1. କୃଷି ଖବର

Rain Alert: ଅଧା ଓଡ଼ିଶାକୁ କଲବଲ କରୁଛି ଘନ କୁହୁଡ଼ି

ରାଜ୍ୟରେ ରାଜ୍ୟବାସୀଙ୍କୁ କଲବଲ କରୁଛି ଘନ କୁହୁଡ଼ି l ଆଗକୁ ବର୍ଷା ହେବା ନେଇ ମଧ୍ୟ ସୂଚନା ଦେଇଛି ପାଣିପାଗ ବିଭାଗ l

Tanushree Mahapatra
Tanushree Mahapatra
Rain Alert update of odisha state  , image source - pexels.com

Rain Alert update of odisha state , image source - pexels.com

ରାଜ୍ୟରେ ଶୀତ ଲହରୀ l ସେହିପରି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି କଲବଲ କରିବ । ସୋମବାର ଓ ମଙ୍ଗଳବାର ଭୋର ସମୟ‌ରେ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେବ l ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଜିଲ୍ଲାଗୁଡିକରେ ।

ଦୃଶ୍ୟମାନ ଦୂରତା କମ୍‌ ରହିବାକୁ ଥିବାରୁ ସ୍ବତନ୍ତ୍ର ରିଲିଫ କମିସନ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ମାସ ୬ ତାରିଖ ପୂର୍ବାହ୍ନଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ସହ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ୧୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ରାଜ୍ୟର ଉତ୍ତର ଅଭ୍ୟନ୍ତରୀଣ, ଉପକୂଳ, ଦକ୍ଷିଣ ଉପକୂଳ, ଦକ୍ଷିଣ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ଅର୍ଥାତ ସୋମବାର ଭୋର ସମୟରେ ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ପାରାଦୀପ ଓ ନୟାଗଡ଼ରେ ଅତି ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ପ୍ରାୟତଃ ୫୦ ମିଟରରୁ କମ୍‌ ରହିଥିବା ଦେଖାଯାଇଛି । ସେହିପରି ପାରାଦୀପ ଓ ନୟାଗଡ଼ରେ ଯଥାକ୍ରମେ ୨୦ ଓ ୩୦ ମିଟର ରହିଥିବା ବେଳେ ଚାନ୍ଦବାଲିରେ ୫୦ ମିଟର ଏବଂ ଗୋପାଳପୁରରେ ୫୦ ମିଟର ରହିଥିଲା ଦୃଶ୍ୟମାନ ସ୍ଥିତି l ସେହିପରି ଢେଙ୍କାନାଳ ଓ ଅନୁଗୁଳରେ ୧୦୦ ମିଟର ଓ ଭୁବନେଶ୍ବରରେ ଦୃଶ୍ୟମାନ ଦୂରତା ୧୫୦ ମିଟର ରହିଥିବା ନେଇ ସୂଚନା ରହିଛି ।

ରାଜ୍ୟର ଅନ୍ୟାନ୍ୟ ଜିଲା ତଥା :- ବାଲେଶ୍ବର,ଜଗତ୍‌ସିଂହୁପର, କେନ୍ଦ୍ରାପଡ଼ା, ପୁରୀ, ରାଉରକେଲା ଓ ଭବାନୀପାଟଣାରେ ଦୃଶ୍ୟମାନର ଦୂରତା ୨୦୦ରୁ ୧୦୦୦ ମିଟର ମଧ୍ୟରେ ରହିଥିଲା । ଅନ୍ୟପକ୍ଷରେ ରାତିର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ରାଜ୍ୟରେ । ତେବେ ଆଗକୁ ରାଜ୍ୟରେ ହାଲୁକା ବର୍ଷା ହେବା ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଛି l

ତେବେ ରାଜ୍ୟର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇ ୧୯ ଡିଗ୍ରି ଉପରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଗୋପାଳପୁରର ସର୍ବନିମ୍ନ ତାପମାତ୍ରା ୨୧.୬ ଡିଗ୍ରି ରହିଥିବା ବେଳେ ପୁରୀରେ ୨୧.୨, ଭୁବନେଶ୍ବରରେ ୨୦.୫ ଏବଂ କଟକ ୨୦ ଡିଗ୍ରି ରହିଥିଲା ବୋଲି ରେକର୍ଡ କରାଯାଇଛି । ଆଜି ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୩.୬ ଡିଗ୍ରି ରେକର୍ଡ କରାଯାଇଛି । ଯାହା ସମସ୍ତ ଜିଲ୍ଲାଙ୍କ ମଧ୍ୟରେ ଅଧିକ ରହିଥିବା କୁହାଯାଉଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments