1. କୃଷି ଖବର

ପେଟ୍ରୋଲ ଠାରୁ ମହଙ୍ଗା ଏବେ ଟମାଟୋ ଦାମ୍‌

ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ବଜାର ଦର । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ପରେ ପିଆଜ ଦର ଆକାଶଛୁଆଁ ହେଲା । ଏବେ ପାଳି ଟମାଟୋର।

Sudesna Nayak
Sudesna Nayak
price of tomatoes hike continiously

price of tomatoes hike continiously

ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ବଜାର ଦର । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ପରେ ପିଆଜ ଦର ଆକାଶଛୁଆଁ ହେଲା । ଏବେ ପାଳି ଟମାଟୋର । କିଛି ଦିନ ପୂର୍ବେ ଟମାଟୋ ରାସ୍ତାରେ ଗଡୁଥିଲା । ମାଗଣାରେ ବି ଲୋକେ ନେବାକୁ ମଙ୍ଗୁ ନଥିଲେ । ଏହାଛଡା ଉଚିତ ଦାମ ମିଳୁନଥିବାରୁ ବିଲରେ ସେମିତି ପଚିବାକୁ ଛାଡି ଦେଉଥିଲେ ଚାଷୀ । କିନ୍ତୁ ଏବେ ସେହି ଟମାଟୋର ଭାଉ କହିଲେ ନସରେ ।

ପେଟ୍ରୋଲ ଭଳି ଟମାଟୋ ବି ଏବେ ଶତକ ପାର କଲାଣି । ନାଲି ଆଖି ଦେଖାଇଲା ଟମାଟୋ। ବଢ଼ାଇଲା ଭାଉ। ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍‌ ପରେ ଏବେ ଟେନ୍‌ସନ୍‌ ଦେଲା ଟମାଟୋ । ଆକାଶ ଛୁଆଁ ହେଲା ଦର। ସେଞ୍ଚୁରୀ ଟିପିଛି ଟମାଟୋ ଦାମ୍‌ । ଫଳରେ ଖାଉଟିଙ୍କ ଉପରେ ବୋଝ ଉପରେ ନଲିତା ବିଡା ପଡିଛି ।

ତେଲ ଦର ବଢିବା ଦ୍ୱାରା ପରିବହନ ଖର୍ଚ୍ଚ ମଧ୍ୟ ବଢୁଛି, ତେଣୁ ସବୁଜ ପନିପରିବା ଦର ମଧ୍ୟ ବଢୁଥିବା କୁହାଯାଉଛି ।

ଟମାଟୋ ଦର ବଢିବା ପଛର ସବୁଠୁ ବଡ କାରଣ ହେଉଛି ବର୍ଷା । ଲଗାଣ ବର୍ଷା କାରଣରୁ ହିଁ ଟମାଟୋ ସପ୍ଲାଏରେ ବାଧା ଦେଖାଦେଇଛି । ଯେଉଁଥିପାଇଁ ଟମାଟୋ ଦର ହୁ ହୁ ହୋଇ ବଢି ଚାଲିଛି । ଦେଶର ବିଭିନ୍ନ ସହରରେ ଟମାଟୋ ଦର ୧୦୦ ପାର କରିଥିବା ବେଳେ କିଛି ସହରରେ ଟମାଟୋ ଦର ୧୦୦ ପାଖାପାଖି ପହଞ୍ଚିଗଲାଣି ।

ଏଥର ଅନେକ ରାଜ୍ୟରେ ବର୍ଷା ହୋଇଛି । ଯେଉଁଥିପାଇଁ ପନିପରିବା ଚାଷ ଉପରେ ପ୍ରତିକୂଳ ପ୍ରଭାବ ପଡିଛି । ତେଣୁ ଏବେ ଟମାଟୋ କିଣି ଖାଇବାକୁ ଏବେ ଖାଉଟିଙ୍କୁ ଡର ଲାଗୁଛି, ପକେଟକୁ ମହଙ୍ଗା ମାଡ ବାଧୁଛି ।

ରାଜ୍ୟରେ ବଢି ଚାଲିଛି ଦରଦାମ୍ । ପେଟ୍ରୋଲ ଡିଜେଲ ଦରରେ ନିଆଁ ଲାଗିଥିବାବେଳେ ଏବେ ଆକାଶ ଛୁଆଁ ପରିବା ଦର । କେବଳ କଟକ ଓ ଭୁବନେଶ୍ବର ଭଳି ସହରରେ ନୁହେଁ ଗାଁ ଗଣ୍ଡା ହାଟରେ ମଧ୍ୟ ଉଚ୍ଚା ଦରରେ ମିଳୁଛି ସବୁଜ ପରିବା । ସ୍ଥିତି ଏମିତି କି ଏବେ ହାଣ୍ଡିଶାଳରୁ ସବୁଜ ପରିବା ଉଭେଇବାକୁ ବସିଲାଣି । ଗୋଟିଏ ଗରୀବ ପରିବାରରେ ପନିପରିବା ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଗଣା ହେଉଥିବାବେଳେ ଏଭଳି ଦରଦାମ୍ ଲୋକଙ୍କୁ ହନ୍ତସନ୍ତ କରୁଛି । ଦକ୍ଷିଣ ଭାରତରେ ଲଗାଣ ବର୍ଷା ହିଁ ଟମାଟୋ ଦର ବୃଦ୍ଧିର ପ୍ରମୁଖ କାରଣ । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଭଳି ରାଜ୍ୟରେ ବର୍ଷା ହିଁ ଦେଶରେ ଟମାଟୋ ଦରକୁ ଉଚ୍ଚା କରିଛି । କାରଣ ଲଗାଣ ବର୍ଷା ଫଳରେ ଟମାଟୋ ଚାଷ ହୋଇଥିବା ଜମିରେ ପାଣି ଜମି ରହିଛି । ଯାହା ଫଳରେ ଟମାଟୋ ଫସଲ ଏକପ୍ରକାର ନଷ୍ଟ ହୋଇଯାଇଛି । 

ଏହାଦ୍ୱାରା କେବଳ ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ ହୋଇନି ବରଂ ଚାଷୀଙ୍କ ଚିନ୍ତା ମଧ୍ୟ ବଢିଯାଇଛି । କାରଣ ଆଖି ଆଗରେ ଶହ ଶହ ଏକର ଜମିରେ ଚାଷ ହୋଇଥିବା ଟମାଟୋ ଫସଲ ନଷ୍ଟ ହୋଇଛି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments