1. କୃଷି ଖବର

ସିସିଟିଭି ନଜର ରେ ପୁରୀ ସହର

ସିସିଟିଭି ନଜର ରେ ପୁରୀ ସହର

KJ Staff
KJ Staff

ରଥଯାତ୍ରା ରେ କଡାକଡି ହେବା ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଓର (ଏସ ପି ଓ )|ଟାଉନ ଥାନାରେ କାର୍ଯ୍ୟ କରିବା ସାମନିତ୍ବ ନିୟନ୍ତ୍ରଣ କକ୍ଷ |ସବୁ ବିଭାଗ ରେ ଜଣେ ଲେଖା ଅଧିକାରୀ ସେଠାରେ ଉପସ୍ଥିତ ରହିବେ |ସିସିଟିଭି ନଜରରେ ରହିବ ପୁରୀ ସହର |ବଡଦାଣ୍ଡ ଦୁଇପାର୍ଶ୍ଵ କାନ୍ଥ ଗୁଡ଼ିକରେ ଗୁଇନ୍ଦା କ୍ୟାମେରା ଲଗାଯିବ |ଏହାଛଡା ସମୁଦ୍ର କୁଳ ,ଭିଏଇପି ରୋଡ ,ବସ ଷ୍ଟାଣ୍ଡ ,ଶ୍ରୀ ମନ୍ଦିର ଚତୁର୍ପାଶ୍ୱ ରେ ସିସିଟିଭି ଲଗାଯାଉଛି |

 

ଫଣି ରେ ଅଚଳ ହୋଇ ପଡିଥିବା ୧୧୦ ଟି କ୍ଲୋଜସର୍କିଟ କ୍ୟାମେରା ମରାମତି କରାଯାଉଛି |ଟାଉନ ଥାନା ନିୟନ୍ତ୍ରଣ କକ୍ଷରୁ ଲୋକଙ୍କ ଗତିବିଧି ଉପରେ ତୀକ୍ଷ୍ନ ନଜର ରଖାଯିବ |କୌଣସି ସ୍ଥାନରେ ଦଳାଚକଟା ,ରାସ୍ତା ଦୁର୍ଘଟଣା କିମ୍ବା ଅଗ୍ନିକାଣ୍ଡ ଘଟିଲେ ତତ୍କ୍ଷଣାତ ସେଠାକୁ କୁଇକ ରେସ୍ପିଅନ୍ସ ଟିମ ,ପଠାଯିବ ବୋଲି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ କହିଛନ୍ତି 

ଏସଓପି ପାଳନ କରିବାକୁ ସବୁ ବିଭାଗ ଅଧିକାରୀଙ୍କୁ ଆର୍ଡିସି ଶ୍ରୀ ସାମଲ ନିର୍ଦେଶ ଦେଇଛନ୍ତି |ଜରୁରୀ କାଳୀନ ପରିସ୍ଥିତିରେ ଉଦ୍ଧାର କୌଶଳ ପ୍ରଦର୍ଶିତ କରାଯାଇଛି |ନିୟନ୍ତ୍ରଣ କକ୍ଷରେ ଏନ.ଡି.ଆର.ଏଫ ,ଓଡ୍ରାଫ ,ଅଗ୍ନିଶଏବଂ ପୁଲିସ କର୍ମଚାରୀ ସଜାଗ ରହିବେ |ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ର ତୁରନ୍ତ ମୁକାବିଲା ପାଇଁ ଏସଓଜି ଏବଂ ଏନଏସଜି କମାଣ୍ଡୋ ଙ୍କ ସମେତ ବୋମା ନିୟନ୍ତ୍ରଣ କାରି ଦଳ ,ସନ୍ଧାନୀ କୁକୁର ସେଠାରେ ରଖାଯିବାକୁ ସ୍ଥିର କରାଯାଇଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments