News

ରାଜ୍ୟରେ ଜୁଲାଇ ୨ ଯାଏଁ ପ୍ରବଳ ବର୍ଷା

ଜୁଲାଇ ୨ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

28 June, 2022 10:26 AM IST By: Sudesna Nayak

ଜୁଲାଇ (JULY)୨ ପର୍ଯ୍ୟନ୍ତ ଓଡ଼ିଶା (ODISHA)ର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା (RAIN)ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ପକ୍ଷରୁ ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ, ୨୮ ତାରିଖରେ ନବରଙ୍ଗପୁର ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ନୟାଗଡ଼ ଜିଲ୍ଲା, ବୌଦ୍ଧ ଜିଲ୍ଲା, ସୋନପୁର ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଅନୁଗୁଳ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ କାଳବୈଶାଖୀ (Thunderstorm) ବର୍ଷା ହୋଇପାରେ ।

ପରବର୍ତ୍ତୀ ଦୁଇ ଦିନ ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବୌଦ୍ଧ ଜିଲ୍ଲା, କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା (RAIN) ହେବ। ଜୁଲାଇ (JULY)ପହିଲା ତଥା ଶ୍ରୀଗୁଣ୍ଡିଚାରେ ଯାଜପୁର ଜିଲ୍ଲା, ଭଦ୍ରକ ଜିଲ୍ଲା, ବାଲେଶ୍ବର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା (RAIN)ଏବଂ ଅନ୍ୟ ସ୍ଥାନଗୁଡ଼ିକରେ କାଳବୈଶାଖୀ (Thunderstorm) ପ୍ରଭାବରେ ହାଲୁକା ବର୍ଷା (RAIN)ହେବା ନେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସ ପୂର୍ବାନୁମାନ କରିଛନ୍ତି ।

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ (Monsoon) ଜନିତ ବର୍ଷା (RAIN)ଏବେ ବି ନିଅଣ୍ଟିଆ ରହିଛି । ଜୁନ୍‌ ପହିଲାରୁ ଏବେ ସୁଦ୍ଧା ସ୍ବାଭାବିକ ଭାବେ ୧୮୬.୧ ମିମି ବର୍ଷା (RAIN) ହେବା କଥା । ମାତ୍ର ୧୦୮.୧ ମିମି ବର୍ଷା ରେକର୍ଡ କରାଯାଇଛି । ମୌସୁମୀ (Monsoon) ଛୁଇଁବା ପରଠାରୁ ମାତ୍ର ୯୭ ମିମି ହୋଇଛି । ପୁରୀ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲାରେ ସବୁଠାରୁ ଅଧିକ ନିଅଣ୍ଟିଆ ରହିଛି ।

ପ୍ରକାଶ ଥାଉ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜର କପ୍ତିପଦା, କନ୍ଧମାଳର କୋଟାଗଡ଼ରେ ସର୍ବାଧିକ ୫ ସେମି ଲେଖାଏଁ ବର୍ଷା (RAIN)ହୋଇଛି । ଝାରସୁଗୁଡ଼ାର ଲାଇକେରା, କିରମିରାରେ ୪ ସେମି, କନ୍ଧମାଳର ଜି ଉଦୟଗିରି, ଭଦ୍ରକର ବାସୁଦେବପୁର, ବାଲେଶ୍ବରର ସୋର, ନବରଙ୍ଗପୁରର ରାଇଘର, କଟକର ମାହାଙ୍ଗାରେ ୩ ସେମି ଲେଖାଏଁ ବର୍ଷା (RAIN)ହୋଇଥିବା ସୂଚନା ମିଳିଛି ।

ଆସୁଛି ଲଘୁଚାପ, ଜୁଲାଇ ପହିଲାରୁ ଭିଜିବ ଓଡିଶା

ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)