1. କୃଷି ଖବର

ମୋବାଇଲ ରେ ଘୁରିବୁଲୀଲା ମାଟ୍ରିକ ପ୍ରଶ୍ନପତ୍ର !!

ମୋବାଇଲ ରେ ଘୁରିବୁଲୀଲା ମାଟ୍ରିକ ପ୍ରଶ୍ନପତ୍ର !!

KJ Staff
KJ Staff

-ନକଲ କରି ଧରାପଡ଼ିଲେ ୬୦ ପରୀକ୍ଷାର୍ଥୀ
-୪ କେନ୍ଦ୍ର ଅଧିକ୍ଷକ ,୪ ନିରୀକ୍ଷକ ନିଲମ୍ବିତ
-୪ ବିଦ୍ୟାଳୟ ସମ୍ପୃକ୍ତ ପ୍ରଘଟକରି ଛାତ୍ରଛାତ୍ରୀଙ୍କ ନାଁରେ ଏତଲା
-ଓ ଏମ ଆର କ୍ରମିକ ସଂଖ୍ୟାରୁ ଧାରା ପଡିଲା

ଆରମ୍ଭ ହୋଇଛି ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ ର ପରୀକ୍ଷା ହେଲେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ ସତ୍ତ୍ୱେ ମାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ହୋଇଛି |ଶୁକ୍ରବାର ଥିଲା ମାଟ୍ରିକ ପରୀକ୍ଷା ପ୍ରଥମ ଦିନ |ମାତୃଭାଷାରେ ଅବଜେକ୍ଟିଭ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା |ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ଘଟଣାରେ ତଦନ୍ତ ପରେ ୪ ଟି ପରୀକ୍ଷା କେନ୍ଦ୍ର ରୁ ପ୍ରଶ୍ନ ପତ୍ର ଭାଇରଲ ହୋଇଥିବା ପ୍ରମାଣିତ ହୋଇଛି |

ତେବେ ଏଥିସହ ସମ୍ପୃକ୍ତ ୮ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି |ପଦକ୍ଷେପ ସ୍ୱରୂପ ୪ ଜଣ ପରୀକ୍ଷା ନିରୀକ୍ଷକ ଓ ୪ ସେଣ୍ଟର ସୁପ୍ରିନଟେଣ୍ଡେଣ୍ଟ ଓ ୪ ପରୀକ୍ଷା ନିରୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି |


ପରୀକ୍ଷା ପରିଚାଳନା ଲାଗି ସେମାନଙ୍କର ସ୍ଥାନରେ ନୂତନ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପତ୍ର ଏବଂ ବୋର୍ଡ଼ ସଭାପତି ଡ଼.ଜାହାନ ଆରା ବେଗମ ସୂଚନା ଦେଇଛନ୍ତି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments