1. କୃଷି ଖବର

ଚିନି ରପ୍ତାନୀରେ ରୋକ୍ ଲଗାଇବେ ସରକାର

ଚିନି ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହା ଘରୁ ନେଇ ହୋଟେଲ ଏପରିକି ମନ୍ଦିରରେ ମଧ୍ୟ ବ୍ୟବହାର ହୋଇଥାଏ l ଭାରତ ହେଉଛି ବିଶ୍ୱର ଅନ୍ୟ ଏକ ବୃହତମ ଦେଶ ଯାହା ଚିନି ଉତ୍ପାଦନରେ ଅଗ୍ରଣୀ l ତେବେ ଗତ ଆର୍ଥିକ ବର୍ଷ ଅନୁଯାୟୀ ଏ ବର୍ଷ ଚିନି ଉତ୍ପାଦନ କମ ରହିଛି l

Tanushree Mahapatra
Tanushree Mahapatra
The government will ban the export of sugar, image source - wikipedia

The government will ban the export of sugar, image source - wikipedia

ଚିନି ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହା ଘରୁ ନେଇ ହୋଟେଲ ଏପରିକି ମନ୍ଦିରରେ ମଧ୍ୟ ବ୍ୟବହାର ହୋଇଥାଏ l ଭାରତ ହେଉଛି ବିଶ୍ୱର ଅନ୍ୟ ଏକ ବୃହତମ ଦେଶ ଯାହା ଚିନି ଉତ୍ପାଦନରେ ଅଗ୍ରଣୀ l ତେବେ ଗତ ଆର୍ଥିକ ବର୍ଷ ଅନୁଯାୟୀ ଏ ବର୍ଷ ଚିନି ଉତ୍ପାଦନ କମ ରହିଛି l ତେଣୁ ଚିନି ରପ୍ତାନି ଉପରେ ସରକାର ଲଗାଇବେ ଏବେ ରୋକ l

ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ଉତ୍ପାଦନ ହ୍ରାସ ହୋଇଥିବା ଯୋଗୁଁ ଦରବୃଦ୍ଧି ଆଶଙ୍କା କରି କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ କଟକଣା ଲଗାଇବାକୁ ଯାଉଛନ୍ତି । କାରଣ ଏ ଭଳି ପରିସ୍ଥିତିରେ ଖାଉଟିଙ୍କ ସମସ୍ୟା ବଢିବା ସହିତ କଳାବଜାରୀ ହେବା ମଧ୍ୟ ଆଶଙ୍କା ରହିଛି l ତେବେ ସୂଚନା ଅନୁଯାୟୀ ଚିନି ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଏହାର ରପ୍ତାନି ଉପରେ ରୋକ୍ ଲଗାଇବେ ବୋଲି ଜଣାପଡିଛି ।

ସୂଚନାନୁସାରେ, ମିଲର ମାନଙ୍କ ଦ୍ୱାରା ରପ୍ତାନି ପାଇଁ ପ୍ରସ୍ତୁତ ହେଉଥିବା ଚିନି ସିପମେଣ୍ଟକୁ ମଧ୍ୟ ତୁରନ୍ତ ବାତିଲ କରିବା ପାଇଁ ମନ୍ତ୍ରୀଙ୍କ ଏକ ପ୍ୟାନେଲ ସୁପାରିସ ମଧ୍ୟ କରିଛି । ଆଉ ଏହି ପ୍ୟାନେଲରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ରହିଛନ୍ତି । ଏପ୍ରିଲ ୨୭ରେ ଏକ ବୈଠକରେ ଏ ବିଷୟରେ ଆଲୋଚନା କରାଯାଇଥିଲା ।

ସୂତ୍ରରୁ ପ୍ରକାଶ ଯେ ଚିନି ରପ୍ତାନି ବନ୍ଦ କରିବାକୁ ଖୁବ୍ ଶୀଘ୍ର ଆନୁଷ୍ଠାନିକ ବିଜ୍ଞପ୍ତି  ଜାରି କରାଯିବ କେନ୍ଦ୍ର ପକ୍ଷରୁ । ୨୦୨୨-୨୩ ଫସଲ ବର୍ଷରେ ଭାରତର ଚିନି ଉତ୍ପାଦନ ପ୍ରାୟ ୩୨୭ ଲକ୍ଷ ଟନ୍ ରହିବ ବୋଲି ଆକଳନ ହୋଇଛି ଯାହା ଗତ ବର୍ଷ ତୁଳନାରେ ୩୫୯ ଲକ୍ଷ ଟନ୍ ଠାରୁ କମ୍ । ପୂର୍ବରୁ ମଧ୍ୟ ଚିନି ରପ୍ତାନି ଉପରେ କଟକଣା ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା ଯାହା ଶେଷ ହୋଇଛି । କିନ୍ତୁ ଏବେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏହାକୁ ଆଉ ଏକ ବର୍ଷ ତଥା ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବଢ଼ାଇବ ବୋଲି ଏବେ ନିଶ୍ଚିତ |

ତେବେ ସରକାରଙ୍କ ତରଫରୁ ସୂଚନା ରହିଛି ଯେ ବର୍ତ୍ତମାନ ୨୭୫ ଲକ୍ଷ ଟନର ଆନୁମାନିକ ଘରୋଇ ଚାହିଦା ପୂରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ଅଛି | ବିଶେଷଜ୍ଞଙ୍କ ମତ ଅନୁଯାୟୀ , ଯଦି ବିଦେଶକୁ ଚିନି ପଠାଇବା ନିରନ୍ତର ଜାରି ରୁହେ ତେବେ ଆମ ଦେଶରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେବ, ଯେଉଁ କାରଣରୁ ଚିନି ମହଙ୍ଗା ମଧ୍ୟ ହୋଇପାରେ ଦେଶରେ  । ଖାଉଟି ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ ଦେଶରେ କିଲୋଗ୍ରାମ ପିଛା ଚିନିର ହାରାହାରି ଖୁଚୁରା ମୂଲ୍ୟ ଶନିବାର ସୁଦ୍ଧା ୪୨.୨୪ ଟଙ୍କା ରହିଛି l ଯାହା କି ପୂର୍ବ ବର୍ଷ ଏହି ସମୟରେ ୪୧.୩୧ ଟଙ୍କା ଥିଲା ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments