News

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ : ନାମ୍ବିଆରୁ ଭାରତକୁ ଆସିଲା ୮ଟି ଚିତା ବାଘ

ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । 72 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମୋଦି । ଏହି ଅବସରରେ ଭାରତକୁ ଆସୁଛି 8 ଟି ଚିତା ବାଘ ।

17 September, 2022 12:36 PM IST By: Sudesna Nayak

ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi)ଙ୍କ ଜନ୍ମଦିନ । 72 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମୋଦି (PM Modi)। ଏହି ଅବସରରେ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ବହୁ ନେତା ରାଜନେତାଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ଭାରତକୁ ଆସୁଛି 8 ଟି ଚିତା ବାଘ (cheetahs) ।

ସୂଚନା ଅନୁଯାୟୀ, ନାମ୍ବିଆ (namibia)ରୁ ସ୍ୱତନ୍ତ୍ର ବିମାନରେ ଆସି ଗୁଆଲିୟରରେ ପହଁଚିଛନ୍ତି ଚିତା (cheetahs) । କିଛି ସମୟ ମଧ୍ୟରେ ସେମାନଙ୍କୁ ଚିନୁକ ହେଲିକପ୍ଟର ସହାୟତାରେ ମଧ୍ୟପ୍ରଦେଶର କୁନୋ ପାଲପୁର ଅଭୟାରଣ୍ୟରେ ନିଆଯିବ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଜନ୍ତାର ବଟମ ଦବାଇ, ଚିତା (cheetahs) ଗୁଡିକୁ ସ୍ୱତନ୍ତ୍ର ଖୁଆଡକୁ ଛାଡିବାର କାର୍ଯ୍ୟକ୍ରମ ରହିଛି । ଆସୁଥିବା 8 ଟି ଚିତା ବାଘ (cheetahs) ମଧ୍ୟରେ 3 ଟି ବାଘ ଓ 5 ଟି ବାଘୁଣୀ ଅଛନ୍ତି ବୋଲି ଜଣାପଡିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ (prime minister narendra modis birthday) ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (president draupadi murmu),ଉପରାଷ୍ଟ୍ରପତି ଜଗଦୀପ ଧନଖଡ (Vice President Jagdeep Dhankhar),କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik Wishes PM Narendra Modi),ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ରାଜନେତାମାନେ ମୋଦି (PM Modi)ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରକାଶ ଥାଉ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi)ଙ୍କ ପାଇଁ ଅଭୟାରଣ୍ୟରେ ଏକ ମଞ୍ଚର ହିଁ ବ୍ୟବସ୍ଥା କରାଯାଇଛି । ସେହି ମଞ୍ଚ ଉପରେ ରହି ପ୍ରଧାନମନ୍ତ୍ରୀ (prime minister) ଜନ୍ତା ଗୁଡିକର ଗେଟ୍ ଖୋଲିବ ।

୧୮ ଓ ୧୯ ରେ ରାଜ୍ୟରେ ପ୍ରବଳ ବର୍ଷା

ଭାରତ ଆସିବ ୮ଟି ଚିତା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)