1. କୃଷି ଖବର

ଓଡିଶା ଛୁଇଁଛି ମୌସୁମୀ ବାୟୁ, ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା

ଦୀର୍ଘ ଦିନ ଧରି ଲୁଚକାଳି ଖେଳିବା ପରେ ମୌସୁମୀ ପୂରା ଓଡ଼ିଶା ଛୁଇଁଛି । ଆଗରୁ ୬ ଜିଲ୍ଲା ସ୍ପର୍ଶ କରି ସୁପ୍ତ ହୋଇ ରହିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୋମବାର ବାକି ୨୪ ଜିଲ୍ଲାରେ ପ୍ରବେଶ କରିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହା ଘୋଷଣା କରିଛି । ଆସନ୍ତା ୫ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ ।

Sudesna Nayak
Sudesna Nayak
weather update Monsoon rain in odisha news

weather update Monsoon rain in odisha news

ଦୀର୍ଘ ଦିନ ଧରି ଲୁଚକାଳି ଖେଳିବା ପରେ ମୌସୁମୀ (Monsoon) ପୂରା ଓଡ଼ିଶା (Odisha)ଛୁଇଁଛି । ଆଗରୁ ୬ ଜିଲ୍ଲା ସ୍ପର୍ଶ କରି ସୁପ୍ତ ହୋଇ ରହିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ (Monsoon)ବାୟୁ ସୋମବାର ବାକି ୨୪ ଜିଲ୍ଲାରେ ପ୍ରବେଶ କରିଛି । ଆଞ୍ଚଳିକ ପାଣିପାଗ ବିଭାଗ (IMD) ପକ୍ଷରୁ ଏହା ଘୋଷଣା କରିଛି । ଆସନ୍ତା ୫ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା (RAIN) ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଆଞ୍ଚଳିକ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁସାରେ, ମଙ୍ଗଳବାର (Tuesday)ଉତ୍ତର ଉପକୂଳ ଓଡିଶା (Odisha) ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା (RAIN)ସମ୍ଭାବନା ରହିଛି । ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, କୋରାପୁଟ ଜିଲ୍ଲା ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା (RAIN) ହୋଇପାରେ । ବାକି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (RAIN) ସମ୍ଭାବନା ରହିଛି ।

୨୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (RAIN)ହୋଇପାରେ । ସୋନପୁର ଜିଲ୍ଲା, ସମ୍ବଲପୁର ଜିଲ୍ଲା, ବରଗଡ଼ ଜିଲ୍ଲା, ବୌଦ୍ଧ ଜିଲ୍ଲା, କନ୍ଧମାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା (RAIN) ସମ୍ଭାବନା ଅଛି । ୨୩ ତାରିଖ, ୨୪ ତାରିଖ ଓ ୨୫ ତାରିଖରେ ବି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା (RAIN)ହେବ । ଆସନ୍ତା ୫ ଦିନ ଲଗାଣ ବର୍ଷା (RAIN)କୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ସତର୍କତା ଜାରି କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଏଥିପାଇଁ ସତର୍କ କରାଯାଇଛି । ୟେଲୋ ୱାର୍ଣ୍ଣିଂ (Yellow Warning) ହିଁ ଜାରି କରାଯାଇଛି ।

ପ୍ରକାଶ ଥାଉ ଯେ, ମୌସୁମୀ (Monsoon) ସମ୍ପୂର୍ଣ୍ଣ ରାଜ୍ୟକୁ ଛୁଇଁବା ସହ ଭଲ ବର୍ଷା (RAIN) କରାଇଛି । ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ଓ ପ୍ରବଳ ବର୍ଷା (RAIN) ହୋଇଛି । ସବୁଠୁ ଅଧିକ ବର୍ଷା (RAIN) ହୋଇଛି ବୌଦ୍ଧ ଓ ପାରାଦୀପରେ । ବୌଦ୍ଧରେ ସର୍ବାଧିକ ୧୦୯ ମିଲିମିଟର ବର୍ଷା (RAIN)ରେକର୍ଡ କରାଯାଇଛି । ପାରାଦୀପରେ ୭୫.୭, ସୋନପୁରରେ ୬୫, ପାରଳାଖେମୁଣ୍ଡିରେ ୩୮.୮ ମିଲିମିଟର, ନବରଙ୍ଗପୁରରେ ୨୯, ଢେଙ୍କାନାଳରେ ୨୮, ଭବାନୀପାଟଣାରେ ୨୪.୬, ବାରିପଦାରେ ୧୯.୮, ଖୋର୍ଦ୍ଧାରେ ୧୮, ଛତ୍ରପୁରରେ ୧୧.୬, ଦାରିଙ୍ଗିବାଡ଼ିରେ ୧୩ ଓ ଭୁବନେଶ୍ୱରରେ ୧୦.୯ ମିଲିମିଟର ବର୍ଷା (RAIN) ରେକର୍ଡ ହୋଇଛି ।

ସୋମବାର ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା,ଜାଣନ୍ତୁ...

ଓଡିଶା ଛୁଇଁବ ମୌସୁମୀ ,ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments