News

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା

ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି ।

19 January, 2024 10:00 AM IST By: Sudesna Nayak

ଏବେ ରାଜ୍ୟରେ ବଦଳିବ ପାଗ । ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା (rain) ହେବା ନେଇ ପାଣିପାଗ କେନ୍ଦ୍ର (IMD)ଆକଳନ କରିଛି । ବର୍ତ୍ତମାନ ଓଡ଼ିଶା (Odisha)ର ବିଭିନ୍ନ ଜିଲ୍ଲାରେ ବର୍ଷା (rain)ଆଶଙ୍କା ରହିଛି ।

ସୂଚନା ଥାଉ ଯେ, ଜାନୁଆରୀ 18 ତାରିଖରେ ଓଡ଼ିଶା (Odisha)ର ବିଭିନ୍ନ ଜିଲ୍ଲା ତଥା ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା (rain) ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରି କହିଥିଲା । ଏଥିପାଇଁ ବିଭାଗ ତରଫରୁ ସତର୍କ ସୂଚନା ମଧ୍ଯ ଜାରି କରାଯାଇଥିଲା ।

ବର୍ତ୍ତମାନ ପ୍ରବଳ ଶୀତ (cold)ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ କଲବଲ କରିଦେଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା ବହୁତ କମ୍‌ ରହିଛି । ଯାହାକୁ ନେଇ ରାସ୍ତା ଘାଟରେ ବହୁ ମାତ୍ରରେ ସଡକ ଦୁର୍ଘଟଣା ହେବାର ଆଶଙ୍କା ରହିଛି ।

ପ୍ରକାଶ ଥାଉ ଯେ, ନିକଟରେ ବୁଧବାର (Wednesday) ସକାଳୁ ପୁରୀ (puri)ରେ ଝିପିଝିପି ବର୍ଷା (rain)ହୋଇଥିଲା । ଝିପିଝିପି ବର୍ଷା (rain)ବର୍ଷାରେ ଭିଜିଥିଲା ପୁରୀ ଜିଲ୍ଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ,ଶ୍ରୀକ୍ଷେତ୍ର ଜଗନ୍ନାଥମୟ ହୋଇଉଠିଛି । ଝିପିଝିପି ବର୍ଷା (rain),ସହ ଶୀତ (cold)କୁ ଖାତିର ନକରି ପୁରୀରେ ପହଞ୍ଚିଲେ ଶ୍ରଦ୍ଧାଳୁ ।

ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା!

Rain update: ୧୭ରୁ ହାଲୁକା ମଧ୍ୟମଧରଣର ବର୍ଷା !