ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତ ଷୋମବାର ଦିନ ପୁରୀ ର ନୂତନ ନକ୍ସା ର ଉନ୍ମୋଚନ କରିଛନ୍ତି |ଏହା ଶ୍ରୀଜଗନ୍ନାଥ ହେରିଟେଜ କରିଡୋର ନାମରେ ଜଣାଯିବ |
ଏକ ଉଚ୍ଚ ସ୍ଥରୀୟ ବୈଠକ ରେ ଏନେଇ ସମୀକ୍ଷା କରିଲା ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ନବନୀକରଣ କେବଳ ଶ୍ରୀକ୍ଷେତ୍ର ର ସୌନ୍ଦର୍ଯ୍ୟ ଓ ବିଭିନ୍ନ ସୁବିଧା ବୃଦ୍ଧି ଦିଗ ରେ କରାଯିବ ,ଏଥିରେ ଅନ୍ୟାନ୍ୟ କାର୍ଯ୍ୟକଳାପ ପରିବର୍ତନ ର କୌଣସି ପ୍ରବନ୍ଧ ନାହିଁ |
ମୁଖ୍ୟମନ୍ତ୍ରୀ ନବନୀକରଣ ଦିଗ ରେ ଅଧିକ ଉପଦେଶ ଓ ଉପାୟ ସାଧାରଣ ଜନତା ଙ୍କ ଠାରୁ ଲୋଡିଛନ୍ତି ଏବଂ ଆପଣ ଚାହିଁଲେ ନିଜର ମନ୍ତବ୍ୟ ମନ୍ଦିର ପ୍ରଶାସନ ର ଇମେଲ ଦ୍ୱାରା ଜାନୁଆରୀ ୧୫ ୨୦୨୦ ସୁଦ୍ଧା ଦେଇପାରିବେ |ଏହି କାର୍ଯ୍ୟ ଫେବୃଆରୀ ୨୦୨୦ ସୁଦ୍ଧା ସମ୍ପନ୍ନ କରାଯିବାକୁ ଲକ୍ଷ ରଖାଯାଇଛି |
ଏହା ସହ ସେ ସମସ୍ତ ଓଡିଶା ବିଶେଷ କରି ପୁରୀ ର ବାସିନ୍ଦା ଙ୍କୁ କୃତଜ୍ଞନ୍ତ ଜଣାଇଛନ୍ତି ଏବଂ ଯେଉଁମାରେ ନିଜର ବହୁମୂଲ୍ୟ ଜମି ଏହି କାର୍ଯ୍ୟ ଲାଗି ଅର୍ପଣ କରିଛନ୍ତି ତାଙ୍କର ନାମ ମଧ୍ୟ ଲିପିବଦ୍ଧ ହୋଇ ରହିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି |
ରାଜ୍ୟ ସରକାର ପୁରୀ ଶ୍ରୀକ୍ଷେତ୍ରର ନବନୀକରଣ ର ଏକ ନୂତନ "ଅବଢ଼ା " ସ୍କିମ ଊଂନ୍ମୋଚନ କରିଥିଲେ ଯାହାର ଅନ୍ତର୍ଗତ ମାଧିରା ର ୭୫ ମିଟର ମଧ୍ୟରେ କୌଣସି ସରକାରୀ ,ବେଶକାରୀ ଅନୁଷ୍ଠାନ ବା ପ୍ରାଚୀନ ମଠ କୁ ଭଙ୍ଗ ଯାଇ ସେହି ସ୍ଥାନ ରେ ନବାରିକରଣ ପ୍ରକ୍ରିୟା ଜାରି କରାଯାଇଛି |
ଏନେଇ ମୁଖ୍ୟମାତୃ ଙ୍କ ସେକ୍ରେଟାରୀ ଭି.କେ.ପାଣ୍ଡିଆନ କହିଛନ୍ତି ଯେ ଏହି କାର୍ଯ୍ୟ ର ଯୋଜନା ୨୦୧୬ ରୁ ଆରମ୍ଭ ହୋଇଥିଲା ଯେତେବେଳେ ସ୍ୱୟଂ ମୁଖ୍ୟ ମାତୃ ଶ୍ରୀ ଜୀୟୁଙ୍କ ଦର୍ଶନ ଲୋଡ଼ିଥିଲେ |ଭକ୍ତି ରେ ଭରା ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କର ସେ ଏକ ଭିନ୍ନ ରୂପ ମନ୍ଦିର ମଧ୍ୟରେ ଦେଖିଥିବାର ସ୍ପଷ୍ଟ ମଧ୍ୟ କରିଥିଲେ |
Share your comments