1. କୃଷି ଖବର

ବିଶ୍ୱ ପରିବେଶ ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସିନ୍ଦୁର ଚାରା ରୋପଣ କଲେ ପ୍ରଧାନମନ୍ତ୍ରୀ

ବିଶ୍ୱ ପରିବେଶ ଦିବସ ଅବସରରେ ନୂଆଦିଲ୍ଲୀ (New Delhi)ସ୍ଥିତ ବାସଭବନରେ ସିନ୍ଦୁର ଚାରା ରୋପଣ କଲେ ପ୍ରଧାନମନ୍ତ୍ରୀ ।

Sudesna Nayak
Sudesna Nayak
Prime Minister plants sindoor sapling at his residence in New Delhi on World Environment Day, pic credit- @narendramodi

Prime Minister plants sindoor sapling at his residence in New Delhi on World Environment Day, pic credit- @narendramodi

ବିଶ୍ୱ ପରିବେଶ ଦିବସ ଅବସରରେ ନୂଆଦିଲ୍ଲୀ (New Delhi)ସ୍ଥିତ ବାସଭବନରେ ସିନ୍ଦୁର ଚାରା ରୋପଣ କଲେ ପ୍ରଧାନମନ୍ତ୍ରୀ ।

ବିଶ୍ୱ ପରିବେଶ ଦିବସ (World Environment Day) ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଏକ ସିନ୍ଦୁର ଚାରା ରୋପଣ କରିଛନ୍ତି । ଏହି ଚାରା ତାଙ୍କୁ ଗୁଜୁରାଟର କଚ୍ଛର ସାହସୀ ମା’ ଏବଂ ଭଉଣୀମାନେ ଉପହାର ଦେଇଥିଲେ, ଯେଉଁମାନେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଅସାଧାରଣ ସାହସ ଏବଂ ଦେଶପ୍ରେମ ପ୍ରଦର୍ଶନ କରିଥିଲେ ।

ନିକଟରେ ତାଙ୍କର ଗୁଜରାଟ (Gujarat)ଗସ୍ତକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସିନ୍ଦୁର ଚାରାର ଉପହାର ଆମ ଦେଶର ନାରୀ ଶକ୍ତିର ସାହସ ଏବଂ ପ୍ରେରଣାର ଏକ ଦୃଢ଼ ପ୍ରତୀକ ହୋଇ ରହିବ ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“୧୯୭୧ ଯୁଦ୍ଧରେ ସାହସ ଏବଂ ପରାକ୍ରମର ଚମତ୍କାର ପରାକାଷ୍ଠା ପ୍ରଦର୍ଶନ କରିଥିବା କଚ୍ଛର ବୀରାଙ୍ଗନା ମାତା ଏବଂ ଭଉଣୀମାନେ ନିକଟରେ ଗୁଜରାଟ ଗସ୍ତ ସମୟରେ ମୋତେ ସିନ୍ଦୁର ଚାରା ଉପହାର ଦେଇଥିଲେ । ବିଶ୍ୱ ପରିବେଶ ଦିବସରେ ଆଜି ମୋତେ ନୂଆଦିଲ୍ଲୀର (New Delhi) ପ୍ରଧାନମନ୍ତ୍ରୀ ବାସଭବନରେ ଏହି ଚାରାକୁ ରୋପଣ କରିବାର ସୌଭାଗ୍ୟ ମିଳିଛି । ଏହି ଚାରା ଆମ ଦେଶର ନାରୀ ଶକ୍ତିର ସାହସ ଏବଂ ପ୍ରେରଣାର ଏକ ସଶକ୍ତ ପ୍ରତୀକ ହୋଇ ରହିବ ।”

pib.gov.in

୬ ଜୁନ୍‌ରେ ଜମ୍ମୁ ଏବଂ କାଶ୍ମୀର ଯିବେ ପ୍ରଧାନମନ୍ତ୍ରୀ

କୃଷକମାନଙ୍କ ସହ ଆଲୋଚନା କଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ