1. କୃଷି ଖବର

ବଦଳିବ ପୁରୀ.. ସବୁଜ ଓ ଐତିହାସିକ ପୁରୀ ନିର୍ମାଣ ର ଶୁଭାରମ୍ଭ

ବଦଳିବ ପୁରୀ.. ସବୁଜ ଓ ଐତିହାସିକ ପୁରୀ ନିର୍ମାଣ ର ଶୁଭାରମ୍ଭ

KJ Staff
KJ Staff

ଶ୍ରୀମନ୍ଦିର ଓ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି କ୍ୟାବିନେଟ ନେଲେ ନିଷ୍ପତି
ସିଂହଦ୍ୱାର ରୁ ଦେଖାଯିବ ସ୍ୱର୍ଗଦ୍ୱାର

ଶ୍ରୀମନ୍ଦିର ଓ ପର୍ଯ୍ୟଟକ ଙ୍କ ସୁରକ୍ଷା କୁ ସରକାର ପ୍ରାଥମିକତା  ଦେଇଛନ୍ତି |ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ସହ ଏହି ଧାର୍ମିକ କ୍ଷେତ୍ରକୁ ଆନ୍ତର୍ଜାତିକ ପର୍ଯ୍ୟଟନ ମାନଚିତ୍ର ସ୍ୱତନ୍ତ୍ର ସ୍ଥାନ ଦେବା ଲକ୍ଷରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ରେ ଗୁରୁତ୍ୱପୂର୍ବ ନିଷ୍ପତି ନିଆଯାଇଛି |ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୁରୀର ସୌନ୍ଦର୍ଯ୍ୟକରଣକୁ ବିଶେଷ ଗୁରୁତ୍ୱ  ଦିଆଯାଇଛି |
ବିଚାରପତି ବିମଳା ଦାସ କମିଶନଙ୍କ ସୁପାରିସ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ସୁରକ୍ଷା ଲାଗି ମେଘନାଦ ପାଚେରୀ ଚତୁର୍ପାର୍ଶ୍ୱରେ ୭୫ ମିଟର ପରଧି ମଧ୍ୟରେ ଥିବା  ସମସ୍ତ ନିର୍ମାଣ କୁ ଉଛେଦ କରାଯିବାକୁ କ୍ୟାବିନେଟ ଅନୁମତି ମିଳିଛି |

ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ଲକ୍ଷ ରଖିଛନ୍ତି |ଆଗାମୀ ଦିନରେ ପୁରୀକୁ ଆସୁଥିବା ବିଶ୍ଵସ୍ଥରୀୟ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ନିମନ୍ତେ କେତେକ ସଂସ୍କାରମୂଳକ କାର୍ଯ୍ୟକ୍ରମ କୁ ହାତରେ ନିଆଯାଇଛି |
ଏନେଇ ପ୍ରଥମ ପର୍ଯ୍ୟାୟରେ  ୨୬୫ କୋଟି ତାଙ୍କ ମଞ୍ଜୁର କରାଯିବ ସହ "ସବୁଜ ଓ ଐତିହାସିକ ପୁରୀ ର ନିର୍ମାଣ ଲାଗି ନକ୍ସା ପ୍ରସ୍ତୁତ କରାଯାଇଛି |ଏହା ବ୍ୟତୀତ ସହରର ବିଭିନ୍ନ ସ୍ଥାନରେ ଥିବା ପ୍ରାଚୀନ କୀର୍ତ୍ତି ତଥା ତୀର୍ଥ ପୁଷ୍କରିଣୀ ଗୁଡିକୁ ନେଇ ଐତିହ୍ୟ କରିଡର ନିର୍ମାଣ କରାଯିବ |ତେଣୁ ପୁରୀରେ ପଲିଥିନ ର ବ୍ୟବହାର ଉପରେ ସମ୍ପୂର୍ଣ ରୋକ ଲଗାଯିବ  ସହ ପ୍ରମୁଖ ରାସ୍ତା ପାର୍ଶ୍ୱ ଗୁଡିକରେ ଚାରା ରୋପଣ କରାଯିବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments