1. କୃଷି ଖବର

weather update: ଆସନ୍ତା ୫ ଓ ୬ ତାରିଖରେ ବର୍ଷା ସମ୍ଭାବନା

ଆସନ୍ତା ବିଭାଗର ସୂଚନା ଅନୁଯାୟୀ ୫ ଏବଂ ୬ ତାରିଖ ଆଡ଼କୁ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଯେପରିକି ସେହି ଜିଲ୍ଲା ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ମୟୂରଭଞ୍ଜ l ତେବେ ଏହି ସ୍ଥାନ ଗୁଡିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ପ୍ରଦାନ କରିଛି।

Tanushree Mahapatra
Tanushree Mahapatra
winter weather update , image source - pexels.com

winter weather update , image source - pexels.com

ରାଜ୍ୟରେ ଘନ କୁହୁଡି ସହିତ ଅଧିକ ଶୀତ ରାଜ୍ୟବାସୀଙ୍କୁ ଥରହର କରିପକାଇଛି l କିନ୍ତୁ ଧୀରେ ଧୀରେ ଏବେ ରାଜ୍ୟରେ ଶୀତ କମିଛି । ରାତି ତାପମାତ୍ରାରେ ମଧ୍ୟ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦେଖିବାକୁ ମିଳୁଛି ଘନ କୁହୁଡିର ଆସ୍ତରଣ ଯାହାକୁ ନେଇ ଘରୁ ଡେରିରେ ଲୋକେ ବାହାରକୁ ଆସୁଛନ୍ତି ।

ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଭିଜିବିଲିଟି ମଧ୍ୟ ଅନେକ ସ୍ଥାନରେ ୫୦ ମିଟରକୁ ହ୍ରାସ ପାଇଥିଲା ଯାହାପାଇଁ ବିଭିନ୍ନ ସ୍ଥାନରେ ଗାଡି ଗୁଡିକ ଅଟକି ରହିଥିଲା।

ଏଣେ ଆସନ୍ତା ବିଭାଗର ସୂଚନା ଅନୁଯାୟୀ ୫ ଏବଂ ୬ ତାରିଖ ଆଡ଼କୁ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଯେପରିକି ସେହି ଜିଲ୍ଲା ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ମୟୂରଭଞ୍ଜ l ତେବେ ଏହି ସ୍ଥାନ ଗୁଡିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ପ୍ରଦାନ କରିଛି। ଏହି ଦିନ ମାନଙ୍କରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି କୁହାଯାଇଛି । ତେବେ ରାଜ୍ୟର କିଛି କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ଅଧିକ ରହିବା ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଶୀତ ପାଇଁ ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳୁଛି ତେଣୁ ରାତିରେ ଦୂର ସ୍ଥାନକୁ ଯାଉଥିଲେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ରହିଛି l  ନଚେତ ଭୟଙ୍କର ଦୁର୍ଘଟଣା ହେବା ନେଇ ସମ୍ଭାବନା ରହୁଛି । କାରଣ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ଭିଜିବିଲିଟି କମ ରହିବା ଯୋଗୁଁ  ଗାଡି ଆଗକୁ ଦେଖିବା ବି ହେବ କଷ୍ଟକର । ରାଜ୍ୟରେ ଶୀତ ପାଇଁ ଘନ କୁହୁଡ଼ି ଯୋଗୁଁ ପ୍ରାୟତଃ  ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ଆଜି ଅର୍ଥାତ ଗୁରୁବାର ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ । ଏହି ସବୁ ଜିଲ୍ଲାରେ ପ୍ରାୟତଃ  ୨୦ ରୁ ୫୦ ମିଟର ମଧ୍ୟରେ ଦୃଶ୍ୟମାନ କ୍ଷମତା ରହିବ । ବିଭାଗର କହିବା ଅନୁଯାୟୀ, ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଘନ କୁହୁଡିର ଆସ୍ତରଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟତଃ ଦୁଇ ଦିନ ପରେ ୫ ତାରିଖ ବେଳକୁ ରାଜ୍ୟରେ ପାଗରେ ଅନେକ କିଛି ପରିବର୍ତ୍ତନ ହେବ ବୋଲି ବିଭାଗ ସୂଚନା ଦେଇଛି । ତେବେ ଆଗାମୀ କିଛି ଦିନରେ ବର୍ଷା ସମ୍ଭାବନା ଥିବାରୁ ଏବଂ ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବରେ କେନ୍ଦୁଝର, ସୁନ୍ଦରଗଡ ଏବଂ ମୟୁରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆକାଶ ମେଘୁଆ ରହିବା l ମେଘୁଆ ରହିବା ସହିତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି  ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ନୂଆ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ l କିନ୍ତୁ ପରବର୍ତ୍ତୀ ସମୟରେ ସ୍ବାଭାବିକ ଠାରୁ ପ୍ରାୟତଃ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ଆକଳନ ମଧ୍ୟ କରାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments