News

ସୋମବାର ଛେଚିବ ବର୍ଷା

ଏବେ ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ସୋମବାର ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ।

25 July, 2022 10:58 AM IST By: Sudesna Nayak

ଏବେ ତ ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଛି । ସୋମବାର (Monday) ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା (RAIN)ହେବ ।

ସୂଚନା ଅନୁଯାୟୀ, ସୋମବାର (Monday)ଦିନ ନୂଆପଡ଼ା ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ରାୟଗଡ଼ା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କୋରାପୁଟ ଜିଲ୍ଲା ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (RAIN)ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ଏହି ପୂର୍ବାନୁମାନ କରିଛି । ଅରେଞ୍ଜ ୱାର୍ଣ୍ଣିଂ (Orange Warning)ଜାରି ହୋଇଛି ।

୨୫ ତାରିଖ ରାଜ୍ୟରେ ପ୍ରବଳ ବର୍ଷା (RAIN)ର ସମ୍ଭାବନା ରହିଥିବା ବେଳେ ୨୬ ତାରିଖରୁ ପରବର୍ତ୍ତୀ ସପ୍ତାହେ ଯାଏଁ ବିଶେଷ ବର୍ଷା (RAIN)ର ସମ୍ଭାବନା ନାହିଁ । ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଆଜି ସୋମବାର (Monday)ଦିନ ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ଭିତରେ ଢେଙ୍କାନାଳ ଜିଲ୍ଲାରେ ୪୧, ମାଲକାନଗିରି ଜିଲ୍ଲାରେ ୧୮, ବୌଦ୍ଧ ଜିଲ୍ଲାରେ ୧୨ ଓ କେନ୍ଦ୍ରାପଡା ଜିଲ୍ଲାରେ ୯.୭ ମିମି ବର୍ଷା (RAIN) ହୋଇଛି ।

ପ୍ରକାଶ ଥାଉ ଯେ, ମଙ୍ଗଳବାର (Tuesday)ଠାରୁ ତିନି ଦିନ ଯାଏଁ ରାଜ୍ୟରେ ବର୍ଷା (RAIN) ସମ୍ଭାବନା କମ୍‌ । ପାଗ ରହିବ ଶୁଖିଲା ।

ଆସନ୍ତା ୩ ଦିନ ବର୍ଷା, ୨୬ରୁ ସପ୍ତାହେ ଯାଏଁ ପାଗ ରହିବ ଶୁଖିଲା

୨୪ ତାରିଖ ଯାଏଁ ଛେଚିବ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)