1. କୃଷି ଖବର

ଆସନ୍ତା ୩ ଦିନ ବର୍ଷା, ୨୬ରୁ ସପ୍ତାହେ ଯାଏଁ ପାଗ ରହିବ ଶୁଖିଲା

ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ । ପରେ ୨୬ ତାରିଖରୁ ପରବର୍ତୀ ସପ୍ତାହେ ଯାଏଁ ବିଶେଷ ବର୍ଷାର ସମ୍ଭାବନା ନାହିଁ ।

Sudesna Nayak
Sudesna Nayak
heavy rain in odisha weather next 3 days

heavy rain in odisha weather next 3 days

ଏବେ ତ ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଛି । ଆସନ୍ତାକାଲି ଠୁ ପୁଣି ୩ ଦିନ ଧରି ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା (RAIN)ହେବ । ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ । ପରେ ୨୬ ତାରିଖରୁ ପରବର୍ତୀ ସପ୍ତାହେ ଯାଏଁ ବିଶେଷ ବର୍ଷା (RAIN)ର ସମ୍ଭାବନା ନାହିଁ । 

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ‌ଦକ୍ଷିଣ-ପଶ୍ଚିମ ମୌସୁମୀ (Monsoon)ବାୟୁ ରହିଛି । ଏହା ପ୍ରଭାବରେ ଆଜି ଶୁକ୍ରବାର (FRIDAY)ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, କନ୍ଧମାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ବଲାଙ୍ଗୀର ଜିଲ୍ଲା ଓ ବରଗଡ଼ ଜିଲ୍ଲା ଆଦି ଜିଲ୍ଲାର ଅନେକାଂଶରେ ପ୍ରବଳରୁ ଅତିପ୍ରବଳ ବର୍ଷା (RAIN)ର ସମ୍ଭାବନା ରହିଛି । ଏଣୁ ଏସବୁ ଜିଲ୍ଲା ପାଇଁ ପ‌ାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ (Yellow Alert) ଜାରି କରିଛି ।

ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା (RAIN)ହେବାର ସମ୍ଭାବନା ରହିଛି । ଏହି ୩ ଦିନରେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା (RAIN)ର ସମ୍ଭାବନା ରହିଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଜାରି ହୋଇଛି ।

୨୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା (RAIN)ର ସମ୍ଭାବନା ରହିଥିବା ବେଳେ ୨୬ ତାରିଖରୁ ପରବର୍ତୀ ସପ୍ତାହେ ଯାଏଁ ବିଶେଷ ବର୍ଷା (RAIN)ର ସମ୍ଭାବନା ନାହିଁ ।

ପ୍ରକାଶ ଥାଉ ଯେ, ୨୩ ତାରିଖ ଦିନ ଜଗତସିଂହପୁର ଜିଲ୍ଲା, ପୁରୀ ଜିଲ୍ଲା,ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଦେବଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ସୋନପୁର ଜିଲ୍ଲା ଓ ବରଗଡ଼ ଜିଲ୍ଲା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (RAIN) ହେବାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ (Orange Warning)ଜାରି ହୋଇଛି ।

୨୪ ତାରିଖ ଯାଏଁ ଛେଚିବ ବର୍ଷା

ଆସନ୍ତାକାଲି ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments