1. କୃଷି ଖବର

RAIN ALERT: ୭ ଜିଲ୍ଲା ପାଇଁ ଆଲର୍ଟ ଜାରି !

ଲଘୁଚାପ ସକ୍ରିୟ ହୋଇଥିବାରୁ ଆସନ୍ତା ୨୪ ଓ ୨୫ ତାରିଖରେ କେନ୍ଦ୍ରୀୟ ପଶ୍ଚିମ ଉପକୂଳ ଆଡ଼କୁ ଏହା ବିସ୍ତୃତ ହେବ ବୋଲି ଆକଳନ କରାଯାଇଛି । ଯାହା ପ୍ରଭାବରେ ରାଜ୍ୟର କିଛି କିଛି ଜିଲ୍ଲାରେ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି l

Tanushree Mahapatra
Tanushree Mahapatra
rain again due to low pressure, image source - pexels

rain again due to low pressure, image source - pexels

ରାଜ୍ୟରେ କିଛି ଜିଲ୍ଲାରେ ଲାଗି ରହିଛି ବର୍ଷା l ବର୍ଷା ଗତକାଲି ରବିବାର ବନ୍ଦ ହୋଇଥିବା ବେଳେ ଆଉ ଏକ ଲଘୁଚାପ ଯୋଗୁଁ ଆସନ୍ତା ୨୪ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ସୂଚନା ପ୍ରଦାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ରାଜ୍ୟରେ ସୀତା ଲହରୀ ଜାରି ରହିଥିବାବେଳେ ବର୍ଷା ଶୀତ ପ୍ରଭାବକୁ ଅଧିକ କରିଛି l ଯେଉଁଠି କିଛି କିଛି ଜିଲ୍ଲାରେ ଶୀତ ଅଧିକ ଅନୁଭବ ହେଉଥିବାର ଦେଖିବାକୁ ମିଳିଛି l

ଏହି ଲଘୁଚାପ ସକ୍ରିୟ ହୋଇଥିବାରୁ ଆସନ୍ତା ୨୪ ଓ ୨୫ ତାରିଖରେ କେନ୍ଦ୍ରୀୟ ପଶ୍ଚିମ ଉପକୂଳ ଆଡ଼କୁ ଏହା ବିସ୍ତୃତ ହେବ ବୋଲି ଆକଳନ କରାଯାଇଛି । ଯାହା ପ୍ରଭାବରେ ରାଜ୍ୟର କିଛି କିଛି ଜିଲ୍ଲାରେ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି l

ଏହାର ପ୍ରଭାବରେ ୭ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଆଲର୍ଟ କରିଛି ପାଣିପାଗ ବିଭାଗ। ସେହିଭଳି ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ବରଠାରୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବା । ଗଞ୍ଜାମ, ନୟାଗଡ଼, ଗଜପତି, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଭଳି ଜିଲ୍ଲାରେ ମଧ୍ୟମ ବର୍ଷା ଆଶଙ୍କା ନେଇ ଆଲର୍ଟ ଜାରି କରିଛି ବିଭାଗ।

ସେହିପରି ସୋମବାର ତଥା ଆଜି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିଲା । ୫ ଜିଲ୍ଲା ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଏବଂ କଳାହାଣ୍ଡିକୁ କୁହୁଡି ସତର୍କତା ଜାରି ହୋଇଥିଲା ।

Read more:

National Farmers Day: ଜୀବନ ଧାରଣର ମୁଖ୍ୟ ଅବଶ୍ୟକତା କୃଷି !

ଜୈବିକ କୃଷି ଉପରେ ଦିଆଯିବ ଅଧିକ ଗୁରୁତ୍ଵ!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ