News

Rain in odisha: ୨ ଦିନ ଓଡ଼ିଶାରେ ବର୍ଷା

ଆସନ୍ତାକାଲି ଠୁ ୨ ଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

05 January, 2024 10:00 AM IST By: Sudesna Nayak

ଏବେ ଶୀତ ସହିତ ଘନ କୁହୁଡି ଥରହର କରିପକାଇଛି ରାଜ୍ୟବାସୀଙ୍କୁ l ଘନ କୁହୁଡିର ଆସ୍ତରଣ ଯୋଗୁଁ ହିଁ ଲୋକେ ଘରୁ ଡେରିରେ ବାହାରୁଛନ୍ତି । ଆସନ୍ତାକାଲି ଠୁ ୨ ଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା (odisha)ରେ ହାଲୁକା ବର୍ଷା (Rain in odisha) ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଆସନ୍ତାକାଲି ଠୁ ୨ ଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସୂଚନା ଥାଉ ଯେ, ପାଣିପାଗ କେନ୍ଦ୍ରର ମତ ଅନୁସାରେ ୫ ଏବଂ ୬ ତାରିଖ ଆଡ଼କୁ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା (Rain) ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଓଡ଼ିଶାର ଜିଲ୍ଲାଗୁଡିକ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଏବଂ ମୟୂରଭଞ୍ଜ ଜିଲ୍ଲା ରହିଛି । ବର୍ଷା (Rain) ହେବା ଯୋଗୁଁ ଏହି ଦିନ ମାନଙ୍କରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ମଧ୍ଯ କୁହାଯାଇଛି ।

ଏବେ ରାଜ୍ୟରେ କୁହୁଡ଼ି (fog)କମିବ ନାହିଁ । ଯେଉଁଥି ପାଇଁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ କୁହୁଡ଼ି(fog)ର ପ୍ରଭାବ ଅଧିକ ରହିବ। ରାଜ୍ୟରେ ଆଗାମୀ ଦୁଇ ଦିନ ଜାନୁଆରୀ ୫ ଏବଂ ୬ ଜାନୁଆରୀ ତାରିଖ ପାଇଁ ରାଜ୍ୟରେ ବର୍ଷା ଆଶଙ୍କା ରହିଛି । ରାଜ୍ୟରେ ଆଉ ୫ ଦିନ ଘନ କୁହୁଡି ଦୃଶ୍ୟମାନ ମଧ୍ଯ ହେବ ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ ଓଡ଼ିଶାର ୩ଟି ସହର ଅନୁଗୁଳ, ବାଲେଶ୍ବର ଓ କଟକରେ ବାୟୁ ପ୍ରଦୂଷଣ ମାତ୍ରା ଅତି ସାଂଘାତିକ ସ୍ତରରେ ପହଞ୍ଚିଛି । ଯାହାକୁ ନେଇ ହୃଦ୍‌ଘାତ ଜନିତ ରୋଗ, ଶ୍ବାସକ୍ରିୟା ଜନିତ ରୋଗ, ଯକ୍ଷ୍ମା, ପରି ରୋଗ ବ୍ୟାପିବାର ଆଶଙ୍କା ମଧ୍ଯ ବହୁ ପ୍ରକାଶ ପାଇଛି । ଏଥିସହିତ ଜାଣି ରଖନ୍ତୁ ଯେ, ଆସନ୍ତା ୭ ବା ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶା (odisha)ର ଅଧିକାଂଶ ଜିଲ୍ଲାରେ ଆକାଶ ମେଘୁଆ ରହିବ ।

weather update: ଆସନ୍ତା ୫ ଓ ୬ ତାରିଖରେ ବର୍ଷା ସମ୍ଭାବନା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)