରରେ ଏବେ ଚାଉଳ ଦର ମଧ୍ୟ ଖୁବ୍ ଅଧିକ ରହିଛି । ଭଲ ଗୁଣବତ୍ତା ଥିବା ସେଲା ଚାଉଳ କିଲୋଗ୍ରାମ ପିଛା ୩୨୦ ରୁ ୩୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ନିମ୍ନମାନର ଚାଉଳ କିଲୋଗ୍ରାମ ପିଛା ୩୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଭଙ୍ଗା ଚାଉଳର ମୂଲ୍ୟ କିଲୋ ପିଛା ୧୫୦ଟଙ୍କା ରହିଛି । ସେପଟେ ଡାଲି ଦର ମଧ୍ୟ ୪୨୦ ରୁ ଅଧିକ ରହୁଥିବା ଦେଖିବାକୁ ମିଳୁଛି । ମସୁର ଡାଲି କିଲୋ ପିଛା ୩୨୦ ଟଙ୍କା ଥିବା ବେଳେ ଅଟା କିଲୋ ପିଛା ୨୮୦ ଟଙ୍କା ରହିଛି, ଧଳା ଚଣାର ଦାମ ୩୮୦ ଟଙ୍କା କିଲୋ ପିଛା ବିକ୍ରି ହେଉଛି ।

ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ତେଲ ଏବଂ ଘିର ମୂଲ୍ୟ ମଧ୍ୟ ଲିଟର ପିଛା ୨୦-୩୦ ଟଙ୍କା ବୃଦ୍ଧି ପାଇଛି । ଏମିତି କି ବିଭିନ୍ନ ବ୍ରାଣ୍ଡର ପ୍ରଡକ୍ଟର ଦାମ୍ ମଧ୍ୟ ବୃଦ୍ଧି ପାଇଛି ।ଖୁଚୁରା ବଜାରରେ ମଇଦା କିଲୋଗ୍ରାମ ପିଛା ୧୨୦-୧୩୦ ଟଙ୍କାରେ ବିକ୍ରି ହେଉଛି । ବିଶେଷ କଥା ହେଉଛି ଚିନି ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ଏକ କିଲୋଗ୍ରାମ ଚିନିର ମୂଲ୍ୟ ୧୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ବିଶେଷ କଥା ହେଉଛି ଏକ ସପ୍ତାହ ପୂର୍ବରୁ ଚିନି କିଲୋଗ୍ରାମ ପିଛା ୧୦୦-୧୦୫ ବିକ୍ରି ହେଉଛି ।

ଚିନି ରପ୍ତାନୀରେ ରୋକ୍ ଲଗାଇବେ ସରକାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)