1. କୃଷି ଖବର

ଭାରତ ଆସିବ ୮ଟି ଚିତା

ସ୍ୱତନ୍ତ୍ର ବିମାନରେ ନାମିବିୟାରୁ ଭାରତ ଆସିବ ଚିତା । ବ୍ୟାଘ୍ରଚିତ୍ରିତ ସ୍ୱତନ୍ତ୍ର ବୋଇଂ-747 ଜୁମ୍ବୋ ଜେଟ୍‌ରେ ୧୦ ଘଣ୍ଟାର ନିରବଚ୍ଛିନ୍ନ ଯାତ୍ରା କରି ଆଫ୍ରିକାର ନାମିବିୟାରୁ ଭାରତ ଆସିବେ ୮ଟି ଚିତା । ସେଥିରୁ 5ଟି ମାଈ ଚିତା ଏବଂ 3 ଟି ଅଣ୍ଡିରା ଚିତା ।

Sudesna Nayak
Sudesna Nayak
tiger faced plane to bring african cheetahs from namibia

tiger faced plane to bring african cheetahs from namibia

ସ୍ୱତନ୍ତ୍ର ବିମାନରେ ନାମିବିୟାରୁ ଭାରତ ଆସିବ ଚିତା (cheetahs)। ବ୍ୟାଘ୍ରଚିତ୍ରିତ ସ୍ୱତନ୍ତ୍ର ବୋଇଂ-747 ଜୁମ୍ବୋ ଜେଟ୍‌ରେ ୧୦ ଘଣ୍ଟାର ନିରବଚ୍ଛିନ୍ନ ଯାତ୍ରା କରି ଆଫ୍ରିକାର ନାମିବିୟାରୁ ଭାରତ ଆସିବେ ୮ଟି ଚିତା । ସେଥିରୁ 5ଟି ମାଈ ଚିତା ଏବଂ 3 ଟି ଅଣ୍ଡିରା ଚିତା (african cheetahs) ।

ସୂଚନା ଅନୁଯାୟୀ, ଚିତା (cheetahs)ଆଣିବା ପାଇଁ ନାମିବିୟାରେ ପହଞ୍ଚିଥିବା ସ୍ୱତନ୍ତ୍ର ବିମାନକୁ ସୁନ୍ଦର ଚିତ୍ରରେ ସଜାଯାଇଛି । ବିମାନରେ ଟାଇଗର (tiger)ର ଏକ ଚିତ୍ର ଲଗାଯାଇଛି । ଏହି ସ୍ୱତନ୍ତ୍ର ବିମାନ ମାଧ୍ୟମରେ ନାମିବିୟାରୁ ଜୟପୁରକୁ ପ୍ରଥମ ଚିତା (cheetahs)ଅଣାଯିବ । ଯାହାପରେ ସେହି ଦିନ ହେଲିକପ୍ଟରକୁ ମଧ୍ୟପ୍ରଦେଶର କୁନୋ-ପାଲପୁର ଜାତୀୟ ଉଦ୍ୟାନକୁ ହିଁ ଅଣାଯିବ ।

୭୦ ବର୍ଷ ପରେ ଭାରତରେ ପୁଣି ଚିତା ବାଘର ଗର୍ଜନ ଶୁଭିବ । ଭାରତର ଜଙ୍ଗଲରେ ଦୌଡ଼ିବ ଚିତା ବାଘ (cheetahs)। ସେପ୍ଟେମ୍ୱର 17 ତାରିଖରେ ଚିତା ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi)

ପ୍ରକାଶ ଥାଉ ଯେ, ଚିତା (cheetahs) ବାଘ ଆସିବା ପରେ ପରିବେଶ ସୁରକ୍ଷାକୁ ନେଇ ମଧ୍ୟ ଅନେକ ଯୋଜନା କରାଯିବ । ଦେଶରେ ଏମାନଙ୍କ ସଂଖ୍ୟା ବଢାଯିବା ପାଇଁ ପଦକ୍ଷେପ ନିଆଯିବ । ଯାହା ଦ୍ଵାରା ବିଦେଶୀ ପର୍ଯ୍ୟଟକ ବଢ଼ିବେ ଓ ଦେଶର ଆର୍ଥିକ ଉନ୍ନତି ହେବ ।

ଆସୁଛି ଲଘୁଚାପ,ସେପ୍ଟେମ୍ବର 18 ରୁ 21 ପ୍ରବଳ ବର୍ଷିବ

Lumpy Virus:ଚିନ୍ତା ବଢ଼ାଇଲାଣି ଲମ୍ପି ଭାଇରସ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments