News

କେମିତି କୁପୋଷଣ ବିରୋଧରେ ଲଢ଼େଇ ଲଢୁଛି 'ସମ୍ପୂର୍ଣ୍ଣା', ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ପ୍ରୋଜେକ୍ଟ ସମ୍ପୂର୍ଣ୍ଣା ମାଧ୍ୟମରେ କୁପୋଷଣ ବିରୋଧରେ ଲଢ଼େଇ । ମନ କୀ ବାତରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ ।

29 August, 2022 12:02 PM IST By: Shuvanshu Kar

ଆସାମର ବୋନଗାଇ ଗାଁରେ ଏକ ଚମତ୍କାର ପ୍ରକଳ୍ପ ଚଳାଯାଉଥିବା ମନ କୀ ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପ୍ରକଳ୍ପର ନାଁ ହେଉଛି ପ୍ରୋଜେକ୍ଟ ସମ୍ପୂର୍ଣ୍ଣା(Project Sampoorna) । ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି କୁପୋଷଣ ବିରୋଧରେ ଲଢ଼େଇ(fighting against malnutrition) ।

ପ୍ରୋଜେକ୍ଟ ସମ୍ପୂର୍ଣ୍ଣାରେ କୌଣସି ଅଙ୍ଗନୱାଡ଼ି କେନ୍ଦ୍ରର ଜଣେ ସୁସ୍ଥ ଶିଶୁର ମାଆ ଜଣେ ପୁଷ୍ଟିହୀନ ଶିଶୁର ମାଆକୁ ପ୍ରତି ସପ୍ତାହରେ ସାକ୍ଷାତ କରେ ଓ ପୋଷଣ ସମ୍ବନ୍ଧୀୟ ସବୁ ତଥ୍ୟ ଉପରେ ଆଲୋଚନା କରେ । ଅର୍ଥାତ୍ ଜଣେ ମାଆ, ଆଉ ଜଣେ ମାଆର, ମିତ୍ର ପାଲଟି ତା'ର ସାହାଯ୍ୟ କରେ, ତାକୁ ଶିକ୍ଷା ଦିଏ ।

ଏହି ପ୍ରକଳ୍ପ ସାହାଯ୍ୟରେ, ଅଞ୍ଚଳରେ ବର୍ଷକୁ ୯୦ ପ୍ରତିଶତରୁ ଅଧିକ ପିଲାଙ୍କର ପୁଷ୍ଟିହୀନତା ଦୂର ହୋଇଛି । ସେହିପରି ଏକ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ପୁଷ୍ଟିହୀନତା ଦୂର ପାଇଁ ଗୀତ-ସଙ୍ଗୀତ ଏବଂ ଭଜନକୁ ମଧ୍ୟ ବ୍ୟବହାର କରାଯାଇପାରିବ । ମଧ୍ୟପ୍ରଦେଶର ଦତିୟା ଜିଲାର 'ମେରା ବଚ୍ଚା ଅଭିଯାନ' ସଫଳତାପୂର୍ବକ ପ୍ରୟୋଗ କରାଯାଇଛି । ଏଥିରେ ଜିଲାରେ ଭଜନ-କୀର୍ତ୍ତନ ଆୟୋଜନ ମଧ୍ୟମରେ ପୁଷ୍ଟିହୀନତା ଦୂର କରାଯାଇପାରୁଛି ।

ଗୋଟିଏ ମାଟିହାଣ୍ଡି କାର୍ଯ୍ୟକ୍ରମ ମଧ୍ୟ ହୁଏ, ଏଥିରେ ମହିଳାମାନେ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ମୁଠାଏ ଲେଖାଏ ଖାଦ୍ୟାନ୍ନ ନେଇ ଆସନ୍ତି ଏବଂ ସେହି ଖାଦ୍ୟାନ୍ନରେ ଶନିବାର ଦିନ ‘ବାଳଭୋଜି’ର ଆୟୋଜନ କରାଯାଏ । ଏହାଦ୍ୱାରା ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କର ଉପସ୍ଥିତି ବଢ଼ିବା ସହିତ ପୁଷ୍ଟିହୀନତା ମଧ୍ୟ କମ୍ ହୋଇଛି ।

ପୁଷ୍ଟିହୀନତା ସହିତ ସମ୍ପୃକ୍ତ ଏତେସବୁ ଅଭିନବ ପ୍ରୟୋଗ ସମ୍ପର୍କରେ ମୁଁ ଆପଣଙ୍କୁ ଏଇଥିପାଇଁ କହୁଛି, କାରଣ ଆମ ସଭିଙ୍କୁ ମଧ୍ୟ ଆସନ୍ତା ମାସରେ ଏହି ଅଭିଯାନ ସହିତ ସମ୍ପୃକ୍ତ ହେବାକୁ ପଡ଼ିବ । ସେପ୍ଟେମ୍ବର ମାସ, ପର୍ବପର୍ବାଣୀ ସାଙ୍ଗକୁ ପୋଷଣ ସହିତ ସମ୍ପୃକ୍ତ ବଡ଼ ଅଭିଯାନ ପାଇଁ ମଧ୍ୟ ସମର୍ପିତ । ଆମେ ପ୍ରତିବର୍ଷ ୧ରୁ ୩୦ ସେପ୍ଟେମ୍ବର ମଧ୍ୟରେ ପୋଷଣ ମାସ ପାଳନ କରୁ ।

ପୁଷ୍ଟିହୀନତା ବିରୋଧରେ ସମଗ୍ର ଦେଶରେ ଅନେକ ସୃଜନଶୀଳ ଓ ବିବିଧ ଉଦ୍ୟମ କରାଯାଉଛି । ପ୍ରଯୁକ୍ତିର ଉତ୍ତମ ବ୍ୟବହାର ଓ ଜନଭାଗିଦାରୀ ମଧ୍ୟ ପୋଷଣ ଅଭିଯାନର ମହତ୍ୱପୂର୍ଣ୍ଣ ଅଂଗ ପାଲଟିଛି । ଦେଶରେ ଲକ୍ଷଲକ୍ଷ ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ୍ ଫୋନ୍ ଦେବାଠାରୁ ଆରମ୍ଭ କରି ଅଙ୍ଗନୱାଡ଼ି ସେବାର ଉପଲବ୍ଧତାକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ପୋଷଣ ଟ୍ରାକର୍ ମଧ୍ୟ ଉନ୍ମୋଚନ କରାଯାଇଛି । ସମସ୍ତ ଆକାଂକ୍ଷୀ ଜିଲା ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ୧୪ରୁ ୧୮ ବର୍ଷର ଝିଅମାନଙ୍କୁ ମଧ୍ୟ ପୋଷଣ ଅଭିଯାନ ପରିସରକୁ ଅଣାଯାଇଛି ।

ପୁଷ୍ଟିହୀନତା ପ୍ରତି ସଚେତନତା ବଢ଼ାଇବା ପାଇଁ ଏକ ନିଆରା ଅଭିଯାନ ଝାଡ଼ଖଣ୍ଡରେ ମଧ୍ୟ ଚାଲୁଛି । ଝାଡ଼ଖଣ୍ଡର ଗିରିଡିହରେ ସାପସିଡ଼ିର ଏକ ଖେଳ ପ୍ରସ୍ତୁତ କରାଯାଇଛି । ଖେଳଖେଳରେ ପିଲାଏ ଭଲ ଓ ଖରାପ ଅଭ୍ୟାସ ସମ୍ପର୍କରେ ଶିଖନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପୁଷ୍ଟିହୀନତା ସମସ୍ୟାର ନିରାକରଣ କେବଳ ଏସବୁ ପଦକ୍ଷେପ ଭିତରେ ହଁ ସୀମିତ ନାହିଁ- ଏହି ଲଢ଼େଇରେ ଆହୁରି ଅନେକ ଉଦ୍ୟମର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉଦାହରଣ ସ୍ୱରୂପ, ଜଳ ଜୀବନ ମିଶନକୁ ହିଁ ନିଅନ୍ତୁ, ତ ଭାରତକୁ କୁପୋଷଣମୁକ୍ତ କରାଇବାରେ ଏହି ମିଶନର ମଧ୍ୟ ବହୁତ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି ।

ପୁଷ୍ଟିହୀନତାର ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବାରେ ସାମାଜିକ ସଚେତନତା ସହିତ ସଂପୃକ୍ତ ପ୍ରୟାସ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ମୁଁ ଆପଣମାନଙ୍କୁ ମଧ୍ୟ କହିବାକୁ ଚାହେଁ ଯେ ଆପଣ ଆଗାମୀ ପୋଷଣ ମାସରେ ପୁଷ୍ଟିହୀନତା ବା ମାଲନ୍ୟୁଟ୍ରିସନକୁ ଦୂର କରିବାର ପ୍ରଚେଷ୍ଟାରେ ନିଶ୍ଚୟ ଅଂଶଗ୍ରହଣ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ

୭୧% ଭାରତୀୟ ଖାଉନାହାନ୍ତି ପୁଷ୍ଟିକର ଖାଦ୍ୟ !

ଖାଦ୍ୟ ରେ ଅଶୁଦ୍ଧତା ର ଯାଞ୍ଚ !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)