Priyanka Gandhi
ବର୍ତ୍ତମାନର କୃଷି ଆଇନର ବିରୋଧ ପରିପ୍ରେକ୍ଷୀରେ ଦେଶର କୋଣ ଅନୁକୋଣରେ ରାଜନୈତିକ ଦଳର ନେତାମାନେ ମଧ୍ୟ ଏହାକୁ ବିରୋଧ କରି ଆସୁଛନ୍ତି l କଂଗ୍ରେସ ଦଳର ଜେନେରାଲ ସେକ୍ରେଟାରୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କର ଏକ ରାଜନୈତିକ ଗ୍ରସ୍ତରେ ପ୍ରୟୋଗରାଜ ଠାରେ କୃଷି ଆଇନ ବିରୋଧରେ ନିଜର ସ୍ୱର ଉତ୍ତୋଳନ କରିଛନ୍ତି l
ରବିବାର ଦିନ ପ୍ରିୟଙ୍କା କହିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ଉତ୍ତର ପ୍ରଦେଶ ସରକାର କେବଳ ଧନଶାଳୀମାନଙ୍କ ନିମନ୍ତେ କାମ କରୁଛନ୍ତି, କିନ୍ତୁ ଯେଉଁ ଜନସାଧାରଣ ସେମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେମାନଙ୍କ ପାଇଁ କାମ କରୁନାହାଁନ୍ତି l ସରକାର କେବଳ ବଡ଼ ବଡ଼ ବ୍ୟବାୟୀ ଗୋଷ୍ଠୀମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ କାମ କରୁଛି ବୋଲି ସେ କହିଥିଲେ l ଆହୁରି ମଧ୍ୟ ସେ କହିଲେ ଯେ, କୃଷି ନିୟମଗୁଡ଼ିକ ଭଳି ନଦୀ ନିମନ୍ତେ ଲାଗୁ କରାଯାଇଥିବା ନିୟମକୁ ମତ୍ସ୍ୟଜୀବୀମାନଙ୍କ ପାଇଁ କରିବା ପରିବର୍ତ୍ତେ ବଡ଼ ଶିଳ୍ପପତିମାନଙ୍କ ସ୍ୱାର୍ଥରେ କରାଯାଇଛି l
ପ୍ରିୟଙ୍କା ଟ୍ରାନ୍ସ-ଯମୁନା ଅଞ୍ଚଳର ନିଷାଦ ସମ୍ପ୍ରଦାୟର ଲୋକମାନଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିଲେ l ଏଠାରେ ସେ କହିଲେ ଯେ, ସରକାର କୃଷକମାନଙ୍କ ପ୍ରତି ବେପରୁଆ ମନୋଭାବ ପୋଷଣ କରିବା ସହିତ କୃଷକମାନଙ୍କୁ ସାହାଯ୍ୟ କରିବାକୁ ଇଛା ପ୍ରକାଶ କରୁନାହାଁନ୍ତି l ନିଜର ଜୀବିକା ନିର୍ବାହ ନିମନ୍ତେ ଜଙ୍ଗଲ ଏବଂ ନଦୀ ଉପରେ ନିର୍ଭର କରୁଥିବା ଲୋକମାନେ କେବେ ବି ଏହାର ଅନିଷ୍ଟ କରିବେ ନାହିଁ କିନ୍ତୁ ଶିଳ୍ପପତିମାନେ ଏହି ପ୍ରାକୃତିକ ସମ୍ବଳଗୁଡ଼ିକ ଉପରେ ନିର୍ଭର କରନ୍ତି ନାହିଁ, ସେମାନେ ନିଜର ଲାଭ କମାଇବା ନିମନ୍ତେ ଏହାକୁ ଶୋଷଣ କରିଚାଲିବେ l ଏଗୁଡ଼ିକୁ କିପରି ଉତ୍ତମ ଭାବରେ ସଂରକ୍ଷଣ କରି ଜୀବିକା ନିର୍ବାହ କରାଯାଇପାରିବ ସେ ବିଷୟରେ ଆପଣମାନେ ହିଁ ପିଢ଼ି ପିଢ଼ି ଧରି ଭଲ ଭାବରେ ଜାଣନ୍ତି ବୋଲି ପ୍ରିୟଙ୍କା ମତବ୍ୟକ୍ତ କରିଛନ୍ତି l
ମହିଳାମାନଙ୍କୁ ଉଦବୋଧନ ଦେଇ ପ୍ରିୟଙ୍କା କହିଲେ ଯେ, ଆପଣମାନଙ୍କ ପରି ମୁଁ ମଧ୍ୟ ଜଣେ ମହିଳା l ଆପଣମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଆମେ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିବୁ l
Share your comments