1. କୃଷି ଖବର

ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ପୂର୍ବ ଝାଡ଼ଖଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ଆହୁରି ପ୍ରଭାବୀ ହେବ । ଏହାର ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଗୁରୁବାର ଅଧିକ ବର୍ଷା ହୋଇପାରେ ।

Sudesna Nayak
Sudesna Nayak
weather update RAIN in odisha news

weather update RAIN in odisha news

ପୂର୍ବ ଝାଡ଼ଖଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା (Odisha)ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ଆହୁରି ପ୍ରଭାବୀ ହେବ । ଏହାର ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା (RAIN) ହେବ । ଗୁରୁବାର (Thursday) ଅଧିକ ବର୍ଷା (RAIN)ହୋଇପାରେ । ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ଏହି ପୂର୍ବାନୁମାନ କରିଛନ୍ତି ।

ସୂଚନା ଅନୁଯାୟୀ, ବୁଧବାର (Wednesday) ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା (RAIN) ହୋଇଛି । ୧୪ ଜିଲ୍ଲାରେ ଅତି ନିଅଣ୍ଟିଆ (-୯୯%ରୁ-୬୦%) କମ୍‌ ବର୍ଷା ରେକର୍ଡ ହୋଇଛି । ଅନୁଗୁଳ ଜିଲ୍ଲାରେ ମାତ୍ର ୦.୧ ମିଲିମିଟର, କଟକ ଜିଲ୍ଲାରେ ୦.୨, ଗଞ୍ଜାମ ଜିଲ୍ଲାରେ ୦.୩, କଳାହାଣ୍ଡି ଜିଲ୍ଲାରେ ୦.୮, ନବରଙ୍ଗପୁର ଜିଲ୍ଲାରେ ୧.୧, ସମ୍ବଲପୁର ଜିଲ୍ଲାରେ ୧.୫, କେନ୍ଦ୍ରାପଡ଼ା ଜିଲ୍ଲାରେ ୧.୧, ସୁନ୍ଦରଗଡ଼ ଜିଲ୍ଲାରେ ୧.୩, ରାୟଗଡ଼ା ଜିଲ୍ଲାରେ ୧.୭, ଓ ଗଜପତି ଜିଲ୍ଲାରେ ୧ ମିଲିମିଟର ବର୍ଷା (RAIN) ରେକର୍ଡ ହୋଇଛି ।

କେନ୍ଦୁଝର ଜିଲ୍ଲାରେ ୫୩.୫ ମିଲିମିଟର ବର୍ଷା (RAIN) ହୋଇଛି । ଜଗତ୍‌ସିଂହପୁର ଜିଲ୍ଲାରେ ୩୯.୧, ଢେଙ୍କାନାଳ ଜିଲ୍ଲାରେ ୩୩.୬, ଯାଜପୁର ଜିଲ୍ଲାରେ ୩୧, ସମ୍ବଲପୁର ଜିଲ୍ଲାରେ ୨୨.୭, ବୌଦ୍ଧ ଜିଲ୍ଲାରେ ୨୨ ଓ କଟକ ଜିଲ୍ଲାରେ ୧୯.୬ ମିଲିମିଟର ବର୍ଷା (RAIN)ରେକର୍ଡ ହୋଇଛି । ଆଉ ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା (RAIN)ହୋଇଛି ।

ପ୍ରକାଶ ଥାଉ ଯେ, ସେହିପରି ଆଗାମୀ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (RAIN) ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

୨୪ରେ ଘୂର୍ଣ୍ଣିବଳୟ,୨୬ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା

ଓଡିଶା ଛୁଇଁଛି ମୌସୁମୀ ବାୟୁ, ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments